ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦୀପାବଳି ଓ ଛଟ୍ ପାଇଁ ରେଲଓ୍ବେର ବଡ଼ ନିଷ୍ପତ୍ତି, ପ୍ଲାଟଫର୍ମ ଟିକେଟ ବିଷୟରେ ନେଲା ଏହି ପଦକ୍ଷେପ

Published By : Harapriya Biswal | October 27, 2024 7:50 PM

ମୁମ୍ବାଇ,୨୭।୧୦: ମୁମ୍ବାଇ ବାନ୍ଦ୍ରା ଟର୍ମିନସ୍‌ରେ ଦଳାଚକଟା ଘଟଣାରେ ଅନେକ ଯାତ୍ର ଆହତ ହୋଇଛନ୍ତି। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ୟୁପ ଗୋରଖପୁର ଯାଉଥିବା ଟ୍ରେନ୍‌ରେ ଯାତୀ ଚଢିବାକୁ ଚେଷ୍ଟା କରୁଥିଲେ। ଏହି ଦୁର୍ଘଟଣା ପରେ ସେଣ୍ଟ୍ରାଲ ରେଲଓ୍ବେ ପର୍ବ ସମୟରେ ପ୍ଲାଟଫର୍ମରେ ହେଉଥିବା ଭିଡକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ସେଣ୍ଟ୍ରାଲ ରେଲଓ୍ବେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌,ଦାଦର, ଲୋକମାନ୍ୟ ତିଳକ ଟର୍ମିନସ୍‌, ଥାନେ, କଲ୍ୟାଣ, ପୁନେ, ନାଗପୁର ସହ ବହୁ ଷ୍ଟେସନ୍‌ର ପ୍ଲାଟଫର୍ମ ଟିକେଟ ବିକ୍ରି ଉପରେ ବ୍ୟାନ ଲଗାଇ ଦେଇଛି।

ସେଣ୍ଟ୍ରାଲ ରେଲଓ୍ବେର କହିବା ଅନୁସାରେ, ଏହି ପଦକ୍ଷେପର ଉଦେଶ୍ୟ ହେଉଛି ପ୍ଲାଟଫର୍ମରେ ଭିଡକୁ ନିୟନ୍ତ୍ରଣ କରିବା ଓ ଷ୍ଟେସନ୍ ପରିସର ଭିତରେ ଯାତ୍ରୀଙ୍କୁ ସୁଚାରୁ ରୂପେ ଯିବା ଆସିବାର ବ୍ୟବସ୍ଥା କରିବା। ଆଗକୁ ଦୀପାବଳି ଓ ଛଟପୂଜା ବେଳେ ୮ ନଭେମ୍ବର ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟ ବିକ୍ରି ଉପରେ କଟକଣା ତୁରନ୍ତ ଲାଗୁ ହେବ। ଏହାଛଡା ବରିଷ୍ଠ ନାଗରିକ ଓ ଚିକିତ୍ସା ସମ୍ପର୍କୀତ ଆବଶ୍ୟକତା ଥିବା ଲୋକଙ୍କୁ ଏ ବିଷୟରେ ଛାଡ ଦିଆଯାଇଛି।

ଉଲ୍ଲେଖନୀୟ ଯେ, ମୁମ୍ବାଇ ବାନ୍ଦ୍ରା ରେଲଓ୍ବେ ଷ୍ଟେସନ୍‌ରେ ରବିବାର ଭୋର ସମୟରେ ଗୋରଖପୁର ଯାଉଥିବା ଏକ ଟ୍ରେନ୍‌ରେ ଚଢିବା ପାଇଁ ହୋଇଥିଲା ଦଳାଚକଟା। ଏହି କାରଣରୁ ୯ ଜଣ ଆହତ ହୋଇଛନ୍ତି। ଦୀପାବଳି ଓ ଛଟର ଆଗାମୀ ଉତ୍ସବକୁ ଦୃଷ୍ଟିରେ ରଖି ଲୋକେ ନିଜ ଘରକୁ ଯିବାର ପ୍ଳାନିଂ କରୁଛନ୍ତି। ସେଥିପାଇଁ ଏବେ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ କରି ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.