ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆଇପିଏଲ୍‌କୁ ଆଉ ୪ ଦିନ... ଉଦ୍‌ଘାଟନୀ ଉତ୍ସବରେ ଦୁଲୁକିବ ଇଡେନ ଗାର୍ଡେନ୍ସ, ଜମିବ ବଲିଉଡ୍‌ ତାରକାଙ୍କ ଭିଡ଼

Published By : Prameya | March 18, 2025 11:02 AM

ନୂଆଦିଲ୍ଲୀ,୧୮/୦୩: ଆଇପିଏଲ୍‌-୧୮ ପାଇଁ ଉତ୍ସାହ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । କ୍ରିକେଟ୍‌ ପ୍ରେମୀ ନିଜ ନିଜ ଦଳକୁ ସମର୍ଥନ କରିବାକୁ ଅପେକ୍ଷା କରିଛନ୍ତି । ଏପଟେ ଆୟୋଜକ ଉଦ୍‌ଘାଟନୀ  ଉତ୍ସବକୁ ଧୁମ ଧାମରେ ଆୟୋଜନ କରିବାକୁ ପ୍ରସ୍ତୁତ ।  ଏଥର ଇଡେନ ଗାର୍ଡେନ୍ସରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଡିଫେଣ୍ଡି ଚାମ୍ପିଅନ କୋଲକାତା  ନାଇଟ ରାଇଡର୍ସର ଏହା ଘରୋଇ ଗ୍ରାଉଣ୍ଡ । ତେଣୁ ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ ତାରକାଙ୍କ ଭିଡ଼ ଜମିବ ।

ସିନେ କଳାକାରଙ୍କ ଠାରୁ ଆରମ୍ଭ କରି ପ୍ରସିଦ୍ଧ  କଣ୍ଠଶିଳ୍ପୀମାନେ ଦର୍ଶକଙ୍କ ମନ ମୋହିବାକୁ ତୟାର । ଅଭିନେତ୍ରୀ ଶ୍ରଦ୍ଧା କାପୁର, ଦିଶା ପଟାନିଙ୍କ ସମେତ  ବରୁଣ ଧାୱନଙ୍କ ଡ୍ୟାନ୍ସ ନମ୍ବର ସମେତ ପ୍ଲେ ବ୍ୟାକ୍‌  ସିଙ୍ଗର ଶ୍ରେୟା ଘୋଷାଲ, ଅରିଜିତ ସିଂହ, ପପ୍‌ ଗାୟକ  କରଣ ଆହୁଜାଙ୍କ ହୃଦୟ ସ୍ପର୍ଶୀ ସଂଗୀତରେ ଇଡେନ  ଗାର୍ଡେନ୍ସ କମ୍ପି ଉଠିବ । ନାଇଟ ରାଇଡର୍ସ ଉଦ୍‌ଘାଟନୀ  ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ  ଭେଟିବ । ଭାରତୀୟ ସମୟ ସଂଧ୍ୟା ୬.୩୦ ମିନିଟ୍‌ରେ  ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟ୍ସ ଓ ଜିଓ  ହଟ୍‌ଷ୍ଟାର୍‌ ଓଟିଟି ପ୍ଲାଟଫର୍ମରେ ୨୫ମିନିଟ୍‌ର ଉଦ୍‌ଘାଟନୀ  ଉତ୍ସବର ସିଧା ପ୍ରସାରଣ କରାଯିବ ।  

ଗତ ବର୍ଷ ଉଦ୍‌ଘାଟନୀ ଉତ୍ସବରେ ଅକ୍ଷୟ କୁମାର,  ଟାଇଗର ସ୍ରଫ, ସୋନୁ ନିଗମ, ଏଆର ରେହମାନ  ଓ ଡିଜେ ଆକ୍ସୱେଲ ପ୍ରମୁଖ ଡ୍ୟାନ୍ସ ଓ ସଂଗୀତ  ପରିବେଷଣ କରିଥିଲେ । 

