ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପୁନେ ଟେଷ୍ଟରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି, ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ

Published By : Tapas Panda | October 25, 2024 5:07 PM

Image Courtesy: espncricinfo

ପୁନେ: ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ କମାଲ କଲା ନ୍ୟୁଜିଲାଣ୍ଡ । ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩୦୧ ରନ୍‌ରେ ଆଗୁଆ ରହିଛି । ଟିମ୍‌ ଦ୍ବିତୀୟ ପାଳିରେ ୫୩ ଓଭରରେ ୫ ଓ୍ବିକେଟ ହରାଇ ୧୯୮ ରନ୍‌ କରିଛି । ଗ୍ଲେନ୍‌ ଫିଲିପ୍ସ ୯ ରନ୍‌ ଏବଂ ଟମ ବ୍ଲଣ୍ଡେଲ ୩୦ ରନ୍‌ କରି ଅପରାଜିତ ଅଛନ୍ତି । ଆଜି ଟମ୍‌ ଲାଥମ ଦମଦାର ୮୬ ରନ୍‌ କରିଛନ୍ତି । ସେହିଭଳି ଓ୍ବିଲ ୟଙ୍ଗ (୨୩), ଡେଭନ କନଓ୍ବେ (୧୭), ରଚିନ ରବୀନ୍ଦ୍ର (୯) ଏବଂ ଡାରିଲ ମିଚେଲ (୧୮)ଙ୍କ ଯୋଗଦାନରେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଦଳୀୟ ସ୍କୋର ୧୯୮ ରନ୍‌ରେ ପହଞ୍ଚିଛି । ସେପଟେ ଭାରତୀୟ ଦଳର ଓ୍ବାଶିଂଟନ ସୁନ୍ଦର ଦମଦାର ବୋଲିଂ କରିଛନ୍ତି । ସେ ୧୯ ଓଭର ବୋଲିଂ କରି ୫୬ ରନ୍‌ ଦେବା ସହ ୪ଟି ଓ୍ବିକେଟ ନେଇଛନ୍ତି । 

ଏହା ପୂର୍ବରୁ ଦ୍ବିତୀୟ ଦିନରେ ଟିମ୍‌ ଇଣ୍ଡିଆ ୧୬/୧ରେ ନିଜ ଅଧୁରା ପ୍ରଥମ ଇନିଂସ ଆରମ୍ଭ କରିଥିଲା । ଶୁଭମନ ଗିଲ ଏବଂ ଯଶସ୍ବୀ ଜୟସ୍ବାଲ ବହୁତ ଧିମା ଖେଳିଥିଲେ ଏବଂ ୩୦ ରନ୍‌ ଲେଖାଏଁ କରି ଆଉଟ ହୋଇଯାଇଥିଲେ । ବିରାଟ କୋହଲି ମାତ୍ର ୧ ରନ୍‌ କରି ମିଚେଲ ସ୍ୟାଣ୍ଟନରଙ୍କ ଶିକାର ହୋଇଥିଲେ । କ୍ଲିନ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ କୋହଲି । ଏହା ପରେ ରବୀନ୍ଦ୍ର ଜାଡେଜା ୩୮ ରନ୍‌ର ପାଳି ଖେଳିଥିଲେ । ଶେଷରେ ଓ୍ବିଶିଂଟନ ସୁନ୍ଦର ଅପରାଜିତ ୧୮ ରନ୍‌ କରିବାରେ ସକ୍ଷମ ହୋଇଥିଲେ । ଏହା ସହ ଭାରତୀୟ ଦଳ ମାତ୍ର ୧୫୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା । 

ପ୍ରଥମ ପାଳିରେ ଭାରତ ପାଇଁ ଓ୍ବାଶିଂଟନ ସୁନ୍ଦର ୭ଟି ଓ୍ବିକେଟ ନେଇଥିବା ବେଳେ ନ୍ୟୁଜିଲାଣ୍ଡ ପାଇଁ ମିଚେଲ ସ୍ୟାଣ୍ଟନର ମଧ୍ୟ ୭ଟି ଓ୍ବିକେଟ ନେଇଛନ୍ତି । ସେ ବିରାଟ କୋହଲି ଏବଂ ସରଫରାଜ ଖାନଙ୍କ ଭଳି ମୋଟ ୭ ବ୍ୟାଟରଙ୍କୁ ଫ୍ୟାଭିଲିୟନ୍‌ ଫେରାଇଛନ୍ତି । ଗ୍ଲେନ ଫିଲିପ୍ସ ମଧ୍ୟ ଭାରତୀୟ ଟିମ୍‌କୁ ଶକ୍ତା ଧକ୍କା ଦେବା ସହ ୨ଟି ଓ୍ବିକେଟ ନେଇଛନ୍ତି । ଓ୍ବାଶିଂଟନ ସୁନ୍ଦର ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ମଧ୍ୟ କମାଲ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ୭ଟି ଓ୍ବିକେଟ ନେଇଥିବା ସୁନ୍ଦର ଆଜି ୪ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.