ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ

Published By : Prameya | May 18, 2025 11:24 AM

ଜୟପୁର,୧୮/୦୫: ଚଳିତ  ଆଇପିଏଲ୍‌ର ୫୯ତମ ଲିଗ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଘରୋଇ ସୱାଇ ମାନସିଂ ଷ୍ଟାଡ଼ିୟମ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ୧୫ ପଏଣ୍ଟ  ଅର୍ଜନ କରିସାରିଥିବା ପଞ୍ଜାବ କିଙ୍ଗ୍‌ସ ଆଜି ବିଜୟ ସହ ପଏଣ୍ଟ  ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ । ରାଜସ୍ଥାନ ରୟାଲ୍ସ ପ୍ଲେ- ଅଫ୍‌ ଦୌଡ଼ରୁ ବାଦ ପଡ଼ି ସାରିଛି । ତଥାପି  ଘରୋଇ ସମର୍ଥକଙ୍କ ଆଶା ପୂରଣ କରିବା  ପାଇଁ ସବୁ ଶକ୍ତି ଲଗାଇବ । 

୩ ସପ୍ତାହର ବିଶ୍ରାମ ପରେ ସଞ୍ଜୁ  ସାମସନ ଫିଟ୍‌ ହୋଇ ଫେରିଛନ୍ତି ।  ସେ ଆଜି ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେବେ । ମାତ୍ର ଓପନ୍‌ କରିବା ସମ୍ଭାବନା ନାହିଁ । ସାମସନଙ୍କ  ଅନୁପସ୍ଥିତିରେ ୧୪ବର୍ଷିୟ ବୈଭବ ସୂର୍ଯ୍ୟବଂଶୀ ଦମ୍‌ଦାର ବ୍ୟାଟିଂ କରିଛନ୍ତି ।  ତେଣୁ ସେ ଓ ଯଶସ୍ୱୀ ଜୈସ୍ୱାଲ୍‌ ପାଳି ଆରମ୍ଭ କରିବା ନିଶ୍ଚିତ । ସାମସନ  ୩ନଂ ସ୍ଥାନରେ ଓ ରିୟାନ ପରାଗ ୪ନଂ  ସ୍ଥାନରେ ବ୍ୟାଟିଂ କରିବେ । ରାଜସ୍ଥାନ ରୟାଲ୍ସ ପେସ୍‌ ବୋଲର ଜୋଫ୍ରା ଆର୍ଚର  ଆହତ ହୋଇ ବାଦ ପଡ଼ିଥିବାରୁ ତାଙ୍କ  ସ୍ଥାନରେ ନାନ୍ଦ୍ରେ ବର୍ଗରଙ୍କୁ ଏକାଦଶରେ  ସ୍ଥାନ ମିଳିବ । 

ପଞ୍ଜାବ କିଙ୍ଗ୍‌ସ ଦଳରେ ମଧ୍ୟ ପରିବର୍ତ୍ତନ ହେବ । ଜୋସ ଇଂଲିଶ ଓ  ମାର୍କସ ଷ୍ଟଇନିସ୍‌ ଭାରତ ଫେରି ନାହାନ୍ତି ।  ତେଣୁ ପଞ୍ଜାବ କିଙ୍ଗ୍‌ସ ଆଜି ଇଂଲିଶଙ୍କ ସ୍ଥାନରେ ମିଚେଲ ଓଏନ ଓ  ଷ୍ଟଇନିସଙ୍କ ସ୍ଥାନରେ କେଲି ଜାମିସନଙ୍କୁ  ଖେଳାଇବା ଏକ ପ୍ରକାର ନିଶ୍ଚିତ । ଓଏନ ଓପନର ହୋଇଥିଲେ ହେଁ ମଧ୍ୟ କ୍ରମରେ  ବ୍ୟାଟିଂ କରିବେ । ପ୍ରଭସିମରନ ଓ  ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ଗଠିତ ଓପନିଂ  ବିଭାଗ ପରିବର୍ତ୍ତନ କରିବାକୁ ପଞ୍ଜାବ  କିଙ୍ଗ୍‌ସ ଚାହୁଁନାହିଁ । ଏହି ଯୋଡ଼ି ଚଳିତ  ଟୁର୍ଣ୍ଣାମେଣ୍ଟରେ ୫୩୪ ରନ୍‌ର ଭାଗିଦାରୀ  ଗଠନ କରିସାରିଛନ୍ତି । 

ଆଜି ଜୈସ୍ୱାଲ ଓ ଆର୍ଯ୍ୟଙ୍କ  ବ୍ୟାଟିଂ ଉପରେ ଦର୍ଶକଙ୍କ ନଜର ରହିବ । ଉଭୟ ପାୱାର ପ୍ଲେ’ରେ ଯଥାକ୍ରମେ  ୧୯ ଓ ୧୬ଟି ଲେଖାଏଁ ଛକା ମାରିଛନ୍ତି ।  ପାୱାର ପ୍ଲେ’ରେ ଆର୍ଯ୍ୟଙ୍କ ଷ୍ଟ୍ରାଇକ ରେଟ୍‌  ସର୍ବାଧିକ ୧୮୯ ରହିଛି ।  

ସୱାଇ ମାନସିଂ ଷ୍ଟାଡ଼ିୟମ୍‌ର ପିଚ୍‌  ବ୍ୟାଟିଂ ପାଇଁ ଅନୁକୂଳ ରହିଛି । ପୂର୍ବରୁ  କିଛି ମ୍ୟାଚ୍‌ ଖେଳ ହୋଇସାରିଥିବାରୁ  ଆଜି ପିଚ୍‌ ସାମାନ୍ୟ ମନ୍ଥର  ହେବ । ସ୍ପିନରମାନେ ପିଚ୍‌ର ଫାଇଦା  ଉଠାଇବେ । ଦିନ ବେଳା ସ୍ଥାନୀୟ  ତାପମାତ୍ରା ୪୨%ରେ ପହଞ୍ଚି ଯିବ । ତେଣୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ୱାଦଶ

ରାଜସ୍ଥାନ ରୟାଲ୍ସ :- ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ୍‌,  ସଞ୍ଜୁ ସାମସନ (ଅଧିନାୟକ),  ରିୟାନ ପରାଗ, ଧ୍ରୁବ ଜୁରେଲ,  ସିମରନ ହେତମାୟର, ଶୁଭମ  ଦୁବେ, ୱାନିଣ୍ଡୁ ହସରଙ୍ଗା, ମହୀଶ  ତୀକ୍ଷଣା, ତୁଷାର ଦେଶପାଣ୍ଡେ, ନାନ୍ଦ୍ରେ  ବର୍ଗର, ଆକାଶ ମଧୱାଲ ।

ପଞ୍ଜାବ କିଙ୍ଗ୍‌ସ :- ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ,  ଶ୍ରେୟାସ ଆୟର (ଅଧିନାୟକ),  ମିଚେଲ ଓଏନ, ନେହାଲ ୱଧେରା,  ଅଜମତୁଲ୍ଲା ଓମାରଜାଇ, ଶଶାଙ୍କ  ସିଂହ, ହରପ୍ରୀତ ବ୍ରାର, ମାର୍କୋ  ଜାନସେନ, ଅର୍ଶଦୀପ ସିଂହ,  ୟୁଝବେନ୍ଦ୍ର ଚହଲ, କେଲି ଜାମିସନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.