ନୂଆଦିଲ୍ଲୀ,୨୪/୦୧: ପାରିବାରିକ କଳହରୁ ଗୁଳିକାଣ୍ଡ । ସ୍ୱାମୀ ଗୁଳିରେ ସ୍ତ୍ରୀ ସମେତ ସମ୍ପର୍କୀୟଙ୍କ ମୃତ୍ୟୁ । ଆମେରିକା ଜର୍ଜିଆ ଲରେନ୍ସଭିଲ୍ ସହରରେ ଏକ ଏକ ଭୀଷଣ ଗୁଳିକାଣ୍ଡ ଘଟିଛି । ପାରିବାରିକ ବିବାଦକୁ ନେଇ ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ମଧ୍ୟ ଅଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣା ସମୟରେ ୩ ଜଣ ପିଲା ଘର ଭିତରେ ଥିଲେ । ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ରହି ପୁଲିସକୁ ଖବର ଦେଇ ନିଜ ଜୀବନ ବଞ୍ଚାଇଥିଲେ ।

ଅଭିଯୁକ୍ତ ଗୁଳିକାଣ୍ଡକାରୀଙ୍କୁ ଗିରଫ କରାଯାଇଛି । ପୀଡିତଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଟଲାଣ୍ଟାର ବିଜୟ କୁମାର (୫୧) ଭାବରେ ଚିହ୍ନଟ କରାଯାଇଛି । ଗ୍ୱିନେଟ୍ କାଉଣ୍ଟି ପୂଲିସ ଅନୁଯାୟୀ ମୃତକମାନଙ୍କ ମଧ୍ୟରେ ବିଜୟ କୁମାରଙ୍କ ପତ୍ନୀ ମିମୁ ଡୋଗରା (୪୩), ଗୌରବ କୁମାର (୩୩), ନିଧି ଚନ୍ଦର (୩୭) ଓ ହରିଶ ଚନ୍ଦର (୩୮) ଭାବେ ଚିହ୍ନଟ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ୪ ଗୁରୁତର ଆକ୍ରମଣ, ଚାରି ହତ୍ୟା ଅଭିଯୋଗ ହୋଇଛି । ପୁଲିସ ଅଧିକାରୀ କହିଛନ୍ତି, ଗୁଳିକାଣ୍ଡ ସମୟରେ ୩ ଜଣ ପିଲା ସେଠାରେ ଥିଲେ। ନିଜକୁ ବଞ୍ଚାଇବା ପାଇଁ ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ଯାଇଥିଲେ । ପିଲାମାନଙ୍କ ମଧ୍ୟରୁ ଜଣେ ୯୧୧ କୁ କଲ୍ କରିବାରେ ସଫଳ ହୋଇଥିଲେ । ପୁଲିସ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲା । ପିଲାମାନେ ସୁରକ୍ଷିତ ଉଦ୍ଧାର କରିଥିଲା ।
​​​​​​​

ଏହା ବି ପଢନ୍ତୁ...ପ୍ରେମରେ ବାଧକ ସାଜିଥିଲେ ସ୍ୱାମୀ; ବିରିୟାନୀରେ ୨୦ ସ୍ଲିପିଙ୍ଗ୍ ପିଲ୍ ଦେଇ ଶୁଆଇଦେଲା ସ୍ତ୍ରୀ, ପ୍ରେମିକ ସହ ମିଶି ଦେଖିଲା ପର୍ଣ୍ଣ ଭିଡ଼ିଓ

ଜର୍ଜିଆର ଆଟଲାଣ୍ଟାରେ ଥିବା ଭାରତୀୟ ଦୂତାବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛି । ସୋସିଆଲ ମିଡିଆ ଏକ୍ସରେ ଲେଖିଛି, ପାରିବାରିକ ବିବାଦ ସହିତ ଜଡିତ ଏହି ଦୁଃଖଦ ଗୁଳିକାଣ୍ଡ ଘଟଣାରେ ଆମେ ଗଭୀର ଦୁଃଖିତ ।