ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବେଙ୍ଗାଲୁରୁ ଟେଷ୍ଟର ଚତୁର୍ଥ ଦିନ, ୩/୨୩୧ ରନ୍‌ରୁ ୨ୟ ଇନିଂସ ଆରମ୍ଭ କରିବ ଭାରତ

Published By : Prameya | October 19, 2024 8:21 AM

ବେଙ୍ଗାଲୁରୁ,୧୯/୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ  ଚାଲିଥିବା ପ୍ରଥମ ଟେଷ୍ଟ ନେଇଛି ନାଟକୀୟ ମୋଡ଼ । ତୃତୀୟ  ଦିବସରେ ଭାରତ ଜୋରଦାର ସଂଘର୍ଷ କରି ମ୍ୟାଚ୍‌କୁ ଫେରିଛି ।  ନ୍ୟୁଜିଲାଣ୍ଡକୁ(ପ୍ରଥମ ଇନିଂସ) ୪୦୨ରନ୍‌ରେ ସୀମିତ ରଖିବା  ପରେ ଭାରତ ଦ୍ୱିତୀୟ ଇନିଂସରେ ଲଢୁଆ ବ୍ୟାଟିଂ ପ୍ରଦର୍ଶନ  କରିଛି । ରୋହିତ ଶର୍ମା, ବିରାଟ କୋହଲି ଓ ସର୍ଫରାଜ ଖାନଙ୍କ  ଅର୍ଦ୍ଧଶତକ ବଳରେ ଭାରତ ୩ ୱିକେଟ୍‌ ହରାଇ ୨୩୧ ରନ୍‌  ସଂଗ୍ରହ କରିବା ସତ୍ତେ୍ୱ ଆଉ ୧୨୫ ରନ୍‌ ପଛରେ ରହିଛି । ତୃତୀୟ  ଦିବସ ଶେଷ ସୁଦ୍ଧା ମ୍ୟାଚ୍‌ ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ରହିଥିଲେ  ହେଁ ଭାରତ ବାଜି ପଲଟାଇବାର ଯଥେଷ୍ଟ ସମ୍ଭାବନା ରହିଛି ।  

ମ୍ୟାଚ୍‌ର ଚତୁର୍ଥ ଦିବସ ହିଁ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ ।  କାରଣ ପଞ୍ଚମ ଦିବସରେ ୧୫୦ ରନ୍‌ ସଂଗ୍ରହ କରିବା ମଧ୍ୟ କଷ୍ଟକର ହୋଇପାରେ । ଭାରତ ଆସନ୍ତା କାଲି ୧୫୦ରୁ ୨୦୦ ରନ୍‌ ଅଗ୍ରଣୀ  ହାସଲ କରିପାରିଲେ ବିଜୟ ଆଶା ଦ୍ୱିଗୁଣା ହେବ । ତୃତୀୟ  ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ସର୍ଫରାଜ ଖାନ୍‌ ୭୦(୮ଚୌକା,  ୩ଛକା) ରନ୍‌ କରି ଅପରାଜିତ ରହିଛନ୍ତି । ଆଗକୁ ରିଷଭ ପନ୍ତ,  କେ ଏଲ ରାହୁଲ, ରବିନ୍ଦ୍ର ଜାଡେଜା ଓ ରବି ଚନ୍ଦ୍ରନ ଅଶ୍ୱିନ ବ୍ୟାଟିଂ  କରିବାକୁ ଓହ୍ଲାଇବେ । ତେଣୁ ପ୍ରତି ୱିକେଟ୍‌ରେ ଉପଯୋଗୀ  ଭାଗିଦାରୀ ଗଠନ ହେଲେ ଭାରତ ଅଗ୍ରଣୀ ହାସଲ କରିପାରିବ । 

ତୃତୀୟ ଦିବସରେ ଭାରତ ସବୁ ବିଭାଗରେ ଜବରଦସ୍ତ  ପ୍ରଦର୍ଶନ କରିଥିଲା । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସକୁ ଯଥା ସମ୍ଭବ  ସହଳ ଶେଷ କରିବାର ଲକ୍ଷ୍ୟ ନେଇ ଭାରତ ଶୃଙ୍ଖଳିତ ବୋଲିଂ  କରିଥିଲା । ମାତ୍ର ବାଜି ମାରି ନେଇଥିଲେ ରଚିନ ରବିନ୍ଦ୍ର । ସେ  ଶତକୀୟ ପାଳି ଖେଳିଥିଲେ ଓ ଟିମ ସାଉଦିଙ୍କୁ ସାଥୀ କରି ଅଷ୍ଟମ  ୱିକେଟ୍‌ରେ ୧୩୭ ରନ୍‌ର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ  ସ୍କୋର ୪୦୨ ରନ୍‌ରେ ପହଞ୍ଚି ଯାଇଥିଲା । ସାଉଦି  ମଧ୍ୟ ୬୫ ରନ୍‌ର ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । 

