ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ସନ୍ନ୍ୟାସ ଘୋଷଣା

Published By : Prameya | October 25, 2024 2:34 PM

ନୂଆଦିଲ୍ଲୀ,୨୫/୧୦: ଭାରତ-ଜର୍ମାନୀ ଦ୍ୱିପାକ୍ଷିକ  ପୁରୁଷ ହକି ସିରିଜ୍‌ ଶେଷ ହେବା ପରେ ଭାରତୀୟ ମହିଳା  ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଅବସର ଘୋଷଣା  କରିଥିଲେ । ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ  କରାଯିବା ସହ ୧୦ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା ।  ଏଥିସହିତ ତାଙ୍କ ସମ୍ମାନାର୍ଥେ ରାଣୀ ପରିଧାନ କରୁଥିବା ୨୮ ନମ୍ବର  ଜର୍ସିଙ୍କୁ ଅବସର ଦିଆଯାଇଥିଲା । ଅର୍ଥାତ ତାଙ୍କ ପରେ ଏହି  ନମ୍ବର ଜର୍ସି କାହାକୁ ଦଳରେ ପରିଧାନ କରିବାକୁ ଦିଆଯିବ ନାହିଁ । 

ରାଣୀଙ୍କ ନେତୃତ୍ୱ ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସରେ  ଅଳ୍ପକେ ପଦକରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲା ।  ମାତ୍ର ୧୪ ବର୍ଷ ବୟସରେ ସେ ୨୦୦୮ରେ ଅନ୍ତର୍ଜାତୀୟ ହକିରେ  ପଦାର୍ପଣ କରିଥିଲେ । ତାଙ୍କ ନେତୃତ୍ୱରେ ଭାରତ ଏସିଆ କପ୍‌  ଚାମ୍ପିଅନ ହେବା ସହ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିଲା । ୨୯ ବର୍ଷୀୟ ଫରୱାର୍ଡ ରାଣୀ କ୍ୟାରିୟରରେ ୨୫୪ଟି  ମ୍ୟାଚ୍‌ ଖେଳି ୧୨୦ରୁ ଊଦ୍ଧ୍ୱର୍ ଗୋଲ୍‌ ଦେବାରେ ସଫଳ  ରହିଥିଲେ । ଆହତ ହେବା ଯୋଗୁ ଟୋକିଓ ଅଲିମ୍ପିକ୍ସ ପରେ  ସେ ବିଶ୍ରାମ ନେଇଥିଲେ । ସନ୍ନ୍ୟାସ ନେବା ପରେ ରାଣୀ  କୋଚିଂରେ ମନୋନିବେଶ କରିବେ ବୋଲି କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.