ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

Deepseek କୁ ଟକ୍କର ଦେବାକୁ ଆସୁଛି ଭାରତର ନିଜସ୍ବ ଏଆଇ ମଡେଲ, କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

Published By : Harapriya Biswal | January 30, 2025 3:23 PM

ନୂଆଦିଲ୍ଲୀ,୩୦।୧: ଚୀନ୍  ପରେ  ଏବେ ଏଆଇ ଦୁନିଆରେ ଓହ୍ଲାଇବ ଭାରତ। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏନେଇ ଦେଇଛନ୍ତି ସୂଚନା। ସେ କହିଛନ୍ତି, ଭାରତ ନିଜର ଜେନେରେଟିଭ୍ ଏଆଇ ମଡେଲ ତିଆରି କରୁଛି। କେବଳ ସେତିକି ନୁହେଁ ଓପନ ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍ ଭାରତ ଆସିପାରନ୍ତି।

ଭାରତ ଆରମ୍ଭ କରିବ ନିଜସ୍ବ ଏଆଇ ମଡେଲ। ଚୀନ୍‌ର ‘ଡିପସିକ୍‌’ ପରେ ଏବେ ଭାରତ ମଧ୍ୟ ଦିଗରେ ଆଉ ଗୋଟିଏ ପାଦ ଆଗେଇବାକୁ ଯାଉଛି। ଉତ୍କର୍ଷ ଓଡିଶା କନକ୍ଲେଭରେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ କହିଛନ୍ତି ଭାରତ ନିଜର ଜେନେରେଟିଭ ଏଆଇ ମଡେଲ ତିଆରି କରିବାକୁ ପ୍ରସ୍ତୁତି କରୁଛି। ଏଆଇ ଡାଟା ସେଣ୍ଟର ଓଡିଶାରେ ମଧ୍ୟ ସ୍ଥାପିତ କରାଯିବ। ଏହାକୁ ଏଆଇ କମ୍ପ୍ୟୁଟ ଫାସିଲିଟି ପକ୍ଷରୁ ପରିଚାଳିତ କରାଯିବ। ଏହା ଭାରତର ଆବଶ୍ୟକତାକୁ ଧ୍ୟାନରେ ରଖି ଏଲଏଲଏମ୍‌ ଅର୍ଥାତ ଲାର୍ଜ ଲାଙ୍ଗୁଏଜ୍ ମଡେଲ ବିକଶିତ କରିବା ପାଇଁ ୧୮ ହଜାର ଜେପିୟୁ ହାସଲ କରିଛି। ୧୮ ହଜାର ଜେପିୟୁ ସହ ଭାରତ ସ୍ବଦେଶୀ ଏଆଇ ମଡେଲ ତିଆରି କରିବା ଦୃଷ୍ଟିରେ ରହିଛି, ଯାହାକି ଦେଶର ଭାଷା, ଆର୍ଥିକ ଓ ସାମାଜିକ ଆବଶ୍ୟକତାକୁ ପୁରା କରିବ।’ ଶେଷ କଥା ଯେ,ବି ଭାରତ ସରକାର ସ୍ବାସ୍ଥ୍ୟ ସେବାରୁ ନେଇ ଶାସନ, ଶିକ୍ଷା ଓ ଆର୍ଥିକ ସେବାରେ ଏଆଇର ବ୍ୟବହାର କରିବା ଉପରେ ଜୋର ଦେଇଛନ୍ତି। 

‘ଡିପସିକ୍’ ଏକ ଚୀନ୍ ଏଆଇ କମ୍ପାନୀ, ଯାହାର ସ୍ଥାପନା ୨୦୨୩ ରେ ହୋଇଛି। ଜାନୁଆରୀ ୨୦୨୫ ରେ କମ୍ପାନୀ ନିଜର ନୂଆ ମଡେଲ ଡିପସିକ୍‌-ଆର ୧ ଜାରି କରିଥିଲା। ଡିପସିକ୍‌ର କହିବା ଅନୁସାରେ, ଏହାର ମଡେଲ, ଓପନ ଏଆଇର ଚାଟ୍‌ଜିପିଟି ଓ ଗୁଗୁଲର ଜେମିନି ଭଳି ଆମେରିକୀୟ ମଡେଲ ସହ ସମାନ। ଏହା ସହ ଡିପସିକ୍‌ର ଏଆଇ ଆପ୍ ତୁଳନାତ୍ମକ ଭାବରେ ଖୁବ୍ କମ୍ ଦାମ୍ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.