କଟକ: ବାରବାଟୀରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଜାରି ରହିଛି । ଆଜି ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ଦଳ ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନ୍‌ କରିଛି । ଏହା ସହ ଇଂଲଣ୍ଡ ଅଲଆଉଟ୍‌ ହୋଇଯାଇଛି ।  ଆଜି ଇଂଲଣ୍ଡ ଟିମ୍‌ର ବେନ୍‌ ଡକେଟ ଏବଂ ଜୋ ରୁଟ୍‌ ଅର୍ଦ୍ଧଶତକ କରିଛନ୍ତି । ଡକେଟ୍‌ ୫୬ ବଲ୍‌ରେ ୬୫ ରନ୍‌ କରିଥିବା ବେଳେ ଜୁ ରୁଟ୍‌ ୬୯ ରନ୍‌ କରିଛନ୍ତି । 

INDvsENG: ବାରବାଟୀରେ ଭାରତର ବିଜୟ ବେଶୀ, ଇଂଲଣ୍ଡକୁ ମିଳିପାରେ କଡ଼ା ଟକ୍କର

ସେପଟେ ବାରବାଟୀରେ ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଳିଛି । ଅକ୍ଷର ପଟେଲଙ୍କ ବ୍ୟତୀତ ଅନ୍ୟ ବୋଲର ଓ୍ବିକେଟ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡେଜା ୧୦ ଓଭରରେ ମାତ୍ର ୩୫ ରନ୍‌ ଦେବା ସହ ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଛନ୍ତି । ଏହା ସହ ମହମ୍ମଦ ଶାମି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲଖାଏଁ ଓ୍ବିକେଟ ନେଇଛନ୍ତି ।

ବାରବାଟୀ ଲଢ଼େଇ, ସତ୍ୟଜିତ୍‌ଙ୍କ ହେୟାର ଷ୍ଟାଇଲ୍‌ରେ କ୍ରିକେଟ୍‌ କ୍ରେଜ୍‌

ସେହିଭଳି ଇଂଲଣ୍ଡ ଟିମ୍‌ର ୩ ଖେଳାଳି ଲିୟାମ ଲିଭିଂଷ୍ଟୋନ, ଆଦିଲ ରଶିଦ ଏବଂ ମାର୍କ ଉଡ୍‌ ରଟ୍‌ ଆଉଟ୍‌ ହୋଇଛନ୍ତି । ବେନ ଡକେଟ୍‌, ଜୋ ରୁଟ୍‌ଙ୍କ ବ୍ୟତୀତ ଫିଲିପ ସଲ୍ଟ (୨୬), ହ୍ୟାରି ବ୍ରୁକ୍‌ (୩୧), ଜସ ବଟଲର (୩୪), ଲିୟାମ ଲିଭିଂଷ୍ଟୋନ୍‌ (୪୧), ଜେମି ଓଭରଟନ୍‌ (୬), ଗସ ଆଟିକସନ୍‌ (୩)ଙ୍କ ବଳରେ ଦଳ ୩୦୪ ରନ୍‌ କରିଛି । ସେପଟେ ସାକିବ ମହମ୍ମଦ (୦) ଅପରାଜିତ ଥିବା ବେଳେ ମାର୍କ ଉଡ୍‌ ଖାତା ଖୋଲିପାରି ନାହାନ୍ତି ।