ପ୍ରମୂଖ ଖବର
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

IPL ୨୦୨୫: ଆଜି ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ-ନାଇଟ୍‌ ରାଇଡର୍ସ, ପ୍ରଥମ ବିଜୟ ଲକ୍ଷ୍ୟରେ ପାଣ୍ଡ୍ୟା ବାହିନୀ

Published By : Prameya | March 31, 2025 9:02 AM

ମୁମ୍ବାଇ, ୩୧/୦୩: ଆଇପିଏଲ୍‌ର ୧୨ତମ ଲିଗ୍‌ ମ୍ୟାଚ୍‌ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସ ସାମ୍ନାସାମ୍ନି ହେବେ । ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍‌ ୱାଙ୍ଖଡ଼େ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ପରାଜିତ ହୋଇ ସାରିଥିବା ପାଣ୍ଡ୍ୟା ବାହିନୀ ଆଜି ପଏଣ୍ଟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟରେ ନାଇଟ୍‌ ରାଇଡର୍ସ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ୨ଟି  ମ୍ୟାଚ୍‌ରେ ଯଥାକ୍ରମେ ଚେନ୍ନାଇ ସୁପରକିଙ୍ଗ୍‌ସ ଏବଂ ଗୁଜରାଟ ଟାଇଟନ୍ସଠୁ ପରାଜିତ ହୋଇଥିଲା । ଆଜି ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ବିଜୟ ଖାତା ଖୋଲିବ ବୋଲି ଆଶା  କରାଯାଉଛି । ଗତ ସିଜନରେ ରୋହିତ ଶର୍ମାଙ୍କୁ ବାଦ୍‌ ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦର୍ଶକମାନେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ଏବଂ ପାଣ୍ଡ୍ୟାଙ୍କୁ ସବୁ ଗ୍ରାଉଣ୍ଡରେ କଡ଼ା ସମାଲୋଚନା କରିଥିଲେ । ଏବେ ସମୟ ବଦଳିଛି । ଗତ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ସମର୍ଥକ  ପାଣ୍ଡ୍ୟାଙ୍କୁ ଉତ୍ସାହିତ କରିଥିଲେ । ସେ ମଧ୍ୟ ଘରୋଇ  ଗ୍ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଶ୍ରୁତିବଦ୍ଧ ।  

ନାଇଟ୍‌ ରାଇଡର୍ସକୁ ହରାଇବାକୁ ହେଲେ ଦଳକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଓପନିଂ  ଯୋଡ଼ି ରୋହିତ ଶର୍ମା ଓ ର‌୍ୟାନ୍‌ ରିକେଲଟନ୍‌ଙ୍କ ଫର୍ମ  ଚିନ୍ତାଜନକ ରହିଛି । ଉଭୟ ପ୍ରଥମ ୨ଟି ମ୍ୟାଚ୍‌ରେ  ବିଫଳ ହୋଇଥିଲେ । ଉଭୟଙ୍କ ବ୍ୟାଟରୁ ବଡ଼ ଇନିଂସ୍‌  ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି । ମଧ୍ୟକ୍ରମରେ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ଫର୍ମରେ ଅଛନ୍ତି । ଗୁଜରାଟ ବିପକ୍ଷରେ ଯୁବ ସ୍ପିନର ବିଘ୍ନେଶ ପୁଥୁରଙ୍କୁ ନଖେଳାଇବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବୁମେରାଂ  ସାବ୍ୟସ୍ତ ହୋଇଥିଲା । ଆଜି ସେ ଏକାଦଶକୁ  ଫେରିବା ସମ୍ଭାବନା ରହିଛି । 

ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ପରାଜିତ ହୋଇଥିଲା । ମାତ୍ର ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା । ଏହି ବିଜୟ ଦଳର ମନୋବଳ ଦ୍ୱିଗୁଣିତ କରିଛି । ଓପନର କ୍ୱିଣ୍ଟନ ଡି’କକ୍‌ ଅପରାଜିତ  ୯୭ରନ୍‌ କରି ଦଳକୁ ବିଜୟୀ କରାଇଥିଲେ । ଆଜି ତାଙ୍କ ଉପରେ ନଜର ରହିବ । ଦଳରେ ଏକାଧିକ ଦୁର୍ଦ୍ଧର୍ଷ ବ୍ୟାଟର ରହିଛନ୍ତି । ଅସୁସ୍ଥତା ପାଇଁ  ଦ୍ୱିତୀୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ସ୍ପିନର ସୁନୀଲ  ନାରାଏନ୍‌ ଫିଟ୍‌ ଘୋଷିତ ହେବା ଦଳକୁ ଆଶ୍ୱସ୍ତ କରିଛି ।  ସେ ଆଜି ଏକାଦଶକୁ ଫେରିବେ ।

ରେକର୍ଡ଼କୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସର ପଲା  ଭାରି ରହିବ । ଉଭୟ ଦଳ ୩୪ଥର ପରସ୍ପରକୁ  ଭେଟିଛନ୍ତି । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ୨୩ଟି ଏବଂ  ନାଇଟ୍‌ ରାଇଡର୍ସ ୧୧ଟି ମ୍ୟାଚ୍‌ ଜିତିଛନ୍ତି । ଗତ  ସିଜନରେ ଉଭୟ ଦଳ ୨ଥର ସାମ୍ନାସାମ୍ନି ହୋଇଥିଲେ  ଏବଂ ନାଇଟ୍‌ ରାଇଡର୍ସ ଉଭୟ ମ୍ୟାଚ୍‌ ଜିତିଥିଲା । ଦଳ  ବିଜୟଧାରା ଅବ୍ୟାହତ ରଖିବାକୁ ପ୍ରୟାସ କରିବ ।

ସମ୍ଭାବ୍ୟ ଦ୍ବାଦଶ

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ର‌୍ୟାନ୍‌  ରିକେଲଟନ୍‌, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ,  ରବିନ ମିଞ୍ଜ, ହାର୍ଦ୍ଦିକ ପାଣ୍ଡ୍ୟା, ନମନ ଧୀର, ମିଚେଲ  ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ମୁଜିବ ଉର  ରେହମାନ, ମିଚେଲ ସାଣ୍ଟନର/ବିଘ୍ନେଶ ପୁଥୁର ।  

ନାଇଟ୍‌ ରାଇଡର୍ସ: କ୍ୱିଣ୍ଟନ ଡି’କକ୍‌, ସୁନୀଲ  ନାରାଏନ୍‌/ମୋଇନ୍‌ ଅଲି, ଅଜିଙ୍କ୍ୟ ରାହାଣେ  (ଅଧିନାୟକ), ଅଙ୍ଗକ୍ରୀଶ ରଘୁବଂଶୀ, ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ  ସିଂହ, ସ୍ପେନସର ଜନସନ୍‌, ବୈଭବ ଆରୋରା,  ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ।

ରୋମାଞ୍ଚକର ମ୍ୟାଚ୍‌ରେ ଚେନ୍ନାଇକୁ ମାତ୍‌ ଦେଲା ରାଜସ୍ଥାନ, ସିଏସ୍‌କେର ଲଗାତାର ଦ୍ବିତୀୟ ପରାଜୟ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.