ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

Operation sindoor: ଆତଙ୍କୀସ୍ତାନରେ ଆତଙ୍କ ଖେଳାଇଲା ଭାରତୀୟ ସେନା; ମଧ୍ୟରାତ୍ରୀରେ ପାକିସ୍ତାନୀଙ୍କର ହଜିଲା ନିଦ

Published By : Bijay Swain | May 7, 2025 5:07 AM

Image courtesy: indiatoday

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀ ବୁଧବାର ରାତିରେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ସଠିକ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଜବାବ ସ୍ୱରୂପ ପ୍ରତିଶୋଧ ନିଆଯାଇଛି। ଯେଉଁଥିରେ ୨୫ ଜଣ ଭାରତୀୟଙ୍କ ସମେତ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

ଭାରତୀୟ ସେନା ଏହି ଆକ୍ରମଣକୁ “ସଠିକ ଓ ଅଣ-ଉତ୍ତେଜନାମୂଳକ” ବୋଲି ବର୍ଣ୍ଣନା କରିଛି। ଏହା ସହ ଏହି ଅପରେସନର ଲକ୍ଷ୍ୟ ଭାରତ ବିରୋଧରେ ଆକ୍ରମଣ ପରିଚାଳନା କରୁଥିବା ଆତଙ୍କୀ ପୋଷ୍ଟକୁ ଧ୍ୱଂସ କରିବା ଥିଲା ବୋଲି ସେନା କହିଛି। ଏହି ଆକ୍ରମଣ କେବଳ ଆତଙ୍କବାଦୀ ଶିବିର ଉପରେ କେନ୍ଦ୍ରୀଭୂତ ଥିଲା ଏବଂ ପାକିସ୍ତାନର କୌଣସି ସାମରିକ ସ୍ଥାନକୁ ଟାର୍ଗେଟ କରାଯାଇ ନଥିଲା।

ଅନ୍ୟପଟେ ‘ଅପରେସନ ସିନ୍ଦୁର’ ପରେ ବିଳିବିଳେଇ ଉଠିଥିବା ପାକିସ୍ତାନ ଏହି ଆକ୍ରମଣକୁ “ବର୍ବରତାପୂର୍ଣ୍ଣ” ବୋଲି ଅଭିହିତ କରି ନିଜର ସମୟ ଓ ସ୍ଥାନ ଅନୁଯାୟୀ “ପ୍ରତିଶୋଧ” ନେବାକୁ ଭାରତକୁ ଚେତାବନୀ ଦେଇଛି। ପାକିସ୍ତାନୀ ସେନାର ଡିଜି ଆଇଏସପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ କହିଛନ୍ତି, “ଭାରତ ବାହାଓ୍ୱାଲପୁରର ସୁଭାନୁଲ୍ଲା ମସଜିଦ, କୋଟଲି ଓ ମୁଜାଫରାବାଦରେ ତିନୋଟି ସ୍ଥାନରେ ବିମାନ ଆକ୍ରମଣ କରିଛି।”

ଭାରତର ମାଷ୍ଟର ଷ୍ଟ୍ରୋକ ପରେ ପାକିସ୍ତାନ ସେନାର ଯୁଦ୍ଧ ବିମାନଗୁଡ଼ିକ ତୁରନ୍ତ ଉଡ଼ାଣ ଭରିଥିଲା। ଏହି ଆକ୍ରମଣ ଭାରତୀୟ ଆକାଶପଥରୁ ହୋଇଥିବା ନେଇ ପାକିସ୍ତାନ ବାୟୁସେନା ଦାବି କରିଛି। ଏହି ଆକ୍ରମଣରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ତେବେ ଏନେଇ ଏଯାଏ ଆଧିକାରିକ ସ୍ତରରେ ଘୋଷଣା କରାଯାଇ ନାହିଁ। ଅନ୍ୟପଟେ ଏହି ଆକ୍ରମଣ ପରେ ପାକିସ୍ତାନର ଲାହୋର ଓ ସିଆଲକୋଟ ବିମାନବନ୍ଦର ଆଗାମୀ ୪୮ ଘଣ୍ଟା ପାଇଁ ବନ୍ଦ ରହିବା ନେଇ ଘୋଷଣା ହୋଇଥିବା ଜଣାପଡିଛି।

ଆକ୍ରମଣ ପରେ ପାକିସ୍ତାନ ପୁଣିଥରେ ଯୁଦ୍ଧବିରତି ଉଲ୍ଲଂଘନ କରି ପୁଞ୍ଚ-ରାଜୌରୀ ଅଞ୍ଚଳର ଥିବା ଭିମ୍ବେର ଗାଲି ସେକ୍ଟରରେ ଆର୍ଟିଲେରୀ ଗୁଳିଚାଳନା କରିଛି। ଭାରତୀୟ ସେନା ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ ସେମାନେ ଏହାର “ଉପଯୁକ୍ତ ଜବାବ” ଦେଉଛନ୍ତି। ଏପ୍ରିଲ ୨୨ ଆକ୍ରମଣ ପରେ ପାକିସ୍ତାନ ଗତ ୧୧ ରାତି ଧରି ଲଗାତାର ଯୁଦ୍ଧ ବୀରତି ଉଲଘଂନ କରି ଅନାବଶ୍ୟକ ଗୁଳିଚାଳନା ଜାରି ରଖିଛି।




ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ “ଦୁଃଖଦ” ବୋଲି ଅଭିହିତ କରି ଉଭୟ ଦେଶକୁ ଉତ୍ତେଜନା ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଦୁଇ ଦେଶ ଦଶନ୍ଧି ଓ ଶତାବ୍ଦୀ ଧରି ଲଢ଼ି ଆସୁଛନ୍ତି। ମୁଁ ଆଶା କରୁଛି ଏହା ଶୀଘ୍ର ଶେଷ ହେବ।” ସେହିଭଳି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରୀୟ ବିଭାଗର ମୁଖପାତ୍ର କହିଛନ୍ତି ଯେ, “ଆମେ ଏହି ରିପୋର୍ଟ ବିଷୟରେ ଅବଗତ। ତଥାପି, ଏହା ଏକ ସଂକଟପୂର୍ଣ୍ଣ ପରିସ୍ଥିତି ଏବଂ ଆମେ ଏହା ଉପରେ ଅତି ନିକଟରୁ ନଜର ରଖିଛୁ।”

‘ଅପରେସନ୍ ସିନ୍ଦୂର’ ସମ୍ପର୍କରେ ଏକ ବିସ୍ତୃତ ବ୍ରିଫିଂ ଆଜି ଅପରାହ୍ନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଆକ୍ରମଣ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଆଗାମୀ ଦିନରେ ଉଭୟ ଦେଶର କାର୍ଯ୍ୟାନୁଷ୍ଠାନ ଏହି ସଂକଟର ଦିଗ ନିର୍ଦ୍ଧାରଣ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.