ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ

Published By : Prameya | April 19, 2025 1:02 PM

ଜୟପୁର,୧୯/୦୪: ଆଜି ରାତ୍ରି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ଭେଟିବ । କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ହାରି ସାରିଥିବା ରାଜସ୍ଥାନ ରୟାଲ୍ସ ବିଜୟଧାରାକୁ ଫେରିବା ପାଇଁ ବ୍ୟାକୁଳ । ସେହିପରି ସୁପରଜାଏଣ୍ଟ୍‌ସ ନିକଟରେ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବା ପାଇଁ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହି ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ । 

ସୁପରଜାଏଣ୍ଟ୍‌ସ ୮ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ମାତ୍ର ରାଜସ୍ଥାନ ରୟାଲ୍ସର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ୭ଟି ମ୍ୟାଚ୍‌ ଖେଳି ରାଜସ୍ଥାନ ରୟାଲ୍ସ ୨ବିଜୟ ସହ ମାତ୍ର ୪ ପଏଣ୍ଟ ହାସଲ କରି ଅଷ୍ଟମ ସ୍ଥାନରେ ରହିଛି । ତେଣୁ  ରୟାଲ୍ସ ଦଳ ପାଇଁ ବିଜୟ ଅତ୍ୟନ୍ତ ଜରୁରି ହୋଇଯାଇଛି । 

ଚଳିତ ବର୍ଷର ପ୍ରଦର୍ଶନକୁ ଦେଖିଲେ ସୁପରଜାଏଣ୍ଟ୍‌ସର ପଲା ଭାରି ରହିବ । ମାତ୍ର ଘରୋଇ ଗ୍ରାଉଣ୍ଡ ଓ ସମର୍ଥନ ରାଜସ୍ଥାନ ରୟାଲ୍ସକୁ ସହାୟତା କରିବ ବୋଲି ଆଶା କରାଯାଉଛି । ପୂର୍ବ ରେକର୍ଡ ମଧ୍ୟ  ରାଜସ୍ଥାନ ରୟାଲ୍ସ ପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ୫ଟି ମ୍ୟାଚ ଖେଳାଯାଇଛି । ଏଥିରୁ ରାଜସ୍ଥାନ ରୟାଲ୍ସ ୪ଟି ମ୍ୟାଚ୍‌ ଜିତିଛି । ଗତ ବର୍ଷ ଉଭୟ ଦଳ ମଧ୍ୟରେ ୨ଟି  ମ୍ୟାଚ୍‌ ଖେଳାଯାଇଥିଲା ଓ ରାଜସ୍ଥାନ ରୟାଲ୍ସ ଉଭୟ ମ୍ୟାଚ୍‌  ଜିତିଥିଲା । ୨୦୨୨ରେ ମଧ୍ୟ ଦଳ ଉଭୟ ମ୍ୟାଚ୍‌ ଜିତିଥିଲା । 

ରାଜସ୍ଥାନ ରୟାଲ୍ସ ଏକାଦଶରେ ସାମାନ୍ୟ ପରିବର୍ତ୍ତନ କରିବ । ଅଧିନାୟକ ସଞ୍ଜୁ ସାମସନ ଆହତ  ହୋଇଛନ୍ତି । ତେଣୁ ସେ ଖେଳିବେ ନାହିଁ । ତାଙ୍କ  ସ୍ଥାନରେ ୧୪ବର୍ଷୀୟ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ  ପଦାର୍ପଣ କରିବା ସମ୍ଭାବନା  ରହିଛି । ସୁପରଜାଏଣ୍ଟ୍‌ସ  ଦଳରେ ମଧ୍ୟ ପରିବର୍ତ୍ତନ  ହୋଇପାରେ । ଫିଟ୍‌  ହୋଇ ଫେରିଥିବା ଫାଷ୍ଟ  ବୋଲର ମୟଙ୍କ ଯାଦବ  ଖେଳିବା  ସମ୍ଭାବନା ରହିଛି । ମାତ୍ର ଏହା ପୂର୍ବରୁ ତାଙ୍କୁ ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । 

ସୱାଇ ମାନସିଂ ଷ୍ଟାଡ଼ିୟମ୍‌ର ପିଚ ବ୍ୟାଟିଂ  ପାଇଁ ବେଶ୍‌ ଅନୁକୂଳ । ଏଠାରେ ବିଶାଳ ସ୍କୋର  ସଂଗୃହୀତ ହେବା ଆଶା କରାଯାଉଛି । ରାତ୍ରିରେ ମ୍ୟାଚ  ରହିଥିବାରୁ କାକର ପ୍ରଭାବ ଦେଖିବାକୁ ମିଳିବ ।  ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।

ସମ୍ଭାବ୍ୟ ଦ୍ୱାଦଶ

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ବୈଭବ  ସୂର୍ଯ୍ୟବଂଶୀ/ଶୁଭମ ଦୁବେ, ନୀତିଶ ରାଣା,  ରିୟାନ ପରାଗ (ଅଧିନାୟକ), ଧ୍ରୁବ ଜୁରେଲ, ସିମରନ ହେତମାୟର, ୱାନିଣ୍ଡୁ ହସରଙ୍ଗା,  ଜୋଫ୍ରା ଆର୍ଚର, ମହୀଶ ତୀକ୍ଷଣା, ସନ୍ଦିପ ଶର୍ମା,  ତୁଷାର ଦେଶପାଣ୍ଡେ, କୁମାର କାର୍ତ୍ତିକେୟ । 

ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ: ଆଡେନ ମାରକ୍ରମ,  ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ ପନ୍ତ  (ଅଧିନାୟକ), ଆୟୂଷ ବାଦୋନି, ଡେଭିଡ୍‌ ମିଲର,  ଅବଦୁଲ ସମଦ, ସର୍ଦୁଲ ଠାକୁର, ଅଭେଶ ଖାନ,  ମୟଙ୍କ ଯାଦବ, ଦିଗବେଶ ରାଠି, ରବି ବିଷ୍ଣୋଇ ।

ସୁପରକିଙ୍ଗସ୍ କ୍ୟାମ୍ପରେ ଡେୱାଲ୍ଡ ବ୍ରେଭିସ୍, ୨.୨ କୋଟିରେ ଚୁକ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.