ନ୍ୟୁଜିଲାଣ୍ଡ ଅସମାପ୍ତ ପ୍ରଥମ ଇନିଂସ ୩/୧୮୦  ରନ୍‌ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ  ଥିବା ରବିନ୍ଦ୍ର ଓ ଡାରିଲ ମିଚେଲ ୧୩ ରନ୍‌ ଯୋଗ କରିବା  ପରେ ଚତୁର୍ଥ ୱିକେଟ୍‌ର ପତନ ଘଟିଥିଲା । ମିଚେଲ ୧୮ ରନ୍‌  କରି ଆଉଟ୍‌ ହୋଇଥିଲେ । ଏହାପରେ ଟମ ବ୍ଲଣ୍ଡେଲ ୫,  ଗ୍ଲେନ ଫିଲିପ୍ସ ୧୪ ଓ ମାଟ ହେନରୀ ୮ରନ କରି ପାଭିଲିୟନ  ଫେରିଥିଲେ । ୨୩୩ ରନ୍‌ରେ ୩ଟି ୱିକେ୍‌ଟର ପତନ ଘଟିବା  ପରେ ଭାରତର ଆଶା ବଢିଯାଇଥିଲା । ମାତ୍ର ରବିନ୍ଦ୍ର ଓ ସାଉଦି  ଆକ୍ରମଣାତ୍ମକ ସଟ୍‌ମାନ ଖେଳି ପରବର୍ତ୍ତୀ ୨୦ ଓଭରରେ ୧୩୭ ରନ୍‌ ଯୋଗ କରି ଭାରତକୁ ନିରାଶ କରିଥିଲେ । ଦଳୀୟ ସ୍କୋର  ୩୭୦ବେଳେ ସାଉଦିଙ୍କ ୱିକେଟ୍‌ର ପତନ ଘଟିଥିଲା । ତଥାପି  ରବିନ୍ଦ୍ର ଶେଷ ଦୁଇ ବ୍ୟାଟର ଅଜାଜ ପଟେଲ(୪) ଓ ୱିଲ  ଓ’ରୁର୍କଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ୪୦୨ରେ ପହଞ୍ଚାଇ  ଦେଇଥିଲେ । 

ସେ ୧୩ଚୌକା ଓ ୪ଛକା ବଳରେ ୧୩୪  ରନ୍‌ କରି ଆଉଟ୍‌ ହୋଇଥିଲେ । ଭାରତ ପକ୍ଷରୁ କୁଲଦୀପ  ଓ ଜାଡେଜା ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ୩୫୬ ରନ୍‌ରେ ପ୍ରଥମ ଇନିଂସ ପଛୁଆ ଥାଇ  ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା ।  ଯଶସ୍ୱୀ ଜୈସ୍ୱାଲ୍‌ ଓ ରୋହିତ ଶର୍ମା ଆକ୍ରମଣାତ୍ମକ  ବ୍ୟାଟିଂ କରି ୭୨ ରନ୍‌ର ଭାଗିଦାରୀ ଗଠନ କରିଥିଲେ ।  ଜୈସ୍ୱାଲ ବ୍ୟକ୍ତିଗତ ୩୫ ରନ କରି ପ୍ରଥମେ ଆଉଟ୍‌  ହୋଇଥିଲେ । ରୋହିତ ୮ଚୌକା ଓ ୧ଛକା ବଳରେ ୫୨  ରନ ସଂଗ୍ରହ କରିବା ପରେ ଅଜାଜ ପଟେଲଙ୍କ ଦ୍ୱିତୀୟ ଶିକାର ସାଜିଥିଲେ । ୯୫ ରନ୍‌ରେ ଦଳ ୨ଓପନରଙ୍କୁ ହରାଇଥିଲା ।  

କୋହଲି ଓ ସର୍ଫରାଜ ଏଥର ଲଢୁଆ ବ୍ୟାଟିଂ କରି ସ୍ଥିତି  ସୁଧାରିଥିଲେ । ଉଭୟ ଦର୍ଶନୀୟ ସଟ୍‌ମାନ ଖେଳି ନ୍ୟୁଜିଲାଣ୍ଡ  ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ । ତୃତୀୟ ୱିକେଟ୍‌ରେ  ୧୩୬ରନ୍‌ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୨୩୧ରେ  ପହଞ୍ଚି ସାରିଥିଲା । ଗ୍ଲେନ ଫିଲିପ୍ସ ଅନ୍ତିମ ଓଭରରେ କୋହଲିଙ୍କୁ  ଆଉଟ୍‌ କରି ମ୍ୟାଚ୍‌ର ରୋମାଞ୍ଚ ବଢାଇ ଦେଇଥିଲେ । ସେ  ୮ଚୌକା ଓ ୧ଛକା ବଳରେ ୭୦ ରନ୍‌ କରି ଆଉଟ୍‌ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.