ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଜୁଲାଇ ୨ରୁ ଏଜବାଷ୍ଟନ ଦ୍ୱିତୀୟ ଟେଷ୍ଟ: ନୂଆ ବଲ୍‌ରେ ଆକାଶ ଦୀପ ଓ ଅର୍ଶଦୀପଙ୍କ ପ୍ରାକ୍ଟିସ୍, ପ୍ରସିଦ୍ଧ କ୍ରିଷ୍ଣା ନେଲେ ବିରତି

Published By : Prameya | June 28, 2025 11:46 AM

ବର୍ମିଂହାମ, ୨୮/୦୬: ପ୍ରଥମ  ଟେଷ୍ଟରେ ପରାଜୟ ପରେ ସିରିଜକୁ  ଫେରିବା ପାଇଁ ଟିମ ଇଣ୍ଡିଆ ପ୍ରସ୍ତତି ଆରମ୍ଭ  କରିଛି । ଆସନ୍ତା ବୁଧବାର ଠାରୁ ଦ୍ୱିତୀୟ  ଟେଷ୍ଟ ଆରମ୍ଭ ହେବ । ୨ଦିନର ବିଶ୍ରାମ ପରେ  ଭାରତୀୟ ଦଳ ଏଜବାଷ୍ଟନ ଗ୍ରାଉଣ୍ଡ୍‌ରେ  ଅଭ୍ୟାସ କରୁଛି । ପ୍ରଥମ ଟେଷ୍ଟ ଖେଳିଥିବା ଦୁଇ ପ୍ରମୁଖ ପେସ ବୋଲର  ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ  ସମେତ ସର୍ଦୁଲ ଠାକୁରଙ୍କୁ ପ୍ରଥମ ଅଭ୍ୟାସ  ଦିବସରୁ ବିରତ ରଖାଯାଇଥିବାବେଳେ ଆକାଶ ଦୀପ ଓ ଅର୍ଶଦୀପ ସିଂହଙ୍କୁ ନୂଆ ବଲ୍‌ରେ ବୋଲିଂ ଅଭ୍ୟାସ କରାଯାଇଛି ।  

ଭାରତୀୟ ଦଳ ଶୁକ୍ରବାର ୱାର୍ମ ଅପ୍‌ ଓ ଫୁଟ ଭଲିରୁ ପ୍ରସ୍ତୁତି ଶିବିର ଆରମ୍ଭ କରିଥିଲା ।  ପ୍ରଥମ ଦିନରେ ବୋଲିଂ ବିଭାଗ ଉପରେ  ଗୁରୁତ୍ୱ ଦିଆଯାଇଥିଲା । କୋଚ ଗୌତମ ଗମ୍ଭୀର ଓ ବୋଲିଂ କୋଚ ମର୍ଣ୍ଣ ମୋର୍କେଲ  ସବୁ ବୋଲରଙ୍କ ଅଭ୍ୟାସ ତଦାରଖ  କରିଥିଲେ । ଶ୍ରେଷ୍ଠ ବୋଲର ବୁମରା ଏହି ସିରିଜର ୩ଟି ଟେଷ୍ଟ ଖେଳିବେ ବୋଲି ପୂର୍ବରୁ  ସ୍ପଷ୍ଟ କରି ସାରିଛନ୍ତି । ତେଣୁ ଏଜବାଷ୍ଟନରେ  ସେ ବିଶ୍ରାମ ନେବା ଏକପ୍ରକାର ନିଶ୍ଚିତ ।  ତାଙ୍କ ଅନୁପସ୍ଥିତିରେ ବୋଲିଂ ବିଭାଗକୁ  ସନ୍ତୁଳିତ କରିବା ପାଇଁ ଜୋରଦାର  ପ୍ରସ୍ତୁତି ଚାଲିଥିବା ପ୍ରଥମ ଦିବସରୁ ସ୍ପଷ୍ଟ  ବାରି ହୋଇପଡ଼ିଥିଲା । ଆକାଶ ଦୀପ ଓ  ଅର୍ଶଦୀପଙ୍କୁ ନୂଆ ବଲ୍‌ରେ ଦୀର୍ଘ ସମୟ  ଧରି ବୋଲିଂ ଅଭ୍ୟାସ କରାଯାଇଥିଲା ।  ମହମ୍ମଦ ସିରାଜ ପ୍ରଥମେ ବ୍ୟାଟିଂ ଅଭ୍ୟାସ  କରିଥିଲେ । 

ପ୍ରଥମ ଅଧ ଘଣ୍ଟା ପର୍ଯ୍ୟନ୍ତ  ବ୍ୟାଟିଂ କୋଚ ସୀତାଂଶୁ କୋଟକ ତାଙ୍କୁ  ବ୍ୟାଟିଂ ଅଭ୍ୟାସ କରାଇଥିଲେ । ଏହାପରେ  ସେ ସାଥୀ ଖେଳାଳିଙ୍କ ସହ ବୋଲିଂ ଅଭ୍ୟାସ  କରିଥିଲେ । ମାତ୍ର ସେ ନେଟ୍ସରେ କେବଳ  ଲୟ ଉପରେ ଗୁରୁତ୍ୱ ଦେଉଥିଲେ । ଛୋଟ  ରନ୍‌ ଅପ୍‌ରେ ସେ ବୋଲିଂ କରୁଥିବା  ଦେଖିବାକୁ ମିଳିଥିଲା । ଆଗକୁ ୪ଟି  ଟେଷ୍ଟ ରହିଥିବାରୁ ସିରାଜଙ୍କ କାର୍ଯ୍ୟଭାର  ନିୟନ୍ତ୍ରଣ କରାଯାଉଛି । ତେଣୁ ସେ ହାଲକା ବୋଲିଂ ଅଭ୍ୟାସ କରିଥିଲେ ।  ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ଅପେକ୍ଷା କୃତ ବିଶ୍ରାମ  ଦେବାକୁ ଯୋଜନା କରାଯାଉଛି । ତେଣୁ ସେ  ଅଭ୍ୟାସକୁ ଓହ୍ଲାଇ ନଥିଲେ । ପ୍ରଥମ  ଟେଷ୍ଟରେ ୱିକେଟ୍‌ ନେଇଥିଲେ ହେଁ ପ୍ରସିଦ୍ଧ  କ୍ରିଷ୍ଣା ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ ।  

ସର୍ଦୁଲଙ୍କ ସ୍ଥାନରେ ନୀତିଶ:  ଏଜବାଷ୍ଟନର ପିଚ୍‌ ଦେଖିବା ପରେ ଏକାଦଶ  ଚୂଡ଼ାନ୍ତ କରାଯିବ । ପ୍ରାଥମିକ ପର୍ଯ୍ୟାୟରୁ  ଯାହା ଜଣା ପଡ଼ୁଛି, ସର୍ଦୁଲ ଠାକୁରଙ୍କୁ  ଏକାଦଶରୁ ବାଦ ଦିଆଯାଇପାରେ ।  ତାଙ୍କ ସ୍ଥାନରେ ନୀତିଶ କୁମାର ରେଡ୍ଡୀ  କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରୁ  ଜଣଙ୍କୁ ଏକାଦଶରେ ସ୍ଥାନ ମିଳିବା ଆଶା  କରାଯାଉଛି । ଆଜି ନୀତିଶ ଦୀର୍ଘ ସମୟ  ଧରି ନେଟ୍ସରେ ବୋଲିଂ ଅଭ୍ୟାସ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.