ପ୍ରମୂଖ ଖବର
  • ରିଆମାଳ : ଦୁର୍ଘଟଣା ଘଟଣା ବଦଳି ହେଲା ହତ୍ୟା, ଯୁବକ ଗିରଫ
  • ||
  • ଆମ୍ୱ ଟାକୁଆ ଖାଇ ମୃତ୍ୟୁ ଘଟଣା, ତଦନ୍ତ ପରେ ଜଣାପଡିବ ପ୍ରକୃତ କାରଣ: ସ୍ୱାସ୍ଥ୍ୟ ମନ୍ତ୍ରୀ
  • ||
  • କନ୍ଧମାଳ : କାର୍‌ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଯାଜପୁର : ମାଟି ତଳେ ଚାପି ହୋଇ ପ୍ରାଣ ହରାଇଲା ୮ ବର୍ଷର ଶିଶୁକନ୍ୟା, ବାପା ଗୁରୁତର
  • ||
  • ବୌଦ୍ଧ : ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ; ୪ ଗିରଫ, ୨୩ କେଜି ଗଞ୍ଜେଇ ଜବତ
  • ||
  • ଜୟପୁର : ନ୍ୟୁ ବାସବୀ ଜୁଏଲାରି ମାଲିକଙ୍କ ମୃତ୍ୟୁ, ୨ ଦିନ ପୂର୍ବରୁ ହୋଇଥିଲା ଜିଏସ୍‌ଟି ରେଡ୍‌
  • ||
  • କେନ୍ଦୁଝରରେ ହାତୀପଲଙ୍କ ଉପଦ୍ରବ, ବିଲରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ଦିଗପହଣ୍ଡିରେ ଘର ଉପରକୁ ବୋମା ମାଡ଼, ଅଞ୍ଚଳବାସୀ ଭୟଭିତ
  • ||
  • ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ ନୀତି, କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଭକ୍ତ
  • ||
  • ଦାରିଙ୍ଗବାଡି : ଆମ୍ବ ଟାକୁଆ ଜାଉ ଖାଇ ୨ମୃତ, ୬ ଗୁରୁତର
  • ||
  • ନୀଳଗିରି: ଖୋଲିଲା କୁଳଡିହା ଅଭୟାରଣ୍ୟ, ନେଚର୍ସକ୍ୟାମ୍ପରେ ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ
  • ||
  • ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସେଲ୍‌ରେ ତୀବ୍ରତା ୩.୩ ରେକର୍ଡ
  • ||
  • ପଟ୍ଟାମୁଣ୍ଡାଇ : କଇଁଛ ବଂଶ ବିସ୍ତାର ପାଇଁ ବନ ବିଭାଗର ପଦକ୍ଷେପ, ସାତ ମାସ ପାଇଁ ସମୁଦ୍ରରେ ମାଛ ଧରା ବନ୍ଦ
  • ||
  • ଭୁବନେଶ୍ବର : ଦୀପାବଳିରେ ଅଗ୍ନିକାଣ୍ଡ; ଭୂତଳ ବଜାରର ଶାଢୀ ଦୋକାନରେ ଲାଗିଲା ନିଆଁ, ୬ ଘଣ୍ଟା ପରେ ହେଲା ଆୟତ୍ତ
  • ||
  • ନିଜ ଗାଁ ବନ୍ଦଣା ପର୍ବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; ଗାଁ ଧିଂ ମାନିରେ ସାମିଲ ହେଲେ, ମାଦଲ ବଜାଇଲେ
  • ||

