ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଓଭାଲ ଟେଷ୍ଟରେ ଇଂଲଣ୍ଡକୁ ଝଟକା; ଏହି ପେସ୍ ବୋଲର ଆହତ, ମ୍ୟାଚରୁ ଆଉଟ୍

Published By : Ankita S | August 1, 2025 3:13 PM

ନୂଆଦିଲ୍ଲୀ,୦୧/୦୮: ପଞ୍ଚମ ଟେଷ୍ଟର ପ୍ରଥମ ଦିବସରେ ଇଂଲଣ୍ଡ ଦଳର ପ୍ରମୁଖ ପେସ୍‌ ବୋଲର କ୍ରିସ ୱକ୍ସ ଆହତ ହୋଇଛନ୍ତି । ଫିଲ୍ଡିଂ କରୁଥିବାବେଳେ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା । ଭାରତର ପ୍ରଥମ ଇନିଂସ ବ୍ୟାଟିଂର ୫୭ତମ ଓଭରରେ ୱକ୍ସ ଆହତ ହୋଇଥିଲେ । ଜାମି ଓଭରଟନ୍‌ଙ୍କ ଏହି ଓଭରର ପଞ୍ଚମ ବଲ୍‌ରେ ନାଏର ଲଙ୍ଗ ଅଫ ବାଉଣ୍ଡାରୀ ଅଞ୍ଚଳକୁ ଏକ ସଟ୍‌ ଖେଳିଥିଲେ । ୱକ୍ସ ବାଉଣ୍ଡାରୀ ନିକଟରେ ଡାଇଭ ମାରି ବଲ୍‌କୁ ଅଟକାଇବାରେ ସଫଳ ହୋଇଥିଲେ ହେଁ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା । ନାଏର ୩ରନ୍‌ ନେଇଥିଲେ । ୱକ୍ସ ବାଉଣ୍ଡାରୀ ନିକଟରେ କାନ୍ଧକୁ ଧରି ବସି ରହିଥିଲେ । ଦଳର ଫିଜିଓ ସେଠାରେ ପହଞ୍ଚି ଆଘାତ ସ୍ଥାନ ଦେଖିବା ପରେ ତାଙ୍କୁ ଗ୍ରାଉଣ୍ଡ ବାହାରକୁ ନେଇ ଯାଇଥିଲେ । ଆଘାତ ଗୁରୁତର ଥିବା ସନ୍ଦେହ କରାଯାଉଛି । ଆଗକୁ ସେ ବୋଲିଂ କରିବା ଆଶା କ୍ଷୀଣ । ସୂଚନାଯୋଗ୍ୟ, ଚଳିତ ସିରିଜରେ ୱକ୍ସ ଇତି ମଧ୍ୟରେ ୧୮୧ ଓଭର ବୋଲିଂ କରିସାରିଲେଣି ।

ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଗୁରୁବାରଠୁ ଆରମ୍ଭ ହୋଇଛି ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ଓଭାଲ ଗ୍ରାଉଣ୍ଡ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବର୍ଷା ଖଳନାୟକ ସାଜିଥିଲା । ପ୍ରଥମ ଦିବସରେ ମୋଟ୍‌ ୬୪ ଓଭର ଖେଳ ସମ୍ଭବ ହୋଇଛି । କରୁଣ ନାଏରଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟରୁ ବାହାରିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ ଭାରତ ୬ ୱିକେଟ ହରାଇ ୨୦୪ ରନ ସଂଗ୍ରହ କରିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ନାଏର ୫୨ ଓ ୱାସିଂଟନ ସୁନ୍ଦର ୧୯ ରନ କରି ଅପରାଜିତ ରହିଛନ୍ତି ।

ଲଣ୍ଡନରେ ବର୍ଷା ଯୋଗୁଁ ପ୍ରଥମ ଦିବସ ଖେଳରେ ବାରମ୍ବାର ବାଧା ଉପୁଜିଥିଲା । ଓଦା ଆଉଟ୍‌ ଫିଲ୍ଡ ଯୋଗୁଁ ଟସ ପଡ଼ିବାରେ ବିଳମ୍ବ ହୋଇଥିଲା । ଏହାପରେ ୨୪ଓଭର ଖେଳ ଶେଷ ହେବା ପରେ ପୁଣି ଥରେ ବର୍ଷା ଆରମ୍ଭ ହୋଇଥିଲା । ଯାହା ଫଳରେ ଆଗୁଆ ମଧ୍ୟାହ୍ନ ବିରତି ହୋଇଥିଲା । ଖେଳ ଆରମ୍ଭ ହେବାର ୫ ଓଭର ପରେ ପୁଣି ଥରେ ବର୍ଷା ହେବାରୁ ଖେଳ ଅଟକିଥିଲା । ଉଭୟ ଦଳ ଏକାଦଶରେ ୪ଟି ଲେଖାଏଁ ପରିବର୍ତ୍ତନ କରିଥିଲେ । ଇଂଲଣ୍ଡ ଦିନକ ପୂର୍ବରୁ ଏକାଦଶ ଘୋଷଣା କରିସାରିଥିଲା । ଭାରତ ପକ୍ଷରୁ ରିଷଭ ପନ୍ତ, ଯଶପ୍ରୀତ ବୁମରା, ଅଂଶୁଲ କାମ୍ବୋଜ ଓ ସର୍ଦୁଲ ଠାକୁରଙ୍କ ସ୍ଥାନରେ ଯଥାକ୍ରମେ ଧ୍ରୁବ ଜୁରେଲ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା ଓ କରୁଣ ନାଏର ଏକାଦଶରେ ସ୍ଥାନ ପାଇଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.