ପ୍ରମୂଖ ଖବର
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ପ୍ରତିଶୋଧ ; ବାରମୁଲ୍ଲାରେ ସେନା ଗୁଳିରେ ଟଳିଲେ ୨ ଆତଙ୍କୀ, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶାହ

Published By : Ankita S | April 23, 2025 10:52 AM

ନୂଆଦିଲ୍ଲୀ,୨୩ /୦୪: ଜମ୍ମୁ-କାଶ୍ମୀରେ ପହଲଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ଆତଙ୍କୀଙ୍କର ଏହି ବଡ଼ ଆକ୍ରମଣର କିଛି ଘଣ୍ଟା ନ ପୁରୁଣୁ ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା । ବାରମୁଲ୍ଲାରେ ସେନା-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା ।

ଦେଶକୁ ସ୍ତବ୍ଦ କରି ଦେଇଥିବା ପହଲଗାମ ଆତଙ୍କୀ ଆକ୍ରମଣ କିଛି ଘଣ୍ଟା ପରେ ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା । ବାରମୁଲ୍ଲାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ଆତଙ୍କୀ । ଏହି ସମୟରେ ସେନା ଓ ଆତଙ୍କୀ ମଧ୍ୟରେ ଗୁଳି ବିନିୟମ ହୋଇଥିଲା । ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲେ ସୁରକ୍ଷାକର୍ମୀ । ସେନା ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ବିପୁଳ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଜବତ ହୋଇଛି । ସମୀନ୍ତରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ତୁରନ୍ତ କାଶ୍ମୀର ଗସ୍ତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ସେଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ପୀଡ଼ିକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ସେପଟେ ପହଲଗାମ ହମଲା ପରେ କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ । ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସେପଟେ ଜମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା ହୋଇଛି ।


ଅଧିକ ପଢନ୍ତୁ...୬ ଦିନ ତଳେ ବାହାଘର ହୋଇଥିଲା, ଆତଙ୍କୀ ହମଲାରେ ଚାଲିଗଲା ନୌସେନା ଅଧିକାରୀଙ୍କ ଜୀବନ

ପହଲଗାମରେ ସେନା ପୋଷାକ ପିନ୍ଧି ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କବାଦୀ । ଏଥିରେ ୨୮ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ସେମାନଙ୍କ ମଧ୍ୟରେ ମଧ୍ୟରେ ରହିଛନ୍ତି ଜଣେ ନୌସେନା ଓ ଆଇବି ଅଫିସର । ପୁଲୱାମା ପରେ ଏହା ସବୁଠୁ ବଡ଼ ଧରଣର ହମଲା। ଆକ୍ରମଣ ନେଇ ନିଜକୁ ଦାୟୀ କରିଛି ଏଲଇଟିର ଶାଖା ଟିଆର୍‌ଏଫ୍ । 

ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ଶୁଣି ସାଉଦି ଆରବ ଗସ୍ତ ଅଧାରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀରେ ପହଞ୍ଚିବା କ୍ଷଣି ପାଲମ ବିମାନବନ୍ଦରରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଆତଙ୍କୀ ହମଲାର ତଦନ୍ତ କରିବାକୁ NIA ଟିମ୍ ପହଲଗାମ୍‌ରେ ପହଞ୍ଚିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.