ନୂଆଦିଲ୍ଲୀ: ଦ୍ବିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଆଫଗାନିସ୍ତାନକୁ ୧୭୦ ରନରେ ପରାସ୍ତ କଲା ଭାରତ । ୪୦୩ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୪୪ ଓଭର ୩ ବଲରେ ଅଲଆଉଟ୍ ହୋଇଛି ଆଫଗାନିସ୍ତାନ । ଭାରତ ପକ୍ଷରୁ ଗୁରନୂର ବ୍ରାର ଏବଂ ଅର୍ଶଦୀପ ୩ଟି ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ଭାରତ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଆଗୁଆ ରହି
୪୦୩ ରନର ବିଶାଳ ଲକ୍ଷ୍ୟକୁ ଆଫଗାନିସ୍ତାନ ପିଛା କରୁଥିବାବେଳେ ରହମତ ଶାହ ସର୍ବାଧିକ ୭୯ ରନ୍ ସଂଗ୍ରହ କରିଥିଲେ। ସିଦ୍ଦିକୁଲ୍ଲା ଅଟଳ ୪୨ ରନ୍, ରହମାନୁଲ୍ଲା ଗୁରବାଜ ୪୧ ରନ୍ ଏବଂ ଇବ୍ରାହିମ ଜର୍ଦାନ ୨୧ ରନ୍ ସଂଗ୍ରହ କରିଥିଲେ। ରସିଦ ଖାନ ୧୨ ରନ୍ ସଂଗ୍ରହ କରିଥିବା ବେଳେ ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଏବଂ ଗୁରନୁର ବ୍ରାର ୩-୩ ୱିକେଟ୍ ଅକ୍ତିଆର କରିଥିଲେ। ପ୍ରୀନ୍ସ ଯାଦବ ୨ଟି ଏବଂ ୱାସିଂଟନ ସୁନ୍ଦର ଗୋଟିଏ ୱିକେଟ ନେଇଥିଲେ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୪୯.୫ ବଲରେ ଅଲଆଉଟ ହୋଇ ୪୦୨ ରନ କରିଥିଲା ଟିମ୍ ଇଣ୍ଡିଆ । ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୧୫୪ ରନର ପାଳି ଖେଳିଥିବାବେଳେ ଇଶାନ କିଷନ ୧୨୫ ରନ କରିଛନ୍ତି । ଭାରତର ଓପନର ବ୍ୟାଟ୍ସମ୍ୟାନ ଜୟସ୍ବାଲ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ । ମାତ୍ର ସାଥୀ ଅଭିଜ୍ଞ ଓପନର ରୋହିତ ଶର୍ମା ଅଧିନାୟକ ଶୁଭମନ ଗିଲଙ୍କ ସହ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ରୋହିତ ଶର୍ମା ୪୮ ରନ୍ କରି ଆଉଟ୍ ହୋଇଛନ୍ତି । ଅର୍ଦ୍ଧଶତକରୁ ମାତ୍ର ୨ ରନ ପାଇଁ ବଞ୍ଚିତ ହୋଇଥିଲେ ।
ରୋହିତଙ୍କ ପରେ ଇଶାନ କିଷନ ଏବଂ ଗିଲ୍ ଯୋଡ଼ି ଦମଦାର ପ୍ରଦର୍ଶନ କରିଥିଲେ । ଗିଲ୍ ୧୫୪ ଏବଂ ଇଶାନ ୧୨୫ ରନ କରିଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟସ ୨୬ ଏବଂ ସୁନ୍ଦର ୧୯ ରନ କରିବାରେ ସକ୍ଷମ ହୋଇଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।
ଏହାସହ ପଢ଼ନ୍ତୁ : ଉଥପ୍ପାଙ୍କ ଭବିଷ୍ୟବାଣୀ, ମୁମ୍ବାଇ ଛାଡ଼ି ଏହି ଦଳରେ ସାମିଲ ହେବେ ସୂର୍ଯ୍ୟକୁମାର