ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୬ ଦିନ ତଳେ ବାହାଘର ହୋଇଥିଲା, ଆତଙ୍କୀ ହମଲାରେ ଚାଲିଗଲା ନୌସେନା ଅଧିକାରୀଙ୍କ ଜୀବନ

Published By : Ankita S | April 23, 2025 10:01 AM

ନୂଆଦିଲ୍ଲୀ,୨୩ /୦୪: ଜମ୍ମୁ-କାଶ୍ମୀରେ ଭୟଙ୍କର ଆତଙ୍କୀ ଆକ୍ରମଣ ଦେଶକୁ ସ୍ତବ୍ଦ କରି ଦେଇଛି ।  ଅନନ୍ତନାଗର ପହଲଗାମକୁ ଟାର୍ଗେଟ କରି ଆତଙ୍କୀ ସେନା ପୋଷାକ ପିନ୍ଧି ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ୨୭ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ନୌସେନା ଓ ଆଇବି ଅଫିସର । ୬ଦିନ ତଳେ ନୌସେନା ଅଫିସର ଲେପ୍ଟନାଣ୍ଟ ବିନୟ ନରୱାଲଙ୍କର ବାହାଘର ହୋଇଥିଲା । ମାତ୍ର ୬ ଦିନରେ ଜୀବନସାଥୀଙ୍କୁ ହରାଇଛନ୍ତି ପତ୍ନୀ । ତାଙ୍କ ଆଖି ସାମ୍ନାରେ ସ୍ୱାମୀଙ୍କୁ ଗୁଳି କରିଥିଲେ ରକ୍ତମୁଖା ଆତଙ୍କୀ । ସ୍ୱାମୀଙ୍କ ମୃତଦେହ ପାଖରେ ସ୍ତବ୍ଧ ହୋଇ ବସିଛନ୍ତି ପତ୍ନୀ । ସୋସିଆଲ ମିିଡିଆରେ ସେହି ଫଟୋ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।

୬ ଦିନ ତଳେ ବାହାଘର ହୋଇଥିଲା- ଲେପ୍ଟନାଣ୍ଟ ବିନୟ ନରୱାଲ ୭ ବର୍ଷ ତଳେ କୋଚିରେ ନୌସେନାରେ ସାମିଲ ହୋଇଥିଲେ । ଏପ୍ରିଲ ୧୬ରେ ୨୬ ବର୍ଷୀୟ ବିନୟଙ୍କ ବାହାଘର ହୋଇଥିଲା । ଛୁଟିରେ ଆସିଥିବା ବିନୟ ପତ୍ନୀଙ୍କ ସହିତ କାଶ୍ମୀର ବୁଲିବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଆତଙ୍କୀ ଆକ୍ରମଣମରେ ତାଙ୍କ ଜୀବନ ଚାଲିଯିବ ବୋଲି ।  ବିନୟଙ୍କ ବିୟୋଗ ଖବର ଶୁଣି ପରିବାର ଭାଙ୍ଗି ପଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଅଧିକ ପଢ଼ନ୍ତୁ...Pahalgam Attack: ପହଲଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ: ଜାଣନ୍ତୁ କଣ ରହିଛି ପୁରା ଘଟଣା...

ପୁଲୱାମା ପରେ ଏହା ସବୁଠୁ ବଡ଼ ଧରଣର ହମଲା । ଆକ୍ରମଣ ନେଇ ନିଜକୁ ଦାୟୀ କରିଛି ଏଲଇଟିର ଶାଖା ଟିଆର୍‌ଏଫ୍ । ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ ୧୫ବର୍ଷରେ ଜମ୍ମୁରେ ୧୧ ଆତଙ୍କୀ ଆକ୍ରମଣ ହୋଇଛି । ସେନା ବେଶରେ ଆସି ନୀରିହ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କୀ । ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ଶୁଣି ସାଉଦି ଆରବ ଗସ୍ତ ଅଧାରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ଦିଲ୍ଲୀରେ ପହଞ୍ଚିବା କ୍ଷଣି ପାଲମ ବିମାନବନ୍ଦରରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ଏନ୍‌ଏସ୍‌ଏ ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ସାମିଲ ଅଛନ୍ତି । ଆତଙ୍କୀ ହମଲାର ତଦନ୍ତ କରିବାକୁ NIA ଟିମ୍ ପହଲଗାମ୍‌ରେ ପହଞ୍ଚିଛି । ଏହି ଆତଙ୍କୀ ହମଲାକୁ ସାରା ବିଶ୍ୱ ନିନ୍ଦା କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.