ମନମୁଣ୍ଡା,୧।୧୨ : କଣ୍ଟାମାଳ ବ୍ଲକ ପଲଶାଗୋରା କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଦପଲା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା ସଂଗଠନର ବରିଷ୍ଠ ଉପ ସଭାପତି ମକରଧ୍ବଜ ମହାନନ୍ଦିଆଙ୍କ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ତଥା ପୁଷ୍ପମାଲ୍ୟ ଅର୍ପଣ ପରେ ସଂଗଠନର ଜିଲ୍ଳା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସାମ୍ବିଧାନିକ ଅଧିକାର ଉପରେ ଆଲୋକପାତ କରିଥିଲେ ।
କନ୍ଧମାଳ ଜିଲ୍ଲା ନ୍ୟାୟାଳୟର ସେକ୍ସନ ଅଧିକାରୀ ସୂଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । କନ୍ଧମାଳ ଜିଲ୍ଲାର ବରିଷ୍ଠ ସମାଜସେବୀ ତଥା ଆମ୍ବେଦକରର ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡ଼ଃ ସୋମନାଥ ବାଘ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ର ନକଲି ଦେୱାର ମାନଙ୍କ ଅନୁସୂଚିତ ଜାତି ତାଲିକାରେ ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ଭାବେ ସାମିଲ ସହିତ ଅନୁପ୍ରବେଶ କରି ହଡ଼ପ କରୁଥିବା ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ବିଶିଷ୍ଟ ଶିକ୍ଷାଵିତ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ନ୍ୟାୟିକ ବ୍ୟବସ୍ଥା ସହିତ ରାଜରାସ୍ତାରେ ଗଣତାନ୍ତ୍ରିକ ପଦ୍ଧତିରେ ଆରକ୍ଷଣ ର ସୁରକ୍ଷା ଉପରେ ଲଢ଼େଇ ଜାରି ରଖିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ । ବୌଦ୍ଧ ଜିଲ୍ଲାର ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶମ୍ଭୁ ପ୍ରସାଦ ମହାନନ୍ଦିଆ ଏବଂ ବୌଦ୍ଧ ଜିଲ୍ଲାର ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ବରିଷ୍ଠ ରାଜସ୍ବ ଅଧିକାରୀ ଦୀନବନ୍ଧୁ ସୁନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଂଗଠନ କୁ ସୁଦୃଡ଼ କରିବା ସହିତ କେ ଡି କେ ମାନଙ୍କୁ ଅନୁସୂଚିତ ଜାତି (ଏସ ସି ) ତାଲିକାରୁ ସଂପୂର୍ଣ୍ଣ ହଟାଇବା ପାଇଁ ଜୋରଦାର ଲଢେ଼ଇ କରିବାକୁ ମତବ୍ୟକ୍ତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସଂଗଠନର ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ଯୁଗ୍ମ ସମ୍ପାଦକ ମାର୍କଣ୍ଡ କଲତା , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧରଣୀଧର ବିଭାର , ବିଶ୍ଵନାଥ ସୁନା , ଜ୍ୟୋତି ରଞ୍ଜନ ମହାନନ୍ଦ ଯୋଗଦେଇ ବାବାସାହେବ ଙ୍କ ସାମ୍ବିଧାନିକ ଅଧିକାର ଏବଂ ଅନୁସୂଚିତ ଜାତି (ଏସ ସି) ତାଲିକା ରେ କେ ଡି କେ ମାନଙ୍କ ଅନାଧିକାର ପ୍ରବେଶ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ପଲଶାଗୋରା ପଞ୍ଚାୟତ କମିଟି ସଭାପତି ନରେନ୍ଦ୍ର ଦୀପ , ସମ୍ପାଦକ ପିତାମ୍ବର ବିଭାର , ବରଗାଁ ପଞ୍ଚାୟତ କମିଟି ସଭାପତି ପରମେଶ୍ବର ଛତ୍ରିଆ , ସମ୍ପାଦକ ସୁବାଷ ମହାନନ୍ଦ , ରୁଣ୍ଡିମହୁଲ ପଞ୍ଚାୟତ ବ୍ଲକ ସଂଯୋଜକ ରାଜେନ୍ଦ୍ର ବାଘ , ସମ୍ପାଦକ ପୁରୁଷୋତ୍ତମ ନାଗ , କଣ୍ଟାମାଳ ବ୍ଲକ ସଂଯୋଜକ ରୁଦ୍ର ପ୍ରସାଦ କୁମ୍ଭାର , ବରିଷ୍ଠ ସମାଜସେବୀ ଦିଲ୍ଲିପ ମହାନନ୍ଦିଆ , ଧୃବ ଚରଣ ମହାନନ୍ଦ , ଗଣପତି ନାଗ , ହରିବୋଲ ସୁନା , ଜଗନ୍ନାଥ ସୁନା, ପ୍ରମୁଖ ଶତାଧିକ ସମାଜସେବୀ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଯୁବ ଶିକ୍ଷା ଵିତ ସଂଜିତ୍ କୁନାର ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ ଅନ୍ୟତମ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ ହରିପାଲ ଧନ୍ୟବାଦ ଅର୍ପଣ କରିଥିଲେ ।