ଡୁ ପ୍ଲେସି ଦିଲ୍ଲୀ କ୍ୟାପିଟାଲ୍ସ 

ଉପଅଧିନାୟକ ଆଇପିଏଲ୍‌-୧୮ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଉପ  ଅଧିନାୟକ ନିଯୁକ୍ତ କରିଛି । ଗତ ୩ ବର୍ଷ ଧରି ରୟାଲ୍‌  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ନେତୃତ୍ୱ ନେଇଥିବା  ଫାଫ ଡୁ ପ୍ଲେସିଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତି  ମିଳିଛି । ଡୁ ପ୍ଲେସି ଆଜି ଦଳ ସହ ଯୋଗ ଦେଇ  ଅଭ୍ୟାସ ଆରମ୍ଭ କରିଛନ୍ତି । ଡୁ ପ୍ଲେସିଙ୍କୁ ୨କୋଟି  ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା ।   ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କେଏଲ ରାହୁଲ, ମିଚେଲ  ଷ୍ଟାର୍କଙ୍କ ଭଳି ଖେଳାଳି ରହିଥିଲେ ହେଁ ଅନ୍ତର୍ଜାତୀୟ  କ୍ରିକେଟ୍‌ରୁ ଅବସର ନେଇ ସାରିଥିବା ୪୦ ବର୍ଷିୟ ଡୁ  ପ୍ଲେସିଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।  ଡୁ ପ୍ଲେସି ଆଇପିଏଲ୍‌ରେ ୧୪୫ଟି ମ୍ୟାଚ୍‌ ଖେଳି ୩୫.୯୯  ହାରରେ ମୋଟ୍‌ ୪୫୭୧ ରନ ସଂଗ୍ରହ କରିସାରିଛନ୍ତି ।  

ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ  ଆଇପିଏଲ୍‌ ଜିତିପାରି ନାହିଁ । ନୂଆ ସିଜନ ପୂର୍ବରୁ  ଦିଲ୍ଳୀ କ୍ୟାପିଟାଲ୍ସ ରିକି ପଣ୍ଟିଂଙ୍କ ସମେତ ଅନ୍ୟ କୋଚିଂ ସଦସ୍ୟଙ୍କୁ ବିଦା କରିଥିଲା । ଏଥର ଅକ୍ଷର  ପଟେଲଙ୍କୁ ଅଧିନାୟକ ନିଯୁକ୍ତ କରିବା ସହ ହେମାଙ୍ଗ  ବଦାନିଙ୍କୁ ମୁଖ୍ୟ କୋଚ, ମାଥ୍ୟୁ ମୋଟ୍‌ଙ୍କୁ ସହକାରୀ କୋଚ, କେଭିନ୍‌ ପିଟରସନ୍‌ଙ୍କୁ ଦଳର ମେଣ୍ଟର,  ମୁନାଫ ପଟେଲ, ବେଣୁଗୋପାଳ ରାଓ ଏବଂ ବିଜୟ ଭରଦ୍ୱାଜଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି । 

ନାଇଟ୍‌ ରାଇଡର୍ସରେ ଉମ୍ରାନଙ୍କ  ସ୍ଥାନ ନେଲେ ସକାରିୟା

ଆହତ ଥିବା କୋଲକାତା ନାଇଟ୍‌ ରାଇଡର୍ସର ଯୁବ ପେସ୍‌  ବୋଲର ଉମ୍ରାନ୍‌ ମଲିକ ଆହତ ହୋଇ ଆଇପିଏଲ୍‌-୧୮ରୁ ବାଦ୍‌ ପଡ଼ିଛନ୍ତି । ଫଳରେ ନାଇଟ୍‌ ରାଇଡର୍ସ ତାଙ୍କ  ସ୍ଥାନରେ ଅନ୍ୟ ପେସ୍‌ ବୋଲର ଚେତ ସକାରିୟାଙ୍କୁ  ଦଳରେ ସାମିଲ କରିଛି । ଉମ୍ରାନ ଗତ ସିଜନରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳର ସଦସ୍ୟ ରହିଥିଲେ  ଏବଂ ଗୋଟିଏ ମ୍ୟାଚ୍‌ ଖେଳିଥିଲେ । ଦୀର୍ଘ ଦିନ ଧରି  ତାଙ୍କ ପିଠିରେ ଯନ୍ତ୍ରଣା ଲାଗି ରହିଛି । ଗତ ଆଇପିଏଲ୍‌ ପରଠୁ ସେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‌ ଖେଳିନାହାନ୍ତି ।  ୨୦୨୧ ସିଜନରେ ଉମ୍ରାନ ଘଣ୍ଟା ପ୍ରତି ୧୫୦କି.ମି. ବେଗରେ ବୋଲିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । 

