ନୂଆଦିଲ୍ଲୀ,୨୯/୦୯: ଭାରତ ଏସିଆ କପ୍ ୨୦୨୫ର ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଦୁବାଇରେ ଫାଇନାଲ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇ 'ଅପରେସନ ସିନ୍ଦୂର'ର କଥା କହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ରାଗ ଗର ଗର ହୋଇ ତାଟିଆ କାମୁଡିଛି । ପରାଜୟ ପାକିସ୍ତାନକୁ ବଡ ଝଟକା ଦେଇଛି । ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପାକ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏପରି ହେଲେ ଶାନ୍ତି ଆସିବ ନାହିଁ ।
ଖ୍ୱାଜା ଆସିଫ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ୍ସ ପୋଷ୍ଟ ବିଷୟରେ ଲେଖିଛନ୍ତି, "କ୍ରିକେଟର ସଂସ୍କୃତି ଏବଂ ଭାବନାକୁ ନଷ୍ଟ କରି, ମୋଦି ନିଜ ରାଜନୀତିକୁ ବଞ୍ଚାଇବା ପାଇଁ ଉପମହାଦେଶରେ ଶାନ୍ତି ଏବଂ ସମସ୍ୟାର ସମାଧାନର ସମ୍ଭାବନାକୁ ନଷ୍ଟ କରୁଛନ୍ତି । ଏହି ଉପାୟରେ ଶାନ୍ତି ଏବଂ ସମ୍ମାନ ଫେରାଇ ଅଣାଯାଇପାରିବ ନାହିଁ । ପାକିସ୍ତାନ-ଭାରତ ଯୁଦ୍ଧର ସ୍କୋର ୬/୦ ଥିଲା । ଆମେ କିଛି କହୁନାହୁଁ । ମୋଦିଙ୍କୁ ଭାରତ ଏବଂ ବିଶ୍ୱ ଉଭୟରେ ଅପମାନିତ କରାଯାଇଛି ।"
ପ୍ରଥମେ ଶରିଫ୍, ତାପରେ ମିଛ କହିଲେ ଖ୍ୱାଜା ଆସିଫ୍- ଖ୍ୱାଜା ଆସିଫଙ୍କ ପୋଷ୍ଟରେ ମଜାଳିଆ କଥା ହେଉଛି ଯେ, ମାତ୍ର ୭୨ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ୍ ଜାତିସଂଘ ସାଧାରଣ ସଭା ମଞ୍ଚରେ ଦାବି କରିଥିଲେ ଯେ ପାକିସ୍ତାନୀ ସେନା ଭାରତ ସହିତ ୪ ଦିନିଆ ଯୁଦ୍ଧରେ ଭାରତୀୟ ବାୟୁସେନାର ୭ଟି ଜେଟ୍ ଖସାଇ ଦେଇଥିଲା । ଏବେ, ୭୨ ଘଣ୍ଟା ପରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ୬ଟି ଜେଟ୍ ଖସାଇ ଦେଇଥିବା ଦାବି କରିଛନ୍ତି । ଅପରେସନ୍ ସିନ୍ଦୂର ପରଠାରୁ ପାକିସ୍ତାନ ସରକାର ବାରମ୍ବାର ମିଛ କହି ଆସୁଛି । ଏହା ଭାରତୀୟ ବିମାନକୁ ଖସାଇ ଦେବାର ବାରମ୍ବାର ମିଛ ଦାବି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାର ଦାବିରେ ସଂଖ୍ୟା ମଧ୍ୟ ନିରନ୍ତର ପରିବର୍ତ୍ତନ ହେଉଛି।
ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ । ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲେ, ''ଖେଳ ପଡିଆରେ 'ଅପରେସନ୍ ସିନ୍ଦୂର' । ଯୁଦ୍ଧ ମୈଦାନ ହେଉ କି ଖେଳ ପଡିଆ ପରିଣାମ ସର୍ବା ଭାରତ ସପକ୍ଷରେ । ସମାନ ଫଳାଫଳ- ଭାରତ ବିଜୟୀ । ଆମ କ୍ରିକେଟରଙ୍କୁ ଶୁଭେଚ୍ଛା । ''
କହି ରଖୁଛି କି,ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୪୬ ରନ୍ କରିଥିଲା । ଜବାବରେ ଭାରତ ୧୯.୪ ଓଭରରେ ୫ ୱିକେଟ ହରାଇ ଏସିଆ ଦଖଲ କରିଥିଲା ।