ନୂଆଦିଲ୍ଲୀ, ୧୦/୦୧: ଆର୍ଥିକ ବର୍ଷ ୨୦୨୫-୨୬ରେ ଦେଶ ୬.୮%  ଅଭିବୃଦ୍ଧି ହାସଲ କରିବ । ଘରୋଇ  ବଜାରର ବିଭିନ୍ନ କ୍ଷେତ୍ର ଏବେ ଦୃଢ଼ତା ଦେଖାଉଛନ୍ତି । ଏହାକୁ  ଦେଖିଲେ ଦେଶର ଜିଡିପି ଦୃଢ଼  ଭାବେ ଅଗ୍ରସର ହେବ ବୋଲି ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ  ଏହାର ରିପୋର୍ଟରେ କୁହାଯାଇଛି ।

ଦେଶର ନୋମିନାଲ  ଜିଡିପି ୧୦.୫% ବଢ଼ିବା ନେଇ ଏହି  ରିପୋର୍ଟରେ ଆକଳନ କରାଯାଇଛି ।  ପାସେଞ୍ଜର ଯାନ ବିକ୍ରି, ସେବା କ୍ଷେତ୍ର ଅଭିବୃଦ୍ଧି ଏବଂ ଜିଏସ୍‌ଟି ସଂଗ୍ରହ ଭଳି  ଦିଗଗୁଡିକ ଦେଶର ଅର୍ଥନୀତିର ଦୃଢ଼  ସ୍ଥିତିକୁ ଦର୍ଶାଉଛି । ସେହିଭଳି ରବି ଫସଲ ଉନ୍ନତ ହେବା ଯୋଗୁ ଏହା ଅର୍ଥନୀତି ଉପରେ ଉନ୍ନତ  ପ୍ରଭାବ ପକାଇବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।