ଦୀପାବଳି ଓ ଛଟ୍ ପୂର୍ବରୁ ଖୁସି ଖବର , ଭାରତୀୟ ରେଲୱେ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ – କିଛି ଦିନ ପରେ ଫେଷ୍ଟିଭ୍‌ ସିଜନର ଆରମ୍ଭ ହୋଇଯିବ। ଧନତେରସ, ଦୀପାବଳି ପରେ ଛଟ୍ ପୂଜା ମଧ୍ୟ ଆସିବ , ଯେଉଁଥିରେ ବହୁ ସଂଖ୍ୟାରେ ଯାତ୍ରୀ ନିଜ ଘରକୁ ଫେରିବେ। ରେଲୱେ ଦୀପାବଳି ଓ ଛଟ୍ ପୂଜାକୁ ଦେଖି ବଡ଼ ନିଷ୍ପତ୍ତି ନେଇଛି। ଭାରତୀୟ ରେଲୱେ ଚଳିତ ବର୍ଷ ଦୀପାବଳି ଓ ଛଟ୍‌ ପୂଜା ପାଇଁ ୭,୦୦୦ ସ୍ୱତନ୍ତ୍ର ଟ୍ରେନ୍‌ ଚଲାଇବ ,ଯେଉଁଥିରେ ପ୍ରତିଦିନ ଦୁଇ ଲକ୍ଷ ଅତିରିକ୍ତ ଯାତ୍ରୀଙ୍କୁ ସୁବିଧା ମିଳିବ। 

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ରେଲୱେ ଅଧିକାରୀଙ୍କ ଅନୁସାରେ, ଗତ ବର୍ଷ ଦୀପାବଳି ଓ ଛଟ୍ ପୂଜା ବେଳେ ଉତ୍ସବର ଭିଡ଼କୁ ଦେଖି ୪,୫୦୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଲା ଯାଇଥିଲା। ଅଧିକାରୀମାନେ କହିଛନ୍ତି କି, ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ମନ୍ତ୍ରଣାଳୟ ଚଳିତ ବର୍ଷ ସେବାକୁ ବଢାଇବାର ନିଷ୍ପତ୍ତି ନେଇଛି।

ଉତ୍ତର ରେଲୱେ (ଏନଆର) ଏହି ଅବଧି ବେଳେ ବହୁ ସଂଖ୍ୟାରେ ଟ୍ରେନ୍‌ ଚଲାଇବ, କାରଣ ବହୁ ସଂଖ୍ୟାରେ ଯାତ୍ରୀ ଦେଶର ପୂର୍ବ ଭାଗରେ ଯାତାୟାତ କରି ଥାନ୍ତି। ଏନଆର ନିକଟରେ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହଛି କି, ସେ ଲୋକଙ୍କୁ ତାଙ୍କର ଗନ୍ତବ୍ୟ ସ୍ଥଳୀ ଯାଏ ପହଞ୍ଚିବାରେ ସାହାଯ୍ୟ କରିବାକୁ ସ୍ୱତନ୍ତ୍ର ଟ୍ରେନ, ପାଖାପାଖି ୩,୦୫୦ ଟ୍ରିପ୍‌ ଅପରେଟ୍‌ କରିବ। 

ଏଥିରେ କୁହାଯାଇଛି,୨୦୨୩ ମସିହାରେ ଭାରତୀୟ ରେଲୱେ ସ୍ୱତନ୍ତ୍ର ଉତ୍ସବ ଟ୍ରେନ୍‌ ଚଲାଇ ଥିଲା, ଯେଉଁଥିରେ ଉତ୍ତର ରେଲୱେ ସ୍ୱତନ୍ତ୍ର ଟ୍ରେନର ୧,୦୮୨ ଟ୍ରିପ୍‌ ଅପରେଟ୍‌ କରିଥିଲା। ଚଳିତ ବର୍ଷ ଟ୍ରେନ୍‌ର ୩,୦୫୦ ଟ୍ରିପ୍‌ ଅପରେଟ୍‌ କରାଯିବ, ଯାହା ୧୮୧ ପ୍ରତିଶତର ବୃଦ୍ଧି ଘଟିଛି। ଏଥିରେ କୁହାଯାଇଛି ଯେ , ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟତୀତ ଅଧିକ ଯାତ୍ରୀଙ୍କୁ ସମାୟୋଜିତ କରିବା ପାଇଁ ଟ୍ରେନ୍‌ରେ ଅତିରିକ୍ତ କୋଚ୍‌ ମଧ୍ୟ ଯୋଡ଼ା ଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.