ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

IPL 2025: ଆଜି ସାମ୍ନାସାମ୍ନି ହେବେ ପଞ୍ଜାବ କିଙ୍ଗ୍‌ସ- ମୁମ୍ବାଇ ଇଣ୍ଡିଆନ୍ସ, ଶୀର୍ଷ ସ୍ଥାନ ଦଖଲ ପାଇଁ ହେବ ଟକ୍କର

Published By : Prameya | May 26, 2025 8:33 AM

ଜୟପୁର,୨୭/୦୫: ଆଇପିଏଲ୍‌ର ୬୯ତମ ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ  ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ସାମ୍ନାସାମ୍ନି  ହେବେ । ଉଭୟ ଦଳ ପ୍ଲେ-ଅଫ୍‌ରେ ସ୍ଥାନ  ପକ୍କା କରି ସାରିଛନ୍ତି । ଆଜି ଯେଉଁ ଦଳ ଜିତିବ ଶୀର୍ଷ ସ୍ଥାନ ଦଖଲ କରିବ ଏବଂ  ପଏଣ୍ଟ ତାଲିକାରେ ପ୍ରଥମ ୨ଟି ଦଳ ମଧ୍ୟରେ ସ୍ଥାନ ପକ୍କା ହୋଇଯିବ । ଫଳରେ ଉଭୟ ଦଳ  ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ । ପଞ୍ଜାବ କିଙ୍ଗ୍‌ସ ୧୩ଟି ମ୍ୟାଚ୍‌ରୁ ୧୭ ପଏଣ୍ଟ (+୦.୩୨୭ ରନ୍‌ ରେଟ୍‌) ସହ ଦ୍ୱିତୀୟ  ଓ ମୁମ୍ବାଇ ଇଣ୍ଡିଆନ୍ସ ୧୬ ପଏଣ୍ଟ (+୧.୨୯୨  ରନ୍‌ ରେଟ୍‌) ସହ ଚତୁର୍ଥ ସ୍ଥାନରେ  ରହିଛି । ଗୁଜରାଟ ୧୮ ପଏଣ୍ଟ  (+୦.୨୫୪) ସହ ଶୀର୍ଷରେ  ଥିଲେ ମଧ୍ୟ ଦ୍ୱିତୀୟକୁ ଖସିବା  ନିଶ୍ଚିତ । ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ  ଓ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ଥର ଭେଟିବାକୁ  ଯାଉଛନ୍ତି । ତେଣୁ ମ୍ୟାଚ୍‌କୁ ନେଇ  ପୂର୍ବାନୁମାନ କରିବା ମୁସ୍କିଲ । ଉଭୟ  ଦଳ ଆଇପିଏଲ୍‌ରେ ୩୨ଥର  ସାମ୍ନାସାମ୍ନି ହୋଇଛନ୍ତି । 

ମୁମ୍ବାଇ  ଇଣ୍ଡିଆନ୍ସ ୧୭ଟି ଓ ପଞ୍ଜାବ  କିଙ୍ଗ୍‌ସ ୧୫ଟି ମ୍ୟାଚ୍‌ ଜିତିଛି । ମୁମ୍ବାଇ ଇଣ୍ଡିଆନ୍ସ ସବୁ  ବିଭାଗରେ ଭଲ ପ୍ରଦର୍ଶନ  ଜାରି ରଖିଛି । ସୂର୍ଯ୍ୟକୁମାର ଯାଦବ, ର‌୍ୟାନ୍‌  ରିକେଲଟନ ଓ ୱିଲ ଜ୍ୟାକ୍ସ ଚମତ୍କାର ଫର୍ମରେ  ଅଛନ୍ତି । ରୋହିତ ଶର୍ମା ସଫଳ ହେଲେ ଦଳ  ବିଶାଳ ସ୍କୋର କରିପାରିବ । ବୋଲିଂ ବିଭାଗ  ସୁଦୃଢ଼ ରହିଛି । ଆଜି  ପ୍ରମୁଖ ଫାଷ୍ଟ୍‌  ବୋଲର ଯଶପ୍ରୀତ ବୁମରା ପଞ୍ଜାବ କିଙ୍ଗ୍‌ସ  ବ୍ୟାଟରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବେ । 

ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ଦୀର୍ଘ ୧୧ବର୍ଷ ପରେ ପ୍ଲେ-ଅଫ୍‌ରେ ପହଞ୍ଚିଛି । ଦଳ ଏକ ସନ୍ତୁଳିତ ଏକାଦଶ ଗଠନ କରିଛି ଏବଂ ପ୍ରତ୍ୟେକ ଖେଳାଳିଙ୍କ ଯୋଗଦାନ ରହୁଛି । ଯୁବ ଓପନର ପ୍ରିୟାଂଶ  ଆର୍ଯ୍ୟ, ପ୍ରଭସିମରସନ ସିଂହ, ଆୟର ଓ ମାର୍କସ ଷ୍ଟଇନିସ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । 

ସୱାଇ ମାନସିଂ ଷ୍ଟାଡିୟମର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ । ପୂର୍ବ ମ୍ୟାଚ୍‌ ଭଳି  ଆଜି ମଧ୍ୟ ଏଠାରେ ବିଶାଳ ସ୍କୋର  ହେବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା  ଆଶା କରାଯାଉଛି । 

-: ସମ୍ଭାବ୍ୟ ଦ୍ୱାଦଶ :-

 ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର୍ଯ୍ୟ,  ପ୍ରଭସିମରନ ସିଂହ, ଜୋସ ଇଂଲିଶ, ଶ୍ରେୟାସ୍‌  ଆୟର (ଅଧିନାୟକ), ନେହାଲ ୱଧେରା,  ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ୍‌, ଅଜମତୁଲ୍ଲା  ଓମାରଜାଇ, ମାର୍କୋ ଜାନସେନ, ହରପ୍ରୀତ  ବ୍ରାର, ଅର୍ଶଦୀପ ସିଂହ, ପ୍ରବୀଣ ଦୁବେ । 

ମୁମ୍ବାଇ ଇଣ୍ଡିଆନ୍ସ: ର‌୍ୟାନ  ରିକେଲଟନ, ରୋହିତ ଶର୍ମା, ୱିଲ୍‌ ଜ୍ୟାକ୍ସ,  ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା,  ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ  ଧିର, ମିଚେଲ ସାଣ୍ଟନର, ଦୀପକ ଚହର,  ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, କରଣ  ଶର୍ମା/ଅଶ୍ୱନୀ କୁମାର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.