ନୂଆଦିଲ୍ଲୀ,୧୫।୧୨: ଲଣ୍ଡନରେ ୨୪ ବର୍ଷୀୟ ଭାରତୀୟ ମହିଳା ହର୍ଷିତା ବରେଲାଙ୍କୁ ହତ୍ୟା। ତାଙ୍କର ମୃତଦେହ ୧୪ ନଭେମ୍ବରରେ ଏକ କାରରୁ ଜବତ କରାଯାଇଛି। ହର୍ଷିତାଙ୍କ ମା’ ସୁଦେଶା କୁମାରୀ କହିଛନ୍ତି, ତାଙ୍କ ଝିଅ କିଛି ସପ୍ତାହ ପୂର୍ବରୁ ତାଙ୍କୁ କହିଥିଲେ ତାଙ୍କ ସ୍ବାମୀ ତାଙ୍କୁ ମାରିଦେବ। ମୁଁ ତା ପାଖକୁ ଫେରିବାକୁ ଚାହୁଁନି। ତାଙ୍କ ସ୍ବାମୀ ଅର୍ଥାତ ପଙ୍କଜ ଲାମ୍ବା ତାଙ୍କ ଜୀବନ ନର୍କ କରିଦେଇଛି।’
ହର୍ଷିତା ଚଳିତ ବର୍ଷ ଏପ୍ରିଲରେ ଲଣ୍ଡନ ଯାଇଥିଲେ। ତାଙ୍କର ବିବାହ ପଙ୍କଜ ଲାମ୍ବାଙ୍କ ସହ ଅଗଷ୍ଟ ୨୦୨୩ରେ ହୋଇଥିଲା। ପୋଲିସର କହିବା ଅନୁସାରେ, ହର୍ଷିତାଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କ ତଣ୍ଟି ଚିପି ମରାଯାଇଥିଲା। ପୋଲିସ ପଙ୍କଜକୁ ମୁଖ୍ୟ ଅଭଯୁକ୍ତ କହିଛି, କିନ୍ତୁ ସେ ବର୍ତ୍ତମାନ ଭାରତରେ ଅଛି। ହର୍ଷିତାଙକ ପରିବାର ଅଭିଯୋଗ କରିଛି ଯେ, ବ୍ରିଟେନ୍ ପୋଲିସ ତାଙ୍କର କୌଣସି ପ୍ରକାର ସାହାଯ୍ୟ କରିନଥିଲା। ସେଭଳି ସ୍ଥାନୀୟ ପୋଲିସ କହିଛି, ବ୍ରିଟିସ୍ ଅଧିକାରୀ ଏପର୍ଯ୍ୟନ୍ତ ଭାରତକୁ ତାଙ୍କର ସାହାଯ୍ୟ ନେଇ କୌଣସି ଫୋନ୍ କରି ନାହାନ୍ତି।
ହର୍ଷିତାଙ୍କ ବାପା ସତବୀର ବରେଲାରେ ମଧ୍ୟ ନିଜ ଜ୍ବାଇଁ ଉପରେ ଘରୋଇ ହିଂସାର ଅଭିଯୋଗ କରିଛନ୍ତି। ତାଙ୍କର କହିବା ଅନୁସାରେ, ପଙ୍କଜ ଲାମ୍ବା ହର୍ଷିତାଙ୍କୁ ଏତେ ଜୋରରେ ମାଡ ମାରିଥିଲେ ଯେ, ତାଙ୍କର ଗର୍ଭପାତ ହୋଇଯାଇଥିଲା। ସତବୀର କହିଛନ୍ତି, ତାଙ୍କ ଝିଅ ବହୁବାହର ତାଙ୍କୁ କହିଥିଲେ ଯେ, ପଙ୍କଜ ତାଙ୍କୁ ସବୁବେଳେ ମାଡ଼ ମାରୁଛି।
ଏହି ମାମଲାରେ ଏହା ମଧ୍ୟ ସାମନାକୁ ଆସିଛି, ହର୍ଷିତା ଅଗଷ୍ଟ ୨୦୨୩ ରେ ପୋଲିସ ନିକଟରେ ଘରୋଇ ହିଂସାର ଅଭିଯୋଗ କରିଥିଲେ। ଏହାପରେ ପଙ୍କଜ ଲମ୍ବାଙ୍କୁ ୩ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା, କିନ୍ତୁ ପରେ ତାକୁ ଜାମିନ ମିଳିଯାଇଥିଲା। ପଙ୍କଜ ଲାମ୍ବାଙ୍କ ମା’ ସୁନିଲ ଦେବୀ ଗଣମାଧ୍ୟମକୁ କହିଛନ୍ତି ମୁଁ ବିଶ୍ବାସ କରିପାରୁନି ମୋ ପୁଅ ହର୍ଷିତାକୁ ମାରିଦେଇଛି।’