ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତର୍ଜାତୀୟ ମହାକାଶ ଯାତ୍ରା ସ୍ଥଗିତ; ଜାଣନ୍ତୁ କେବେ ରହିଛି ନୂଆ ତାରିଖ

Published By : Bijay Swain | June 3, 2025 11:18 PM

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS)କୁ ଯାତ୍ରାକୁ ସାମୟିକ ପାଇଁ ସ୍ଥଗିତ ରଖାଯାଇଛି। ଏହି ଐତିହାସିକ ଅଭିଯାନ ଆକ୍ସିଓମ୍ ସ୍ପେସ୍‌ର ଚତୁର୍ଥ ମହାକାଶ ମିସନ୍ (Ax-4)ର ଏକ ଅଂଶ। ଏହା ପୂର୍ବରୁ ମେ ୨୯ରେ ଏହି ମିଶନ ଆରମ୍ଭ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ତେବେ ପ୍ରସ୍ତୁତି ସମୟରେ ଏକ ଛୋଟ ବୈଷୟିକ ତ୍ରୁଟି ଯୋଗୁଁ ଏଥିରେ ବିଳମ୍ବ ହୋଇଥିଲା ଓ ଏହି ମିଶନକୁ ଜୁନ ୮ ତାରିଖକୁ ଘୁଞ୍ଚା ଯାଇଥିଲା। ହେଲେ ମହାକାଶକୁ ଯିବା ପୂର୍ବରୁ ହେବାକୁ ଥିବା କ୍ୱାରନ୍‌ଣ୍ଟାଇନରେ ଅସୁବିଧା ପରିଲକ୍ଷିତ ହ୍ବାରୁ ଏହି ମିଶନକୁ ଆଉ ଦୁଇ ଦିନ ଘୁଞ୍ଚାଇ ଦିଆଯାଇଛି। ଏହି ମିସନ୍ ନାସାର କେନେଡୀ ସ୍ପେସ୍ ସେଣ୍ଟରରୁ ସ୍ପେସ୍‌ଏକ୍ସ୍ ଡ୍ରାଗନ୍ ମହାକାଶ ଯାନ ଏବଂ ଫାଲକନ୍-୯ ରକେଟ୍ ମାଧ୍ୟମରେ ଉତ୍‌କ୍ଷେପଣ ହେବ।

ବର୍ତ୍ତମାନ ଏହି ମିଶନର ଲଞ୍ଚ ତାରିଖକୁ ଜୁନ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଭାରତୀୟ ସମୟ ୫ଟା ୫୨ ମିନିଟ ସମୟରେ ଏହି ଲଞ୍ଚକୁ ସିଡ୍ୟୁଲ କରାଯାଇଛି। ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ଦ୍ୱିତୀୟ ଭାରତୀୟ ଭାବେ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। 

ଶୁକ୍ଳା ଏହି ମିସନ୍‌ରେ ପାଇଲଟ୍ ଭାବେ ଦାୟିତ୍ଵ ନେବେ ଏବଂ ତାଙ୍କ ସହ ଆମେରିକାର ପେଗୀ ହ୍ୱିଟସନ୍ (ମିସନ୍ କମାଣ୍ଡର), ପୋଲାଣ୍ଡର ସ୍ଲାୱୋସ୍ଜ ଉଜନାନ୍ସକି-ବିଶ୍ନେବ୍ସକି ଏବଂ ହଙ୍ଗେରୀର ଟିବୋର କାପୁ ମହାକାଶ ଯାତ୍ରୀ ଭାବେ ଯୋଗ ଦେବେ। ଏହି ୧୪ ଦିନିଆ ମିସନ୍‌ରେ ଶୁକ୍ଳା ଏବଂ ତାଙ୍କ ଦଳ ବୈଜ୍ଞାନିକ ଗବେଷଣା, ପ୍ରଯୁକ୍ତି ପରୀକ୍ଷଣ ଏବଂ ଜନସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବେ। ଶୁକ୍ଳା ଭାରତର ଗଗନଯାନ ମିସନ୍ ପାଇଁ ସମ୍ବନ୍ଧୀୟ ପରୀକ୍ଷଣ କରିବେ, ଯେଉଁଥିରେ ମାଂସପେଶୀ କ୍ଷୟ, ମାଇକ୍ରୋଗ୍ରାଭିଟି ଅନୁକୂଳନ ଏବଂ ବାୟୋ-ଫାର୍ମିଂ ଆଦି ଅନ୍ତର୍ଭୁକ୍ତ ରହିଛି।

ଶୁକ୍ଳାଙ୍କ ଘର ଲକ୍ଷ୍ନୌରେ ହୋଇଥିବା ବେଳେ ସିଏ ୨୦୦୬ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ତାଙ୍କ ନିକଟରେ ୨,୦୦୦ ଘଣ୍ଟାରୁ ଅଧିକ ଉଡ଼ାଣର ଅଭିଜ୍ଞତା ରହିଛି। ୨୦୧୯ରେ ସେ ଇସରୋର ମହାକାଶ ଯାତ୍ରୀ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲେ। ସେ ରୁଷିଆ, ଭାରତ ଓ ଆମେରିକାରେ ତାଲିମ ଗ୍ରହଣ କରିଛନ୍ତି। ଏହି ମିସନ୍ ଭାରତର ମହାକାଶ ଅଭିଯାନରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହେଉଛି। କାରଣ ଭାରତର ୨୦୨୭ରେ ନିର୍ଦ୍ଧାରିତ ଗଗନଯାନ ମିସନ୍ ପାଇଁ ପ୍ରସ୍ତୁତିକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.