ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡକୁ ୨୩୫ ରନ୍‌ରେ ଅଟକାଇଲା ଭାରତ; ଜାଡ଼େଜା-ସୁନ୍ଦରଙ୍କ ବୋଲିଂରେ ଛାନିଆ କିଓ୍ବି ଟିମ୍‌

Published By : Soubhagya Ranjan | November 1, 2024 5:36 PM

Image source: ABP live

ମୁମ୍ବାଇ,୦୧/୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ଟେଷ୍ଟ ମୁମ୍ବାଇରେ ଖେଳାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପ୍ରଥମ ପାଳିରେ ଭାରତୀୟ ବୋଲରମାନେ କିଓ୍ବି ଦଳକୁ ୬୫.୪ ଓଭରରେ ୨୩୫ ରନ୍‌ରେ ଅଟକାଇଥିଲେ। ଏଥିରେ ରବିନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ୍ ସୁନ୍ଦର ଧ୍ବସ୍ତବିଧ୍ବସ୍ତ ବୋଲିଂ କରିଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲ୍ୟାଣ୍ଡର ଆରମ୍ଭ ଖାସ୍‌ ନଥିଲା। ଚତୁର୍ଥ ଓଭରରେ ଦଳ ୧୫ ରନ୍ ସ୍କୋରରେ ପ୍ରଥମ ଓ୍ବିକେଟ ହରାଇଥିଲା। ଡିଭନ୍ କନୱେ ମା୍ତ୍ର ୪ ରନ୍ କରି ପାଭିଲିୟନକୁ ଫେରିଥିଲେ। ଏହା ପରେ ଦଳ ୧୬ ତମ ଓଭରରେ ୫୯ ରନ୍ ସ୍କୋର କରି ଦ୍ବି୍ତୀୟ ଓ୍ବିକେଟ ହରାଇଥିଲା। ଅଧିନାୟକ ଟମ୍ ଲାଥାମ ୩ ଚୌକା ସାହାଯ୍ୟରେ ୨୮ ରନ୍ କରିବା ପାଭିଲିୟନ ଫେରିଥିଲେ।

୭୨ ରନ୍‌ରେ ଦଳକୁ ତୃତୀୟ ଝଟକା ଏବଂ ପରେ ୧୫୯ ରନ୍‌ରେ ଚତୁର୍ଥ ଏବଂ ପଞ୍ଚମ ଝଟକା ଲାଗିଥିଲା। ୧୮୭ ରନ୍‌ ବେଳକୁ ଦଳ ଛଅଟି ଓ୍ବିକେଟ ହରାଇସାରିଥିଲା। ଏହା ପରେ ଦଳ ୨୧୦ ରନ୍‌ରେ ସପ୍ତମ ଏବଂ ଅଷ୍ଟମ ୱିକେଟ୍ ହରାଇଥିଲା। ପରେ ୨୩୫ ରନ୍‌ରେ ସମସ୍ତ ଓ୍ବିକେଟ ହରାଇସାରିଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସବୁଠୁ ବଡ ଭାଗିଦାରୀ ଡାରିଲ ମିଚେଲ ଏବଂ ୱିଲ ୟଙ୍ଗଙ୍କ ମଧ୍ୟରେ ହୋଇଥିଲା। ଉଭୟ ୧୫୧ ରନ୍‌ରେ ୮୭ ରନ୍ ଯୋଡ଼ିଥିଲେ। ଏହା ବ୍ୟତୀତ ଦଳ ପାଇଁ ଅନ୍ୟ କୌଣସି ବ୍ୟାଟର ୫୦ ରନ୍‌ର ଭାଗିଦାରି ମଧ୍ୟ କରିପାରିନଥିଲେ।

ରବିନ୍ଦ୍ର ଜାଡେଜା ଭାରତ ପକ୍ଷରୁ ସର୍ବାଧିକ ୫ ୱିକେଟ୍ ନେଇଥିବା ବେଳେ ସେ ୨୨ ଓଭରରେ ମାତ୍ର ୬୫ ରନ୍ ଦେଇଥିଲେ। ଏହା ବ୍ୟତୀତ ୱାଶିଂଟନ୍ ସୁନ୍ଦର ତାଙ୍କ ନାଁରେ ୪ ଟି ୱିକେଟ୍ ହାସଲ କରିଥିଲେ। ସୁନ୍ଦର ୧୮.୪ ଓଭରରେ ୮୧ ରନ୍ ଦେଇଥିଲେ। ଅବଶିଷ୍ଟ ଗୋଟିଏ ୱିକେଟ୍ ଆକାଶଦୀପ ନେଇଥିଲେ, ଯିଏ ୫ ଓଭରରେ ୨୨ ରନ୍ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.