ଅହମ୍ମଦାବାଦ,୧୦/୧୧: ଗୋଟିଏ ଗୋଡ । ପିଠିରେ ୨୭ କେଜି ଓଜନ । ଏହା ସହିତ ପୁସଅପ ମାରିବା ଅସମ୍ଭବ ପରି ମନେ ହେଉଥିବ । କିନ୍ତୁ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଭାରତର ପୁସଅପ ମ୍ୟାନ ରୋହତାସ ଚୌଧୁରୀ । ସେ  ପାକିସ୍ତାନକୁ ଧୂଳି ଚଟାଇଛନ୍ତି । ୨୭.୮୭୫ କେଜି ଓଜନ ସହ ଗୋଟିଏ ଗୋଡରେ ୭୦୪ଥର ପୁସଅପ କରି ୱାର୍ଡ ରେକର୍ଡ କରିଛନ୍ତି । ଗିନିଜ ୱାର୍ଡ ବୁକରେ ନିଜର ସ୍ଥାନ ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ୨୭.୨୦୦କିଲୋଗ୍ରାମ ଓଜନ ସହ ୫୩୪ ପୁସଅପ ପାକିସ୍ତାନ ନାମରେ ଥିଲା । ଯାହାକୁ ଭାଙ୍ଗିଛନ୍ତି ରୋହତାସ ।

ଦିବ୍ୟାଙ୍ଗ ହୋଇ ବି ହାରି ନାହାନ୍ତି । ମନବଳକୁ ଦୃଢ କରି ରେକର୍ଡ ପରେ ରେକର୍ଡ ହାସଲ କରିଛନ୍ତି ଭାରତର ରୋହତାସ ଚୌଧୁରୀ । ୨୭.୮୭୫ କେଜି ଓଜନ ସହ ଗୋଟିଏ ଗୋଡରେ ୭୦୪ଥର ପୁସଅପ କରି ୱାର୍ଡ ରେକର୍ଡ କରିଛନ୍ତି ସେ । ଏହି ରେକର୍ଡ ପରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ମୋତେ ଜଣେ ପାକିସ୍ତାନୀ ଚ୍ୟାଲେ଼ଞ୍ଜ କରିଥିଲେ । ୨୨ ମିନିଟରେ ପାକିସ୍ତାନ ନାମରେ ଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି ସେ ।

ଗୁଜୁରାଟ ଗାନ୍ଧୀନଗରରେ ଏହି ପ୍ରତିଯୋଗିତା ହୋଇଥିଲା । ଯେଉଁଥିରେ ଏହି ରେକର୍ଡ କରି ଦେଖାଇଛନ୍ତି ରୋହିତାସ । ଦିନକୁ ୪ ଘଣ୍ଟା ଅଭ୍ୟାସ କରୁଥିବାରୁ ଏହି ସଫଳତା ମିଳିଥିବା କହିଛନ୍ତି ସେ । ଏହି ରେକର୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ପିତ କରିଛନ୍ତି । ମୋ ନାମ ପଛରେ ବିଚାରା ଶଦ୍ଧ ଯୋଡା ହୋଇଥିଲା । ସହାନୁଭୂତି ଦେଖାଯାଇଥିଲା । ଏହି ସବୁ ମୋତେ ପ୍ରେରଣା ଦେଇଥିବା କହିଛନ୍ତି ରୋହିତାସ ।