ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ପ୍ରଥମ ଟି-୨୦ରେ ଝୁଣ୍ଟିଲା ଇଂଲଣ୍ଡ, ୭ ଓ୍ବିକେଟରେ ଜିତିଲା ଭାରତ

Published By : Tapas Panda | January 22, 2025 10:16 PM

Image courtesy: espncricinfo

କୋଲକାତା: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ବିଜୟୀ ହୋଇଛି ଭାରତୀୟ ଦଳ । ୧୨.୫ ଓଭରରେ ୩ ଓ୍ବିକେଟ୍‌ ହରାଇ ୧୩୩ ରନ୍‌ କରିବା ସହ ଭ୍ରମଣକାରୀ ଦଳକୁ ମାତ ଦେଇଛି ଭାରତ । ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ବିଶାଳ ବିଜୟ ହାସଲ କରିଛି । ଆଜିର ମ୍ୟାଚ୍‌ରେ ଅଭିଷେକ ଶର୍ମା ୭୯ ରନ୍‌ କରିଥିବା ବେଳେ ସଂଜୁ ସାମସନ ୨୬ ରନ୍‌ କରିଛନ୍ତି । ସେହିଭଳି ତିଳକ ବର୍ମା ୧୯ ରନ୍‌ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ୍‌ କରି ଅପରାଜିତ ଅଛନ୍ତି । 

 ଆଜି କୋଲକାତାର ଇଡେନ ଗାର୍ଡେନସ୍‌ରେ ଖେଳାଯାଇଥିବା ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡର ଅଧିନାୟକ ଜସ୍‌ ବଟଲର ସର୍ବାଧିକ ୬୮ ରନ୍‌ କରିଥିବା ବେଳେ ଅନ୍ୟମାନେ ଭଲ ପ୍ରଦର୍ଶନ କରିପାରିନଥିଲେ । ୨୦ ଓଭର ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୧୩୨ ରନ୍‌ କରିବା ସହ ଅଲଆଉଟ୍‌ ହୋଇଯାଇଥିଲା । ସେପଟେ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ । ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ୍‌ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।  ସେହିଭଳି ଇଂଲଣ୍ଡ ଟିମ୍‌ର ଜୋଫ୍ରା ଆର୍ଚର ୨ଟି ଏବଂ ଆଦିଲ ରସିଦ ଗୋଟିଏ ଓ୍ବିକେଟ ନେଇଥିଲେ ।

ଆଜି ଇଂଲଣ୍ଡର ୧୩୨ ରନ୍ ଟାର୍ଗେଟ୍ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଭଲ ଆରମ୍ଭ କରିଥିଲେ । ହେଲେ ୪.୨ ଓଭର ବେଳକୁ ଦଳୀୟ ସ୍କୋର ୪୧ ବେଳେ ସଞ୍ଜୁ ସାମନଙ୍କ ୱିକେଟ ଯାଇଥିଲା। ସେ ମାତ୍ର ୨୦ ବଲରେ ୨୬ ରନ୍ କରିଥିଲେ।   ଏହାପରେ ସେହି ଓଭରରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ ମଧ୍ୟ ଯାଇଥିଲା । ସେ ଆଜି ଖାତା ଖୋଲିପାରି ନଥିଲେ । ସେପଟେ ଅଭିଷେକ ଶର୍ମା ବିସ୍ଫୋରକ ଇନିଂସ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ସଳର୍ଯ୍ୟ କୁମାର ଆଉଟ ହେବା ପରେ ଅଭିଷେକଙ୍କୁ ସହଯୋଗ କରିବାକୁ ଆସିଥିଲେ ତିଳକ ବର୍ମା । ହେଲେ ୧୧.୫ ଓଭର ବେଳକୁ ଅଭିଷେକଙ୍କ ଆଉଟ ହୋଇ ପାଭିଲିଅନ ଫେରିଥିଲେ । ସେ ମାତ୍ର ୩୪ ବଲରେ ୭୯ ରନ୍ କରିଥିଲେ । ଯେଉଁଥିରେ ସେ ୫ଟି ଚୌକା ମାରିଥିଲେ ଓ ୮ଟି ଛକା ମାରିଥିଲେ ।  ଏହାପରେ ତିଲକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁହେଁ ମିଶି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳକୁ ମ୍ୟାଚ୍ ଜିତାଇଥିଲେ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.