ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସିଡ୍‌ନିରେ କୋରିଆର ୫ ଜଣ ମହିଳାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୪୦ ବର୍ଷ ଜେଲ ଦଣ୍ଡାଦେଶ, ୩୦ ବର୍ଷ ଯାଏ ମିଳିବନି ପାରୋଲ

Published By : Prameya | March 9, 2025 12:00 PM

ସିଡ୍‌ନି,୦୯/୦୩: ଅଷ୍ଟ୍ରେଲିଆର  ସିଡ୍‌ନିରେ ଦକ୍ଷିଣ କୋରିଆର ୫  ଜଣ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ଭାରତୀୟ ନାଗରିକଙ୍କୁ ୪୦ ବର୍ଷ  ଜେଲ ଦଣ୍ଡାଦେଶ ହୋଇଛି । ୩୦ ବର୍ଷ ପର୍ଯ୍ୟନ୍ତ ତାକୁ ପାରୋଲ ମିଳିବ ନାହିଁ ।  ଅଭିଯୁକ୍ତର ନାମ ବଲେଶ ଧନଖଡ଼  (୪୩) । ଶୁକ୍ରବାର ଡାଉନିଂ ସେଣ୍ଟର  ଜିଲ୍ଲା ଅଦାଲତ ତାକୁ ଜେଲ ଦଣ୍ଡାଦେଶ  ଦେଇଛନ୍ତି ।

 ଅଭିଯୋଗ ମୁତାବକ, ପୂର୍ବତନ ଆଇଟି କନ୍‌ସଲଟାଣ୍ଟ ବଲେଶ ମିଥ୍ୟା ଚାକିରି ବିଜ୍ଞାପନ ଦେଇ ପୀଡ଼ିତାଙ୍କୁ ଫସାଇଥିଲା । ଦକ୍ଷିଣ କୋରିଆର ୫  ଜଣ ପୀଡ଼ିତା ତା’ ଜାଲରେ ଫସିବା  ପରେ ସେମାନଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିଲା । ପୀଡ଼ିତା ମହିଳାଙ୍କ ବୟସ  ୨୧ରୁ ୨୭ ବର୍ଷ ମଧ୍ୟରେ ହେବ । ଅଭିଯୁକ୍ତ ସେମାନଙ୍କୁ ନିଜ ସିଡ୍‌ନିସ୍ଥିତ ଘରେ ଓ  ଘର ନିକଟରେ ଦୁଷ୍କର୍ମ କରିଥିଲା । ଜିଲ୍ଲା ଅଦାଲତ ଦଣ୍ଡାଦେଶ ଦେବା ପୂର୍ବରୁ ବଲେଶର କାର୍ଯ୍ୟକୁ ଗଭୀର  ନିନ୍ଦା କରିଥିଲେ । 

ବିଚାରପତି ମାଇକେଲ  କିଙ୍ଗ୍‌ କହିଥିଲେ, ଏହି ହରକତ ପୂର୍ବ  ନିୟୋଜିତ, ସୁନିୟୋଜିତ, ଚାଲାକିପୂର୍ଣ୍ଣ  ଓ ଅତ୍ୟଧିକ ହିଂସାପୂର୍ଣ୍ଣ । ଅପରାଧୀ ଯୌନ ସନ୍ତୁଷ୍ଟି ପାଇଁ ପୀଡ଼ିତାଙ୍କୁ  ମିଥ୍ୟା ପ୍ରଲୋଭନ ଦେଖାଇଥିଲା ।  ତଦନ୍ତରୁ ଜଣାପଡ଼ିଛି ଯେ ବଲେଶ ଭିନ୍ନ  ଭିନ୍ନ ସମୟରେ ଦକ୍ଷିଣ କୋରିଆର  ୫ ମହିଳାଙ୍କୁ ବଳାତ୍କାର କରିଥିଲା ।  ତେବେ ୨୦୧୮ ଅକ୍ଟୋବରରେ ପଞ୍ଚମ  ମହିଳାଙ୍କୁ ବଳାତ୍କାର କରିବା ପରେ  ଘଟଣା ଲୋକଲୋଚନକୁ ଆସିଥିଲା । ପୁଲିସ ତା’ର ସିଡ୍‌ନିସ୍ଥିତ  ବ୍ୟବସାୟିକ ଶାଖାକୁ ଯାଇ ଏକ  କ୍ଲକ୍‌ ରେଡିଓରେ ଭିଡିଓ ରେକର୍ଡର  ଲଗାଇଥିଲା। ଏଥିରୁ ତା’ର କାରନାମା  ପଦାକୁ ଆସିଥିଲା । ସେ ଏବିସି, ବ୍ରିଟିଶ  ଆମେରିକାନ୍‌ ଟବାକୋ, ଟୟୋଟା ଓ  ସିଡ୍‌ନି ଟ୍ରେନ୍‌ସ ଭଳି ପ୍ରମୁଖ କର୍ପୋରେଟ୍‌  ସଂସ୍ଥାରେ ଡାଟା କନସଲଟାଣ୍ଟ ଭାବେ  କାର୍ଯ୍ୟ କରୁଥିଲା । 

୨୦୦୬ରେ ସେ ଜଣେ  ଛାତ୍ର ଭାବେ ଅଷ୍ଟ୍ରେଲିଆ ଆସିଥିଲା । ଭଲ  କ୍ୟାରିୟର ମିଳିବା ପରେ ସେ ଅପରାଧ  ଘଟାଇବା ଆରମ୍ଭ କରିଥିଲା । ବଲେଶ  ନାମରେ ଅନେକ ମାମଲା ରହିଛି ।  ସେ ମୋଟ ୩୯ ଅପରାଧରେ ସମ୍ପୃକ୍ତ ।  ୧୩ଟି ଦୁଷ୍କର୍ମ ମାମଲା ତା’ ନାମରେ  ରହିଛି । ବଲେଶକୁ ଏବେ ୪୩ ବର୍ଷ ।  ୪୦ ବର୍ଷ ଜେଲରେ ରହି ବାହାରିବା  ପରେ ତାକୁ ୮୩ ବର୍ଷ ହୋଇଥିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.