ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା

Published By : Ankita S | July 3, 2025 10:02 AM

ନୂଆଦିଲ୍ଲୀ,୦୩/୦୭: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ୩ ଭରତୀୟଙ୍କୁ ଅପହରଣ କରାଯାଇଛି । ଅଲ୍ କାଏଦା ଆତଙ୍କୀଙ୍କ ଦ୍ୱାରା ହୋଇଥିବା ଏକ ଆକ୍ରମଣରେ ୩ ଭାରତୀୟ ନାଗରିକଙ୍କୁ ଅପହରଣ କରି ନିଆଯାଇଛି । ଭାରତ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ନାଗରିକଙ୍କୁ ସୁରକ୍ଷିତ ଓ ତତ୍କାଳ ଛାଡିବାକୁ ସୁନିଶ୍ଚିନ୍ତ କରିବାକୁ ମାଲି ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନେଇ ଅପିଲ୍‌ କରିଛନ୍ତି । ଏ ନେଇ ଭାରତୀୟ ଦୂତାବାସ ଲଗାତାର ମାଲି ସରକାରଙ୍କ ସମ୍ପର୍କରେ ରହିଛନ୍ତି ।

ପଶ୍ଚିମ ଆଫ୍ରିକା ମାଲିରେ ଅଲ୍ କାଏଦା ଆତଙ୍କୀ ୩ ଭାରତୀୟଙ୍କୁ ଅପହରଣ କରିଛନ୍ତି । ବିଦେଶ ମନ୍ତ୍ରଣାଳୟ ଦ୍ୱାରା ଜାରି ବୟାନ ଅନୁସାରେ, ଜୁଲାଇ ୧ରେ ମାଲିର କାଏଦା ସ୍ଥିତ ଡାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରିରେ କିଛି ସଶସ୍ତ୍ରବାହୀ ଆକ୍ରମଣ କରିଥିଲେ । ସେଠାରେ କାର୍ଯ୍ୟରତ ୩ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି । ଏ ଅପହୃତ ଘଟଣାକୁ ନେଇ ଅଲ କଏଦା ଆତଙ୍କୀ ସଂଗଠନ 'ଜମାତ ନୁସରତ ଅଲ- ଇସଲାମ ୱଲ ମୁସଲିମିନର' ନିଜକୁ ଦାୟୀ କରିଛି ।

ବୈଦେଶିକ ମନ୍ତ୍ରଣାଳୟର ଅପିଲ୍‌- ୩ ଭାରତୀୟଙ୍କୁ ଅପହରଣ ଘଟଣାକୁ ଭାରତ ସରକାର 'ହିଂସାର ଘୋର ନିନ୍ଦନୀୟ କାର୍ଯ୍ୟ' ବୋଲି କହିଛନ୍ତି । ଭାରତୀୟ ନାଗରିକଙ୍କୁ ଶୀଘ୍ର ଏବଂ ସୁରକ୍ଷିତ ଫେରାଇ ଆଣିବାକୁ ସୁନିଶ୍ଚିନ୍ତ କରିବାକୁ ମାଲି ସରକାରଙ୍କୁ ସମସ୍ତ ପଦକ୍ଷେପ ନେବାକୁ ଅପିଲ୍ କରିଛନ୍ତି । ବିଦେଶ ମନ୍ତ୍ରଣାଳୟ କହିଛନ୍ତି, ଭାରତୀୟ ସବୁ ସମ୍ଭବ ସହାୟତା ପ୍ରଦାନ କରିବ । ଅପହୃତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ବିଦେଶରେ ଭାରତୀୟଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.