ମୁମ୍ବାଇ, ୦୩/୧୧ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖଡେରେ ଖେଳାଯାଉଛି । ଆଜି ତୃତୀୟ ଦିନରେ ଭାରତୀୟ ଦଳ ସଙ୍କଟରେ ପଡିଛି । ମାତ୍ର ୬୫ ରନରେ ଟିମ୍ ଇଣ୍ଡିଆର ୫ଟି ୱିକେଟ ପତନ ହୋଇଛି ।
ଏହି ମୁକାବିଲାରେ ନ୍ୟୁଜିଲାଣ୍ଡ ଭାରତ ସାମ୍ନାରେ ଜିତିବାକୁ ୧୪୭ ରନର ଟାର୍ଗେଟ ରଖିଛି । ଟାର୍ଗଟେର ପିଛା କରି ମାତ୍ର ୩୦ ରନରେ ଭାରତ ୫ଟି ୱିକେଟ ହରାଇ ସାରିଛି । ବର୍ତ୍ତମାନ ଋଷବ ପନ୍ତ ଓ ଜାଡେଜା କ୍ରିଜରେ ଅଛନ୍ତି । ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳିରେ ୧୭୪ ରନ କରିଥିଲା। ବାମହାତୀ ବୋଲର ରବୀନ୍ଦ୍ର ଜାଡେଜା ୫ଟି ୱିକେଟ ନେଇଥିଲେ । ଭାରତ ତାର ଦ୍ବିତୀୟ ପାଳିରେ ୨୬୩ ରନ କରିଥିଲା । ସମ୍ମାନ ପାଇଁ ଲଢୁଥିବା ରୋହିତବାହିନୀ ତୃତୀୟ ପାଳିରେ ୧୦ ଓଭର ଖେଳରେ ୫ଟି ୱିକେଟ ହରାଇ ସାରିଛି ।
ସର୍ଫରାଜ ୧ ରନ କରି ଖରାପ ସଟ ଖେଳି ପାଭିଲିୟନ ଫେରିଛନ୍ତି । ଯସ୍ବଶୀ ଜୈସ୍ବାଲ ୫ ରନ କରି ଗ୍ଲେଲ ଫିଲିପ୍ସଙ୍କ ଶିକାର ହୋଇଥିଲେ । ବିରାଟ କୋହଲି, ଶୁଭମନ ଗିଲ ଓ ରୋହିତ ଶର୍ମା ମଧ୍ୟ ଭଲ ପ୍ରଦର୍ଶନ କରି ନାହାନ୍ତି । ମାତ୍ର ୬୫ ରନରେ ୫ଟି ୱିକେଟ ହରାଇ ଦଳ ସଂଙ୍କଟରେ ପଡିଯାଇଛି ।