ପହଲଗାମ୍‌ରେ ନିରିହ ପର୍ଯ୍ୟଟକଙ୍କୁ ହତ୍ୟା କରିବା ଏବେ ପାକିସ୍ତାନ ଓ ତା’ର ପୋଷା ଆତଙ୍କବାଦୀକୁ ଭାରି ପହିଛି। ‘ଅପରେସନ୍ ସିନ୍ଦୁର’ ଜରିଆରେ ଭାରତ ଏବେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ଆଡ୍ଡାରେ ଘାତକ ହମଲା କରି କଡା ଜବାବ୍ ଦେଇଛି। ୨୨ ଏପ୍ରିଲ‌ରେ ହୋଇଥିବା ପହଲଗାମ୍ ହମଲା ପରେ ଭାରତର ପ୍ରତିଟି ନାଗରିକଙ୍କ ରକ୍ତ ଗରମ୍ ହୋଇଯାଇଥିଲା। ସମସ୍ତେ କେନ୍ଦ୍ର ସରକାରଙ୍କୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏବେ ଏହା ଭିତରେ ଅଲ୍ ଇଣ୍ଡିଆ ମଜଲିସ୍ ଇ-ଇତେହାଦୁଲ୍ ମୁସିଲିନି  ନେତା ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ଭାରତୀୟ ମୁସଲମାନଙ୍କୁ ୧୫ ମିନିଟ୍ କ୍ଷମତା ଦିଅନ୍ତୁ। 

ଏଆଇଏମ୍ଆଇଏମ୍‌ର ଦିଲ୍ଲୀ ଅଧ୍ୟକ୍ଷ ଶୋଏବ ଜମଇ ପାକିସ୍ତାନ ଉପ‌ରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଭାରତର ମୁସଲମାନଙ୍କୁ ମାତ୍ର ୧୫ ମିନିଟ୍‌ ପାଇଁ କ୍ଷମତା ଦିଅନ୍ତୁ। ଆମେ କହିଦେବୁ ପାକିସ୍ତାନକୁ କିଭଳି ଧୁଳିରେ ମିଶାଇ ଦେବୁ। ଏକ ୟୁଟ୍ୟୁବ୍ ଚାନେଲରେ ଇଣ୍ଟରଭ୍ୟୁ ଦେଇ ଶୋଏବ୍ କହିଛନ୍ତି ପାକିସ୍ତାନର ଏହି ଇତିହାସରେ ରେକର୍ଡ ହୋଇ ରହିଯିବ।ଏହା ବହୁତ ବଡ଼ ମାଇଲଷ୍ଟୋନ୍। ବହୁ ଦିନ ପରେ ପାକିସ୍ତାନରେ  ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଛି। ଏବେ ଭାରତ ଉପ‌ରେ ଆଖି ପକାଉଥିବା ଲୋକଙ୍କ ଆଖିକୁ ତାଡିଦେବାର ସମୟ ଆସିଛି।

ଏହା ପୂର୍ବରୁ ଏଆଇଏମ୍ଆଇଏମ୍‌ର ମୁଖ୍ୟ ଅସଦୁଦ୍ଧିନ୍ ଓଓ୍ବେସୀ ପହଲଗାମ୍ ହମଲା ନେଇ ପାକିସ୍ତାନ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ପାକିସ୍ତାନ ମୁର୍ଦାବାଦ, ଭାରତ ଜିନ୍ଦାବାଦ ନାରା ଲଗାଉଥିବା ନେଇ ଓଓ୍ବେସୀଙ୍କ ଭିଡିଓ ଭାଇରାଲ ହେଉଛି। ଏହାଛଡା ସେ ‘ଅପରେସନ୍ ସିନ୍ଦୁର’କୁ ମଧ୍ୟ ସ୍ବାଗତ କରିଥିଲେ।