ଭୁବନେଶ୍ୱର,୦୫/୦୧: ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସିକୁ ପରାଜୟର ସାମ୍ନା କରିବାକୁ  ପଡ଼ିଛି । ଘରୋଇ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକ  ଲିଗ୍‌ ମୁକାବିଲାରେ ଦଳ ୨-୪  ଗୋଲ୍‌ରେ ଗୋଆ ଏଫ୍‌ସି  ନିକଟରୁ ହାରି ଯାଇଥିଲା ।  ବିଜୟୀ ଦଳ ପକ୍ଷରୁ ବ୍ରିସନ  ଡ୍ୟୁବେନ ଫର୍ଣ୍ଣାଣ୍ଡେଜ ୨ଟି (ଅଷ୍ଟମ, ୫୩ ମିନିଟ),  ଉଦାନ୍ତ ସିଂହ କୁମାମ (୪୫+୨ ମିନିଟ୍‌) ଗୋଟିଏ  ଗୋଲ୍‌ କରିଥିଲେ । ଓଡ଼ିଶା ପକ୍ଷରୁ ୨୯ମିନିଟ୍‌ରେ  ଅହମ୍ମଦ ଜାହୌହ (ପେନାଲ୍ଟି) ଓ ୮୮ମିନିଟ୍‌ରେ  ଜେରି ମାୱିମିଙ୍ଗଥାଙ୍ଗା ଗୋଲ ସ୍କୋର କରିଥିବାବେଳେ  ଆମି ରାଣାୱାଡେ ୫୬ମିନିଟ୍‌ରେ ଏକ ଆତ୍ମଘାତୀ ଗୋଲ  ଦେଇଥିଲେ । ଖେଳର ୯୦ମିନିଟରେ ଘରୋଇ ଦଳର  ଜାହୌହଙ୍କୁ ରେଡ୍‌ କାର୍ଡ ମିଳିଥିଲା । ଚଳିତ ସିଜନରେ  ଓଡ଼ିଶା ୧୪ଟି ମ୍ୟାଚ୍‌ରୁ ୨୦ ପଏଣ୍ଟ ପାଇ ତାଲିକାରେ ଷଷ୍ଠ  ଏବଂ ଗୋଆ ୧୩ଟି ମ୍ୟାଚ୍‌ରୁ ମୋଟ ୨୫ ପଏଣ୍ଟ ସହ  ତୃତୀୟକୁ ଉନ୍ନୀତ ହୋଇଛି ।