ନୂଆଦିଲ୍ଲୀ,୦୯/୦୩: ଚାମ୍ପିଅନ୍ସ ଟ୍ରଫି ଫାଇନାଲ ୨୦୨୫ରେ ଦୁବାଇ ମଇଦାନରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କିଓ୍ବି ଟିମ୍‌। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୫୧ ରନ୍ କରିଛି।  ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ ଡାରିଲ ମିଚେଲ କରିଥିଲେ। ସେ ୬୩ ରନ୍‌ର ଏକ ଧୀର ତଥା ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏବେ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ବିଜେତା ହେବା ପାଇଁ ଭାରତୀୟ ଦଳକୁ ୨୫୨ ରନ କରିବାକୁ ପଡିବ। ଟିମ୍ ଇଣ୍ଡିଆ ପକ୍ଷରୁ କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ଭାରତ ଆଗରେ ୨୫୨ ରନ୍‌ର ବିଜୟ ଲକ୍ଷ୍ୟ:

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଫାଇନାଲ ମ୍ୟାଚ୍‌ରେ, ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରଚିନ ରବିନ୍ଦ୍ର ଏବଂ ୱିଲ୍ ୟଙ୍ଗ କିୱି ଦଳକୁ ବହୁତ ଭଲ ଆରମ୍ଭ ଦେଇଥିଲେ। ରବିନ୍ଦ୍ର ୨୯ ବଲ୍‌ରେ ୩୭ ରନ୍‌ର ଏକ ଦ୍ରୁତ ଇନିଂସ ଖେଳିଥିଲେ। କେନ୍ ୱିଲିୟମସନ୍ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ଡାରିଲ୍ ମିଚେଲ୍ ଏବଂ ଗ୍ଲେନ୍ ଫିଲିପ୍ସଙ୍କ ମଧ୍ୟରେ ୫୭ ରନ୍ ର ଭାଗୀଦାରି ନ୍ୟୁଜିଲାଣ୍ଡକୁ ମ୍ୟାଚ୍‌କୁ ଫେରିବାରେ ଅନେକ ପରିମାଣରେ ସାହାଯ୍ୟ କରିଥିଲା। ମିଚେଲ ୬୩ ରନ ଏବଂ ଫିଲିପ୍ସ ୩୪ ରନ କରିଥିଲେ।

ଭାରତର ବୋଲିଂ:

ଯଦି ଆମେ ଭାରତର ବୋଲିଂ ବିଷୟରେ ଆଲୋଚନା କରିବା ତେବେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି। ଏବେ ଭାରତୀୟ ଦଳ ତୃତୀୟ ଥର ଚାମ୍ପିୟନ ହେବା ପାଇଁ ନ୍ୟୁଜିଲାଣ୍ଡ ଦେଇଥିବା ୨୫୨ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରିବ।