ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍

Published By : Prameya | April 1, 2025 9:20 AM

ଲକ୍ଷ୍ନୌ ୦୧/୦୪: ଆଇପିଏଲ୍‌ର ୧୩ତମ ଲିଗ୍‌ ମୁକାବିଲାରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବାକୁ ଯାଉଛି । ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବା ପ୍ରଥମ ମ୍ୟାଚ୍‌କୁ ବିଜୟ ସହ ଆରମ୍ଭ କରିବାକୁ ସୁପରଜାଏଣ୍ଟ୍‌ସ ଲକ୍ଷ୍ୟ ରଖିଛି । ସେହିପରି ୭ଦିନର ବିଶ୍ରାମ ପରେ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଥିବା ପଞ୍ଜାବ କିଙ୍ଗ୍‌ସ ବିଜୟ ଜାରି  ରଖି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାକୁ ପ୍ରସ୍ତୁତ ରହିଛି । 

ଗତ ମେଗା ନିଲାମରେ ପଞ୍ଜାବ କିଙ୍ଗ୍‌ସ ଓ ସୁପରଜାଏଣ୍ଟ୍‌ସ ଖେଳାଳି କିଣିବାକୁ ନେଇ ସବୁଠୁ ଚର୍ଚ୍ଚାରେ ରହିଥିଲେ। ପଞ୍ଜାବ କିଙ୍ଗ୍‌ସ ୨୬.୭୫କୋଟି ଟଙ୍କାରେ ଶ୍ରେୟାସ ଆୟରଙ୍କୁ  ଓ ସୁପରଜାଏଣ୍ଟ୍‌ସ ୨୭କୋଟି ଟଙ୍କାରେ  ରିଷଭ ପନ୍ତଙ୍କୁ କିଣିଥିଲା । ଉଭୟ ବର୍ତ୍ତମାନ ନିଜ ନିଜ ଦଳର ନେତୃତ୍ୱ ନେଉଛନ୍ତି ।  

ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା । ଆୟର ଅପରାଜିତ ୯୭ ରନ୍‌ର ଏକ ବିସ୍ଫୋରକ ପାଳି ଖେଳିଥିଲେ । ସୁପରଜାଏଣ୍ଟ୍‌ସ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା । ଉଭୟ ମ୍ୟାଚ୍‌ରେ ବ୍ୟାଟର ଭାବେ ପନ୍ତ ବିଫଳ  ହୋଇଥିଲେ । ମାତ୍ର ସନରାଇଜର୍ସ ବିପକ୍ଷରେ ପନ୍ତଙ୍କ ନେତୃତ୍ୱ ଶୈଳୀ ଓ ରଣନୀତି ପ୍ରଶଂସନୀୟ ରହିଥିଲା ।

ଆଜି ମ୍ୟାଚ୍‌ ସହ ଦୁଇ ଦାମୀ ଖେଳାଳିଙ୍କ ପ୍ରଦର୍ଶନ ଓ ରଣନୀତି ଉପରେ  ଦର୍ଶକଙ୍କ ନଜର ରହିବ । ପନ୍ତଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଅପେକ୍ଷା  କରି ରହିଛନ୍ତି । ଭାରତୀୟ ଟି-ଟ୍ୱେଣ୍ଟି  ଦଳକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବାରୁ  ପନ୍ତ ଚଳିତ ଆଇପିଏଲ୍‌ରେ ୪ନଂ ସ୍ଥାନରେ ବ୍ୟାଟିଂ କରୁଛନ୍ତି । ଏହି ସ୍ଥାନରେ ଖେଳିବାର ଅଭିଜ୍ଞତା ହାସଲ କରିବା ସହ  ମ୍ୟାଚ୍‌ ପରିସ୍ଥିତି ଅନୁଯାୟୀ ନିଜ ଖେଳରେ ପରିବର୍ତ୍ତନ କରିବାକୁ ପନ୍ତ ବର୍ତ୍ତମାନ ଗୁରୁତ୍ୱ ଦେଉଛନ୍ତି । 

