ପ୍ରମୂଖ ଖବର
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ

Published By : Manoj | August 26, 2025 8:14 AM

ନୂଆଦିଲ୍ଲୀ,୨୬/୦୮:  ଆଜି ଜଳାବତରଣ କରିବ ସ୍ୱଦେଶୀ  ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ମଲ୍ଟି  ମିସନ ଯୁଦ୍ଧପୋତ ଉଦୟଗିରି (ଏଫ ୩୫)  ଓ ହିମଗିରି (ଏଫ ୩୪) । ଦେଶରେ ପ୍ରଥମଥର ପାଇଁ ଦୁଇଟି  ସିପୟାର୍ଡରେ ନିର୍ମିତ ହୋଇଥିବା ଭିନ୍ନ ଭିନ୍ନ  ଯୁଦ୍ଧପୋତ ଏକାଠି ଜଳାବତରଣ କରାଯାଉଛି ।  ଏହି ଅବସରରେ ବିଶାଖାପାଟଣାରେ ସ୍ୱତନ୍ତ୍ର  କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ ।  

ଉଦୟଗିରି ମୁମ୍ବାଇର ମାଝଗାଓଁ ଡକ୍‌  ୟାର୍ଡରେ ନିର୍ମାଣ କରାଯାଇଥିଲା ବେଳେ ଗତ  ଜୁଲାଇ ୧ରେ ଏହାକୁ ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ସେହିଭଳି ହିମଗିରିକୁ  କୋଲକାତାର ଗାର୍ଡେନ ରିଚ ସିପ ବିଲ୍‌ଡର୍ସ  ଆଣ୍ଡ ଇଞ୍ଜିନିୟର୍ସରେ ନିର୍ମାଣ କରାଯାଇଛି । ପ୍ରୋଜେକ୍ଟ ୧୭ଏ ଅଧୀନରେ ଏହି ଦୁଇଟି  ଯୁଦ୍ଧପୋତ ନିର୍ମାଣ କରାଯାଇଛି । ଉଭୟ  ଯୁଦ୍ଧପୋତ ଶିବାଲିକ୍‌ ଶ୍ରେଣୀର ଫ୍ରିଗେଟ ।  ଏଥିରେ ଅତ୍ୟାଧୁନିକ ସେନ୍‌ସର, ରାଡାର,  ଯୁଦ୍ଧାସ୍ତ୍ର, ଜ୍ଞାନକୌଶଳ ଆଦି ସମାବେଶିତ  ହୋଇଛି । 

ଉଦୟଗିରି ଓ ହିମଗିରି ପ୍ରତ୍ୟେକ  ଯୁଦ୍ଧପୋତର ଓଜନ ୬,୬୭୦ ଟନ ଓ ଲମ୍ବ  ୧୪୯ ମିଟର । ବେଗ ଘଣ୍ଟା ପ୍ରତି ୫୨ କି.ମି ।  ଥରେ ଇନ୍ଧନ ଭରିବା ପରେ ଏହା ୧୦  ହଜାର କି.ମି ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହି ଯୁଦ୍ଧପୋତରେ ସି-କିଙ୍ଗ ହେଲିକପ୍ଟର  ନିୟୋଜିତ ହୋଇପାରିବ । ଏହି ଯୁଦ୍ଧପୋତ  ଶତ୍ରୁପକ୍ଷର ଯୁଦ୍ଧଜାହାଜ ଓ ବୁଡାଜାହାଜକୁ  ଖୋଜି ଧ୍ୱଂସ କରିବାରେ ମାହିର । ଏଥିରେ  ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ  ମୁତୟନ କରାଯିବ । ଏଥିରେ ସୋନାର ସିଷ୍ଟମ  ରହିଛି, ଯାହାକି ବହୁ ଗଭୀରରେ ରହିଥିବା  ଶତ୍ରୁପକ୍ଷର ବୁଡାଜାହାଜକୁ ଠାବ କରି ଧ୍ୱଂସ  କରିବାରେ ସକ୍ଷମ ହୋଇପାରିବ । ତା’ଛଡା  ଶତ୍ରୁପକ୍ଷର କୌଣସି ମିସାଇଲ, ଡ୍ରୋନ୍‌କୁ ମଧ୍ୟ  ଠାବ କରି ନଷ୍ଟ କରିପାରିବ ।  

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି  ବିବୃତ୍ତିରେ କୁହାଯାଇଛି ଯେ ଏହି ଦୁଇଟି  ଯୁଦ୍ଧପୋତର ଜଳାବତରଣ ପରେ ଭାରତୀୟ  ନୌସେନାର କ୍ଷମତା ବୃଦ୍ଧି ପାଇବ । ଉଭୟ  ଯୁଦ୍ଧପୋତକୁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ୍‌ରେ  ସାମିଲ କରାଯିବ । ଫଳରେ ଭାରତ  ମହାସାଗରରେ କୌଣସି ପ୍ରକାର ଚାଲେଞ୍ଜ୍‌ର  ମୁକାବିଲା କରିବାରେ ନୌସେନାକୁ  ସଫଳତା ମିଳିବ । ବିଶେଷକରି ଏହି  ଅଞ୍ଚଳରେ ଚୀନ୍‌ର ଗତିବିଧି ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ତା ଉପରେ ଉଭୟ  ଯୁଦ୍ଧପୋତ ତୀକ୍ଷ୍ଣ ନଜର ରଖିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.