ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଦିନିକିଆ: ଦୀପ୍ତିଙ୍କ ଲଢୁଆ ବ୍ୟାଟିଂରେ ଜିତିଲା ଭାରତ, ୪ ୱିକେଟରେ ହାରିଲା ଘରୋଇ ଦଳ

Published By : Prameya | July 17, 2025 8:29 AM

ସାଉଥମ୍ପଟନ, ୧୭/୦୭:  ଘରୋଇ ଇଂଲଣ୍ଡ ଓ ଭାରତ ମହିଳା  ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ  ଦିନିକିଆରେ ଭାରତ ୪ ୱିକେଟ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୬ୱିକେଟ୍‌ ହରାଇ  ୨୫୮ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୪୮.୨ ଓଭରରେ  ୬ ୱିକେଟ୍‌ ହରାଇ ଆବଶ୍ୟକ  ରନ ସଂଗ୍ରହ କରି ନେଇଥିଲା ।  

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି  ନେଇଥିବା ଇଂଲଣ୍ଡ ୨୦ ରନ୍‌ରେ  ଉଭୟ ଓପନରଙ୍କୁ ହରାଇଥିଲା । ଆମି  ଜୋନ୍ସ(୧) ଓ ଥାମି ବ୍ୟୁମୋଣ୍ଟ(୫) ଙ୍କୁ କ୍ରାନ୍ତି ଗୌଡ଼ ଆଉଟ୍‌ କରିଥିଲେ ।  ମଧ୍ୟ ଭାଗରେ ଏମା ଲାମ୍ବ ୩୯,  ନାତାଲି ସ୍କିଭର-ବ୍ରଣ୍ଟ ୪୧, ଶୋଫିଆ  ଡଙ୍କଲି ୮୩, ଆଲିସ ଡାଭିସନ- ରିଚାର୍ଡ୍ସ ୫୩ ଓ ଶୋଫି ଏକ୍ଲେଷ୍ଟୋନ  ଅପରାଜିତ ୨୩ ରନ କରିଥିଲେ ।  ଭାରତ ପକ୍ଷରୁ କ୍ରାନ୍ତି ଓ ସ୍ନେହ ରାଣା  ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।  

ଜବାବରେ ଭାରତର ଦୁଇ  ଓପନର ସ୍ମୃତି ମନ୍ଧନା ଓ ପ୍ରତିକା  ରାୱଲ୍‌ ୪୮ ରନ ସଂଗ୍ରହ କରିଥିଲେ ।  ମନ୍ଧନା ୨୮ ରନ କରି ପ୍ରଥମେ ଆଉଟ୍‌ ହେବା ପରେ ଇଂଲଣ୍ଡ ବୋଲର  ଶୃଙ୍ଖଳିତ ବୋଲିଂ କରି ଭାରତ  ଉପରେ ଚାପ ପକାଇଥିଲେ । ଭାରତ  ନିୟମିତ ବ୍ୟବଧାନରେ ୱିକେଟ୍‌ ହରରାଇଥିଲା । ପ୍ରତିକା ୩୬,  ହର୍ଲିନ ଦେଓଲ ୨୭ ଓ ହର୍ମନପ୍ରୀତ  କୌର ୧୭ ରନ କରି ଆଉଟ୍‌  ହୋଇଥିଲେ । ଏହାପରେ ଜେମିମା ରୋଡ୍ରିଗ୍ସ ଓ ଦୀପ୍ତ ଶର୍ମା ଲଢୁଆ  ବ୍ୟାଟିଂ କରି ୯୦ ରନ୍‌ର ଭାଗିଦାରୀ  ଗଠନ କରିବା ସହ ବିଜୟ ଆଶା  ସଂଚାର କରିଥିଲେ । ଦଳୀୟ ସ୍କୋର  ୨୧୪ ବେଳେ ରୋଡ୍ରିଗ୍ସ ୪୮ ରନ  କରି ଆଉଟ୍‌ ହୋଇଥିଲେ । ପରେ  ପରେ ରିଚା ଘୋଷ ୧୦ ରନ କରି  ପାଭିଲିୟନ ଫେରିଥିଲେ । ଏହାପରେ  ଅମନଜୋତ କୌରଙ୍କୁ ସାଥୀ କରି  ଦୀପ୍ତି ୩୩ରନ୍‌ର ଭାଗିଦାରୀ ଗଢିବା  ସହ ଦଳକୁ ବିଜୟୀ କରାଇଥିଲେ । ସେ ୩ଚୌକା ଓ ୧ଛକା ବଳରେ  ୬୨ ରନ କରିଥିଲେ । ଅମନଜୋତ  ୩ଚୌକା ବଳରେ ୨୦ ରନ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.