କୋଲକାତା,୧୬/୧୧; ତେମ୍ବା ବଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିଛି । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଭାରତକୁ ୩୦ରନ୍‌ରେ ପରାସ୍ତ କରିଛି ଭ୍ରମଣକାରୀ ଦଳ । ହାର୍ମଙ୍କ ଆଗରେ ଆତ୍ମସମର୍ପଣ କରିଛି ଟିମ୍ ଇଣ୍ଡିଆ । ୧୨୪ରନ୍ ଚେଜ୍ କରିପାରିଲା ନାହିଁ ଭାରତ । ଫଳପେ କୋଲକାତା ଟେଷ୍ଟ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ଏହି ଦମଦାର ବିଜୟ ସହିତ, ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଖାଲି ସେତିକି ନୁହେଁ ଇଡେନ ଗାର୍ଡେନରେ ୫୩ ବର୍ଷର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛି । ଘରୋଇ ମାଟିରେ ୧୨୪ରନ୍ କରିନପାରିନାହିଁ ଟିମ୍ ଇଣ୍ଡିଆ । ଭାରତୀୟ ବ୍ୟାଟରଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ପରାଜୟର କାରଣ ହୋଇଛି । ଭାରତର ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ସାଇମନ ହାମର ୪ଟି ୱିକେଟ ନେଇଛନ୍ତି ।

ପ୍ରଥମ ଟେଷ୍ଟରେ ସାଉଥ ଆଫ୍ରିକା ୩୦ରନ୍‌ ବିଜୟୀ ହୋଇଛି । ଭାରତ ୯୩ରନ୍‌ରେ ଅଲଆଉଟ ହୋଇଛି । ମୁକାବିଲାର ତୃତୀୟ ଦିନ ଅର୍ଥାତ ଆଜି ଦ୍ବିତୀୟ ସେସନ୍‌ ସମାପ୍ତ ହୋଇଛି । ସାଉଥ୍ ଆଫ୍ରିକା ସ୍ପିନର ସାଇମନ ହାର୍ମର ଏହି ମୁକାବିଲାରେ ଦଳ ପାଇଁ ଦୁଇପାଳିରେ ୪ଟି ଲେଖାଏଁ ହିସାବରେ ୮ ୱିକେଟ ଅକ୍ତିଆର କରିଛନ୍ତି । ମୁକାବିଲାରେ ଦିନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ତେମ୍ବା ବଭୁମା । ପ୍ରଥମ ପାଳିରେ ଦଳ କେବଳ ୧୫୯ ରନ୍ କରିଥିଲା । ଜବାବରେ ଭାରତ ୧୮୯ରନ୍ କରିଥିଲା । ପ୍ରଥମ ଇନିଂସ ଆଧାରରେ ଭାରତ ୩୦ରନ୍‌ ଲିଡ୍ କରୁଥିଲା । ଦ୍ବିତୀୟ ପାଳିରେ ଦକ୍ଷିଣ ଆଫ୍ରିକା ୧୫୩ରନ୍ କରି ଭାରତ ଆଗରେ ୧୨୪ରନ୍ ଟାର୍ଗେଟ ସେଟ୍ କରିଥିଲା । ହେଲେ ଭାରତୀୟ ବ୍ୟାଟର ହାମରଙ୍କ ଆରରେ ସରେଣ୍ଡର କରିଥିଲେ । ମାତ୍ର ୯୩ରନରେ ଅଲଆଉଟ ହୋଇଥିଲା ଇଣ୍ଡିଆ । ରିଟାୟାର୍ଡ ହଟ ଅଧିନାୟକ ଶୁବମନ ଗିଲ ଖେଳିନଥିଲେ । ୱାଶିଂଟନ ସୁନ୍ଦର ୯୩ ବଲରେ ୩୧ ରନ୍ କରିଥିଲେ । ହେଲେ ତାଙ୍କୁ ଅନ୍ୟ ବ୍ୟାଟରଙ୍କ ସାଥ ମିଳିନଥିଲା । ଜୈସ୍ୱାଲ ଖାତା ଖୋଲି ପାରିନଥିଲେ । କେଏଲ ରାହୁଲ ୧ ରନ୍,  ଧ୍ରୁବ ଜୁରେଲ ୧୩ରନ୍, ରିଷବ ପନ୍ତ ୨ ରନ୍, ଜାଡେଜା ୧୮ରନ୍ କରି ଆଉଟ ହୋଇଥିଲେ । ମାର୍କୋ ଜନସନ ୨ଟି, କେଶବ ମହାରାଜା ୨ଟି  ଓ ମାକ୍ରନ ଗୋଟି ୱିକେଟ ହାସଲ କରିଥିଲେ ।