ପ୍ରମୂଖ ଖବର
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର

Published By : Manoj | April 18, 2025 8:24 AM

ବେଙ୍ଗାଲୁରୁ,୧୮/୦୪: ଚଳିତ  ଆଇପିଏଲ୍‌ରେ ଶୁକ୍ରବାର ଏକ ଦମ୍‌ଦାର  ମୁକାବିଲା ରହିଛି । ଏଥର ଚମତ୍କାର ପ୍ରଦର୍ଶନ  ଜାରି ରଖିଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଚିନ୍ନାସ୍ୱାମୀ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ପଞ୍ଜାବ କିଙ୍ଗ୍‌ସ ମଧ୍ୟ ଚଳିତ ସିଜନରେ ଏକ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି । 

ଉଭୟ ଦଳରେ ବହୁ  ଚର୍ଚ୍ଚିତ ତାରକା ଖେଳାଳି ରହିଥିବାରୁ ଏହି  ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣା ହୋଇଛି । ଉଭୟ ରୟାଲ୍‌ ଚ୍ୟାଲେଞ୍ଜର୍ସ ଓ ପଞ୍ଜାବ  କିଙ୍ଗ୍‌ସ ବର୍ତ୍ତମାନ ପଏଣ୍ଟ ତାଲିକାର ତୃତୀୟ ଓ  ଚତୁର୍ଥ ସ୍ଥାନରେ ରହିଛନ୍ତି । ଉଭୟ ଦଳ ୬ଟି  ଲେଖାଏଁ ମ୍ୟାଚ୍‌ ଖେଳି ୮ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ଜିତିଲେ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇପାରିବ । ପଞ୍ଜାବ କିଙ୍ଗ୍‌ସ ଜିତିଲେ ଦ୍ୱିତୀୟ ସ୍ଥାନ ଦଖଲ କରିବ ।  

ଉଭୟ ଦଳ ଚମତ୍କାର ଫର୍ମରେ ରହିଛନ୍ତି । ତେଣୁ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ  କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପୂର୍ବ ମ୍ୟାଚ୍‌ଗୁଡ଼ିକ ମଧ୍ୟ ବେଶ୍‌  ସଂଘର୍ଷପୂର୍ଣ୍ଣ ରହିଛି । ଉଭୟ ଦଳ ଗତ  ୧୭ ବର୍ଷ ମଧ୍ୟରେ ପରସ୍ପରକୁ ୩୩ଥର  ଭେଟିଛନ୍ତି । ଏଥିରୁ ପଞ୍ଜାବ କିଙ୍ଗ୍‌ସ ୧୭ଟି ଓ  ରୟାଲ ଚ୍ୟାଲେଞ୍ଜର୍ସ ୧୬ଟି ମ୍ୟାଚ ଜିତିଛନ୍ତି ।  ଗତ ବର୍ଷ ଉଭୟ ଦଳ ୨ଥର ସାମ୍ନା ସାମ୍ନି  ହୋଇଥିଲେ । ଉଭୟ ମ୍ୟାଚ୍‌ ଜିତିଥିଲା  ରୟାଲ୍‌ ଚ୍ୟାଲେଞ୍ଜର୍ସ । ମାତ୍ର ଏଥର ପଞ୍ଜାବ  କିଙ୍ଗ୍‌ସ ବେଶ୍‌ ଶକ୍ତିଶାଳୀ ଓ ସନ୍ତୁଳିତ । ଦୁଇ  ଦିନ ତଳେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ପଞ୍ଜାବ  କିଙ୍ଗ୍‌ସ ମାତ୍ର ୧୧୧ ରନ କରି ମଧ୍ୟ କୋଲକାତା  ନାଇଟ୍‌ ରାଇଡର୍ସକୁ ୯୫ ରନ୍‌ରେ ଅଲ ଆଉଟ୍‌  କରିଥିଲା । ବୋଲିଂ ବଳରେ ମଧ୍ୟ ମ୍ୟାଚ୍‌  ଜିତିବାର କ୍ଷମତା ରଖିଥିବା ପଞ୍ଜାବ କିଙ୍ଗ୍‌ସ  ପ୍ରମାଣିତ କରିଥିଲା । ଆଜି ଶ୍ରେୟାସ  ଆୟରଙ୍କ ଦଳ ଗତ ବର୍ଷର ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।  

