ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି

Published By : Prameya | May 9, 2025 8:26 AM

ଧର୍ମଶାଳା ୦୯/୦୫: ଘରୋଇ ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଧର୍ମଶାଳା ସ୍ଥିତ  ଏଚପିସିଏ ଷ୍ଟାଡ଼ିୟମ୍‌ରେ ଖେଳାଯାଉଥିବା ମ୍ୟାଚ୍‌କୁ  ଅଧାରୁ ବାତିଲ କରାଯାଇଛି । ଭାରତ ଓ ପାକିସ୍ତାନ  ସୀମାନ୍ତରେ ଲାଗି ରହିଥିବା ଯୁଦ୍ଧକୁ ନଜରରେ ରଖି  ସୁରକ୍ଷା ଦୃଷ୍ଟି କୋଣରୁ ମ୍ୟାଚ୍‌କୁ ବାତିଲ  କରାଯିବା ସହ ଖେଳାଳିମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପଠାନକୋଟ  ଅଞ୍ଚଳରେ ପାକିସ୍ତାନର ଆକ୍ରମଣ ପରେ ଖେଳ ବାତିଲ କରାଯାଇଥିଲା। ପରେ ଖେଳାଳି, କୋଚିଂ ସଦସ୍ୟ, ବ୍ରୋଡକାଷ୍ଟ  କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଟେନ ଯୋଗେ ଧର୍ମଶାଳାରୁ ଫେରାଇ ଅଣାଯାଇଛି । ଆଇପିଏଲ୍‌କୁ ବାତିଲ କରିବା ପାଇଁ  ମଧ୍ୟ ଯୋଜନା କରାଯାଉଛି । ଶୁକ୍ରବାର ଏହା ଉପରେ  ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । 

ଆଇପିଏଲରେ ବହୁ ବିଦେଶୀ  ଖେଳାଳି ସାମିଲ ଅଛନ୍ତି । ଏହା ଭାରତର ସବୁଠୁ  ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ମ୍ୟାଚ ଦେଖବା ପାଇଁ ପ୍ରତି ଷ୍ଟାଡିୟମ୍‌ରେ ଦର୍ଶକ ଗହଳି ଲାଗି ରହୁଛି । ଆଜି ବର୍ଷା ଯୋଗଁ ଘଣ୍ଟାଏ ବିଳମ୍ବରେ  ଖେଳ ଆରମ୍ଭ ହୋଇଥିଲା । ଟସ ଜିତି  ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପଞ୍ଜାବ କିଙ୍ଗ୍‌ସ  ୧୦.୧ ଓଭରରେ ୧ ୱିକେଟ୍‌ ହରାଇ ୧୨୨  ରନ ସଂଗ୍ରହ କରିଥିବାବେଳେ ମ୍ୟାଚ୍‌ ଅଟକାଇ ଦିଆଯାଇଥିଲା । ଆୟୋଜକଙ୍କ ପକ୍ଷରୁ ଷ୍ଟାଡ଼ିୟମ୍‌କୁ  ତୁରନ୍ତ ଖାଲି କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । 

ଗୁରୁବାର ଟସ ଜିତି ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ ନିଷ୍ପତ୍ତି  ନେଇଥିଲା । ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଓ  ପ୍ରଭସିମରନ ସିଂହ ବିସ୍ଫୋରକ ବ୍ୟାଟିଂ କରି ଦିଲ୍ଲୀ  କ୍ୟାପିଟାଲ୍ସ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ ।  ମିଚେଲ ଷ୍ଟାର୍କ, ଦୁଷ୍ମନ୍ତ ଚାମିରା, କୁଲଦୀପ ଯାଦବ,  ଅକ୍ଷର ପଟେଲଙ୍କ ଭଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ  ଯଥେଷ୍ଟ ଅଭିଜ୍ଞତା ରଖିଥିବା ବୋଲରମାନେ  ମଧ୍ୟ ଉଭୟ ଯୁବ ଓପନରଙ୍କ ପ୍ରହାରରୁ ବର୍ତ୍ତି  ନଥିଲେ । ୧୦ ଓଭରରେ ଉଭୟ ୧୨୨ ରନ ସଂଗ୍ରହ  କରିନେଇଥିଲେ । ୧୧ତମ ଓଭରର ପ୍ରଥମ ବଲରେ ଟି  ନଟରାଜନ ଯୋଡି ଭାଙ୍ଗି ଭ୍ରମଣକାରୀ ଦଳକୁ ଆଶ୍ୱସ୍ତ  କରିଥିଲେ । ପ୍ରିୟାଂଶ ୩୪ଟି ବଲ୍‌ରୁ ୫ଚୌକା ଓ  ୬ଛକା ବଳରେ ୭୦ ରନ କରି ଆଉଟ୍‌ ହୋଇଥିଲେ ।  ପ୍ରଭସିମରନ ୨୮ଟି ବଲ୍‌ରୁ ୭ଚୌକା ବଳରେ ୫୦  ରନ କରି ଅପରାଜିତ ରହିଥିଲେ । ଏହି ସମୟରେ  ହଠାତ ଷ୍ଟାଡ଼ିୟମ୍‌ର ଫ୍ଲଡ ଲାଇଟ ଲିଭି ଯାଇଥିଲା ।  ୨ଟି ଟାୱାର ଲାଇଟ ଲିଭିଯିବା ପରେ ଆଇପିଏଲ୍‌  ଅଧ୍ୟକ୍ଷ ଅରୁଣ ଧୂମାଲ ଷ୍ଟାଡ଼ିୟମ୍‌ ସାରା ବୁଲିବୁଲି  ଦର୍ଶକଙ୍କୁ ଫେରିଯିବାକୁ ଅନୁରୋଧ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.