ଆୟର ମଧ୍ୟ ୩ନଂ ସ୍ଥାନକୁ ଚୟନ କରିଛନ୍ତି । ଟି-ଟ୍ୱେଣ୍ଟିରୁ ବିରାଟ କୋହଲି ଅବସର ନେଇ ସାରିଥିବାରୁ ଏହି ସ୍ଥାନ ପାଇଁ ଆୟରଙ୍କ  ପ୍ରସ୍ତୁତ ଚାଲିଛି । ସେ ଚମତ୍କାର ଫର୍ମରେ ରହିଛନ୍ତି । ଡ୍ରେସିଂ ରୁମ ବାତାବରଣ ମଧ୍ୟ ଉନ୍ନତ ରହିଛି । ତେଣୁ ପଞ୍ଜାବ କିଙ୍ଗ୍‌ସ ଅନ୍ୟତମ  ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ଆଜି ସୁପରଜାଏଣ୍ଟ୍‌ସର ପନ୍ତ  ଓ ପଞ୍ଜାବ କିଙ୍ଗ୍‌ସର ଗ୍ଲେନ ମ୍ୟାକ୍ସୱେଲ୍‌ଙ୍କ  ଉପରେ ନଜର ରହିବ । ଉଭୟ ବିଶ୍ୱର ଶ୍ରେଷ୍ଠ ବିସ୍ଫୋରକ ବ୍ୟାଟର ହୋଇଥିଲେ ହେଁ  ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ପଞ୍ଜାବ କିଙ୍ଗ୍‌ସ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା କ୍ଷୀଣ । କେବଳ ଇମ୍ପାକ୍ଟ ସବ୍‌ ଭାବେ ହରପ୍ରୀତ ବ୍ରାରଙ୍କୁ ସୁଯୋଗ  ମିଳିପାରେ । ମାତ୍ର ସୁପରଜାଏଣ୍ଟ୍‌ସ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ପଞ୍ଜାବ କିଙ୍ଗ୍‌ସ ଦଳରେ  ବାମ ହାତି ବ୍ୟାଟର ନଥିବାରୁ (କେବଳ  ଓପନର ପ୍ରିୟାଂଶ ଆର‌୍ୟଙ୍କୁ ଛାଡ଼ିଦେଲେ) ସୁପରଜାଏଣ୍ଟ୍‌ସ ବାମ ହାତି ସ୍ପିନର ଭାବେ ଏମ ସିଦ୍ଧାର୍ଥ କିମ୍ବା ସାହବାଜ ଅହମ୍ମଦଙ୍କୁ  ଏକାଦଶକୁ ଡକାଇପାରେ । 

ଏକାନ୍ନା ଷ୍ଟାଡ଼ିୟମ୍‌ର ପିଚ୍‌ ମନ୍ଥର  ରହିବ । ଏଠାକାର ପିଚ୍‌ ସ୍ପିନରଙ୍କୁ ସହାୟତା  କରିବା ନିଶ୍ଚିତ । ଅବଶ୍ୟ ଆଜି ନାଲି ମାଟି ପିଚ୍‌ରେ ମ୍ୟାଚ୍‌ ଖେଳାଯିବ । ଫଳରେ ନୂଆ ବଲ୍‌ରେ ପେସ୍‌ ବୋଲର କିଛି ସହାୟତା  ପାଇବେ । ରାତ୍ରିରେ ମ୍ୟାଚ୍‌ ଖେଳାଯାଉଥିବାରୁ  ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବେ ।

ସମ୍ଭାବ୍ୟ ଦ୍ୱାଦଶ

ସୁପରଜାଏଣ୍ଟ୍‌ସ: ଆଡେନ ମାରକ୍ରମ,  ମିଚେଲ ମାର୍ଶ, ନିକୋଲାସ ପୂରନ,  ରିଷଭ ପନ୍ତ (ଅଧିନାୟକ), ଆୟୂଷ  ବାଦୋନି, ଡେଭିଡ୍‌ ମିଲର, ସାହବାଜ  ଅହମ୍ମଦ, ସର୍ଦୁଲ ଠାକୁର, ରବି  ବିଷ୍ଣୋଇ, ପ୍ରିନ୍ସ ଯାଦବ, ଅଭେଶ  ଖାନ, ଏମ ସିଦ୍ଧାର୍ଥ/ଦିଗବେଶ ରାଠି । 

ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର‌୍ୟ,  ପ୍ରଭସିମରନ ସିଂହ, ଶ୍ରେୟାସ ଆୟର  (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ,  ଗ୍ଲେନ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟଇନିସ,  ଶଶାଙ୍କ ସିଂହ, ସୂର‌୍ୟାଂଶ ସେଡଗେ,  ମାର୍କୋ ଜାନସେନ, ଅର୍ଶଦୀପ  ସିଂହ, ୟୁଝବେନ୍ଦ୍ର ଚହଲ, ବିଜୟ  କୁମାର ବୈଶାଖ/ହରପ୍ରୀତ ବ୍ରାର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.