ରୟାଲ୍‌ ଚ୍ୟାଲେଞ୍ଜର୍ସ ଗତ ୧୩  ତାରିଖରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା ।  ଏହି ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୯  ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଫିଲ  ସଲ୍ଟ, ବିରାଟ କୋହଲି ଅର୍ଦ୍ଧଶତକ ଅର୍ଜନ  କରିଥିଲେ । କୋହଲି ଇତି ମଧ୍ୟରେ ୩ଟି  ଅର୍ଦ୍ଧଶତକ ଅର୍ଜନ କରି ଚମତ୍କାର ଫର୍ମରେ  ରହିଛନ୍ତି । 

ଆଜି ତାଙ୍କ ଇନିଂସ ମଧ୍ୟ ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ନିକଟରେ  ଏକ ଶୃଙ୍ଖଳିତ ପେସ୍‌ ବାହିନୀ ମଧ୍ୟ ରହିଛି ।  ଜୋସ ହାଜେଲଉଡ୍‌, ଭୁବନେଶ୍ୱର କୁମାର  ଓ ୟଶ ଦୟାଲ ପ୍ରତିପକ୍ଷ ବ୍ୟାଟରଙ୍କୁ ବାନ୍ଧି  ରଖିବାରେ ସଫଳ ହେଉଛନ୍ତି। ଆଜି ଉଭୟ ଦଳର ଷ୍ଟାର  ଭାରତୀୟ ବ୍ୟାଟର କୋହଲି ଓ ଆୟରଙ୍କ  ଉପରେ ନଜର ରହିବା ସ୍ୱାଭାବିକ । ମାତ୍ର  ପଞ୍ଜାବ କିଙ୍ଗ୍‌ସର ଯୁବ ଓପନର ପ୍ରିୟାଂଶ  ଆର୍ଯ୍ୟଙ୍କୁ ନେଇ ମଧ୍ୟ ରୟାଲ୍‌ ଚ୍ୟାଲେଞ୍ଜର୍ସ  ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । କାରଣ  ଗତ ସନରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ  ପ୍ରିୟାଂଶ ମହମ୍ମଦ ସାମି ଓ ପ୍ୟାଟ୍‌ କମିନ୍ସଙ୍କ  ଭଳି ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । 

ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ  ପାଇଁ ଅନୁକୂଳ ରହୁଥିବାବେଳେ ଏଠାକାର  ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍‌ ଫିଲ୍ଡ ଯୋଗୁଁ  ବିଶାଳ ସ୍କୋର ସମ୍ଭବ । ରାତ୍ରିରେ କାକର  ପ୍ରଭାବ ରହିବ । ଫଳରେ ଟସ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଦ୍ୱାଦଶ

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ,  ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ,  ରଜତ ପାତିଦାର (ଅଧିନାୟକ), ଲାଏମ  ଲିଭିଙ୍ଗଷ୍ଟୋନ/ଜାକବ ବେଥେଲ, ଜିତେଶ  ଶର୍ମା, ଟିମ ଡେଭିଡ୍‌, କୃନାଲ୍‌ ପାଣ୍ଡ୍ୟ,  ଜୋସ ହାଜେଲଉଡ୍‌, ଭୁବନେଶ୍ୱର  କୁମାର, ୟଶ ଦୟାଲ, ସୂୟାଶ ଶର୍ମା ।  

ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର୍ଯ୍ୟ,  ପ୍ରଭସିମରନ ସିଂହ, ଶ୍ରେୟାସ ଆୟର  (ଅଧିନାୟକ), ଜୋସ ଇଂଲିଶ/ମାର୍କସ  ଷ୍ଟଇନିସ, ନେହାଲ ୱଧେରା, ଗ୍ଲେନ  ମ୍ୟାକ୍ସୱେଲ, ସୂର‌୍ୟାଂଶ ସେଡଗେ,  ଶଶାଙ୍କ ସିଂହ, ମାର୍କୋ ଜାନସେନ,  ଜାଭିୟର ବାର୍ଟଲେଟ୍‌, ଅର୍ଶଦୀପ  ସିଂହ, ୟୁଝବେନ୍ଦ୍ର ଚହଲ ।

IPL-2025: ଲଗାତାର ଦ୍ୱୀତିୟ ବିଜୟ ହାସଲ କଲା ମୁମ୍ୱାଇ ଇଣ୍ଡିଆନ୍ସ; ୪ ୱିକେଟରେ ହାରିଲା ସନରାଇଜର୍ସ ହାଇଦ୍ରାବାଦ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.