ନୂଆଦିଲ୍ଲୀ,୧୫।୧୦: ଭାରତୀୟ ବାୟୁସେନା ଏହାର କ୍ଷମତା ବୃଦ୍ଧି ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଏହା ପ୍ରାୟ ୭୦୦ କ୍ଷେପଣାସ୍ତ୍ର କିଣିବାକୁ ଯୋଜନା କରୁଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ‘ଅସ୍ତ୍ର ମାର୍କ-୨’ ଏୟାର-ଟୁ-ଏୟାର ମିସାଇଲ ରେଞ୍ଜକୁ ପ୍ରାୟ ୨୦୦ କିଲୋମିଟରକୁ ବୃଦ୍ଧି କରିବ। ପୂର୍ବରୁ ଏହାର ପରିସର ୧୬୦ କିଲୋମିଟର ଥିଲା, କିନ୍ତୁ ବର୍ତ୍ତମାନ ଏହି କ୍ଷେପଣାସ୍ତ୍ର ଆହୁରି ଅଧିକ ଦୂରତା ଅତିକ୍ରମ କରିପାରିବ। ବାୟୁସେନା ଏହି କ୍ଷେପଣାସ୍ତ୍ରଗୁଡ଼ିକୁ କିଣିବାକୁ ଯୋଜନା କରୁଛି।

ANI ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ‘ଅସ୍ତ୍ର ମାର୍କ-୨’ ଉପରେ ଆଲୋଚନା କରିପାରେ। ଏହି କ୍ଷେପଣାସ୍ତ୍ର ବିୟଣ୍ଡ ଭିଜୁଆଲ ରେଞ୍ଜ (BVR) ଅର୍ଥାତ ଆଖିରେ ଦେଖାଯାଉଥିବା  ଦୂରତ୍ବ ପର୍ଯ୍ୟନ୍ତ ଶତ୍ରୁମାନଙ୍କୁ ଆକ୍ରମଣ କରିପାରିବ। ଭାରତ ଦୀର୍ଘ ସମୟ ଧରି ଏପରି କ୍ଷେପଣାସ୍ତ୍ର ବିକାଶିତ କରିଆସୁଛି, କିନ୍ତୁ ଅପରେସନ୍ ସିନ୍ଦୁର ପରେ, ବାୟୁସେନା ଏହାର କ୍ଷମତାକୁ ଆହୁରି ବୃଦ୍ଧି କରୁଛି। ଏହା ଏହି କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ।

ଗତ ପ୍ଲାନ ଅନୁସାରେ, ଡିଆରଡିଓ ‘ଅସ୍ତ୍ର ମାର୍କ-୨’ ମିସାଇଲର ରେଞ୍ଜ ପ୍ରାୟଳ ୧୬୦ କିଲୋମିଟର ପର୍ଯ୍ୟନ୍ତ ରଖିବା ନେଇ ବିଚାର କରୁଛି। କିନ୍ତୁ ଏବେ ସେ ୨୦୦ କିଲୋମିଟରରୁ ଅଧିକ ଦୂରତ୍ବ ପର୍ଯ୍ୟନ୍ତ ଆକ୍ରମଣ କରୁଥିବା ଭର୍ସନ ବିକଶିତ କରିବା ଉପରେ କାମ କରୁଛି। ଭାରତୀୟ ବାୟୁସେନା ପ୍ରାୟ ୭୦୦ ‘ଅସ୍ତ୍ର ମାର୍କ-୨’ ମିସାଇଲ କିଣିବାକୁ ଯାଉଛି, ଯାହାକୁ ବାୟୁସେନାର ସୁଖୋଇ ଓ ହାଲକା ଯୁଦ୍ଧ ବିମାନ (ଏଲ୍‌ସିଏ) ୟୁନିଟ୍‌ରେ ମୁତୟନ କରାଯିବ।