ଆଇପିଏଲ୍‌ ନିଲାମରେ ସକାରିୟାଙ୍କୁ କୌଣସି  ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନଥିଲେ । ମାତ୍ର  ଉମ୍ରାନ ବାଦ୍‌ ପଡ଼ିବା ଫଳରେ ତାଙ୍କ ଆଇପିଏଲ୍‌ ଖେଳିବା ଆଶା ପୂରଣ ହୋଇଛି । ସେ ଗତ ବର୍ଷ  ଫେବ୍ରୁଆରୀ ମାସରେ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବା  ପରଠୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‌ ଖେଳିନାହାନ୍ତି । ପିଠିରେ ଯନ୍ତ୍ରଣା ପାଇଁ ସେ କ୍ରିକେଟରୁ ଦୂରେଇ  ରହିଥିଲେ । ଇତିମଧ୍ୟରେ ସେ ଫିଟ୍‌ ହୋଇସାରିଛନ୍ତି । ଗତ ସିଜନରେ ସକାରିୟା ନାଇଟ୍‌ ରାଇଡର୍ସ ଦଳରେ  ରିଜର୍ଭ ଖେଳାଳି ଭାବେ ସାମିଲ ରହିଥିଲେ । ଚଳିତ  ବର୍ଷ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ଆଶାବାଦୀ  ରହିଛନ୍ତି । ନାଇଟ୍‌ ରାଇଡର୍ସ ଡିଫେଣ୍ଡିଂ ଚାମ୍ପିଅନ୍‌ ରହିଛି ।  ଆସନ୍ତା ୨୨ ତାରିଖରୁ ଆଇପିଏଲ୍‌ ଆରମ୍ଭ ହେବ । ଇଡେନ୍‌ ଗାର୍ଡେନ୍ସରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ନାଇଟ୍‌  ରାଇଡର୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ସାମ୍ନାସାମ୍ନି ହେବେ । 

ସନ୍‌ରାଇଜର୍ସ ଦଳରେ  ଯୋଗଦେଲେ କମିନ୍ସ, ହେଡ୍‌

ଅଷ୍ଟ୍ରେଲିଆର ଦୁଇ ଷ୍ଟାର୍‌ ଖେଳାଳି ପ୍ୟାଟ୍‌ କମିନ୍ସ ଓ  ଟ୍ରେଭିସ୍‌ ହେଡ୍‌ ‌ସୋମବାର  ସନ୍‌ରାଇଜର୍ସ ହାଇଦ୍ରାବାଦ  ଦଳ ସହ ଯୋଗ ଦେଇଛନ୍ତି । ମଙ୍ଗଳବାରଠୁ ଉଭୟ  ଆଇପିଏଲ୍‌-୧୮ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଉଭୟଙ୍କ ଉପସ୍ଥିତି ସନ୍‌ରାଇଜର୍ସ ଶିବିରର ଉତ୍ସାହକୁ  ଦ୍ୱିଗୁଣିତ କରି ଦେଇଛି । କମିନ୍ସ ଦଳର ନେତୃତ୍ୱ ନେବେ ।

ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ  ଷ୍ଟାଡିୟମରେ ସନ୍‌ରାଇଜର୍ସ ଦଳର ପ୍ରସ୍ତୁତି ଜାରି ରହିଛି ।  ଗତ କାଲି ଯୁବ ଅଲରାଉଣ୍ଡର ନୀତିଶା ରାଣା ଦଳ ସହ  ଯୋଗ ଦେଇଥିଲେ । ଆଜି କମିନ୍ସ, ହେଡ୍‌ଙ୍କ ବ୍ୟତୀତ  କୋଚ୍‌ ଡାନିଏଲ୍‌ ଭେଟୋରୀ ମଧ୍ୟ ଯୋଗ ଦେଇଛନ୍ତି । କମିନ୍ସ ଆହତ ହେବା ଯୋଗୁ ଗତ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌  ପଡ଼ିଥିଲେ । ଇତିମଧ୍ୟରେ ସେ ଫିଟ୍‌ ହୋଇସାରିଛନ୍ତି ।  ଗତ ସିଜନରେ କମିନ୍ସଙ୍କ ନେତୃତ୍ୱରେ ଦଳ ଅଳ୍ପକେ  ଟାଇଟଲ୍‌ ହାତଛଡ଼ା କରିଥିଲା । ଫାଇନାଲ୍‌ରେ ନାଇଟ୍‌  ରାଇଡର୍ସଠୁ ହାରି ରନର୍ସ ଅପ୍‌ ହୋଇଥିଲା । ଏଥର କମିନ୍ସ ଦଳକୁ ଚାମ୍ପିଅନ୍‌ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ।  ସନ୍‌ରାଇଜର୍ସ ଆସନ୍ତା ୨୩ ତାରିଖରେ ରାଜସ୍ଥାନ  ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଦଳ ଘରୋଇ  ଭେନ୍ୟୁରେ ଏହି ମ୍ୟାଚ୍‌ ଖେଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.