ନୂଆଦିଲ୍ଲୀ, ୨୪/୧ : କିଛିଦିନ ପାଇଁ ଭାରତୀୟ ପୁରୁଷ ଦଳ ଟେଷ୍ଟ କ୍ରିକେଟଠାରୁ ଦୂରେଇ ରହିବ । ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବାବେଳେ ପରେ ପରେ ଟି-୨୦ ବିଶ୍ବକପ ଏବଂ ଆଇପିଏଲ ଖେଳିବେ । ସେପଟେ କିନ୍ତୁ ମହିଳା ଦଳଅଷ୍ଟ୍ରେଲିଆଗସ୍ତରେ ଯିବ । ଗୋଟିଏ ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବାବେଳେ ଦଳ ଘୋଷଣା କରାଯାଇଛି । ୨୦୨୫ ବିଶ୍ବକପ ସମୟରେ ଆହତ ରହିଥିବା ଷ୍ଟାର କ୍ରିକେଟର ପ୍ରତିକା ଦଳକୁ ଫେରିଛନ୍ତି । ଦୀର୍ଘଦିନ ଆହତ ହୋଇ ଦଳରୁ ବାହାରେ ରହିଥିଲେ । ଏବେ ସେ ଦଳରେ ସ୍ଥାନ ପାଇଛନ୍ତି ।
ଭାରତୀୟ ମହିଳା ଦଳ ଫେବୃଆରୀ-ମାର୍ଚ୍ଚରେ ଅଷ୍ଟ୍ରେଲିଆ ଗସ୍ତ କରିବ। ଦ୍ବିପାକ୍ଷିକ ସିରିଜ୍ ଖେଳାଯିବାକୁ ଯାଉଛି । ଦିନିକିଆ, ଟି-୨୦ ପରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳାଯିବ ପର୍ଥରେ ଏହି ମ୍ୟାଚ ଖେଳାଯିବ । ତେବେ ହରମନପ୍ରୀତ କୌର ପୁଣି ଥରେ ଦଳର ନେତୃତ୍ୱ ନେବେ । ସ୍ମୃତି ମନ୍ଧାନା ଦଳର ଉପ-ଅଧିନାୟିକା ପଦ ସମ୍ଭାଳିବେ । ବିସ୍ଫୋରକ ସେଫାଳି ବର୍ମା ଏହି ସିରିଜରେ ମଧ୍ୟ ନିଜର ସ୍ଥାନ ପକ୍କା କରିଛନ୍ତି । ପ୍ରତୀକାଙ୍କ ବ୍ୟତୀତ, ଅନ୍ୟ ତିନି ଜଣ ଯୁବ ଖେଳାଳି ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟରେ ନିରନ୍ତର ଭଲ ପ୍ରଦର୍ଶନ କରି ପ୍ରଥମଥର ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଯୁବ ଅଲରାଉଣ୍ଡର ଅମନଜୋତ କୌର ଏବଂ ଯୁବ ପେସର କ୍ରାନ୍ତି ଗୌଡ ।
ଭାରତୀୟ ଟେଷ୍ଟ ଦଳ :ହରମନପ୍ରୀତ କୌର (ଅଧିନାୟକ)ସ୍ମୃତି ଶର୍ମା, ଶେଫାଳିବର୍ମା, ଜେମିମା, ଅମାନଜୋଟ କୌର, ରିଚା ଘୋଷ (ୱିକେଟ୍ କିପର), ଉମା ଛତ୍ରୀ (ୱିକେଟ୍ କିପର), ପ୍ରତୀକା ରାୱଲ, ହର୍ଲିନ ଦେଓଲ୍, ଦୀପ୍ତି ଶର୍ମା, ରେନୁକା ସିଂ, ସ୍ନେହୀ ରାଣା, କ୍ରାନ୍ତି ଗୌଡ଼ା, ବୈଷ୍ଣବୀ ଶର୍ମା, ସୟାଳୀ ସତଘରେ ।
ଏହାସହ ପଢ଼ନ୍ତୁ : ରାୟପୁରରେ ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇଲା ଟିମ ଇଣ୍ଡିଆ, ସୂର୍ଯ୍ୟକୁମାର ଏବଂ ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