ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

‘ ଭାରତୀୟମାନେ ଏହା ହିଁ ପାଇବା ଉଚିତ୍‌ ... ’ : ମୁମ୍ୱାଇ ଆକ୍ରମଣ ପରେ ହେଡଲୀକୁ ଏମିତି କହିଥିଲା ତହବୁର ରାଣା

Published By : Prameya | April 11, 2025 5:54 PM

ନୂଆଦିଲ୍ଲୀ : ମୁମ୍ୱାଇର ୨୬ / ୧୧ ଆତଙ୍କୀ ହମଲାର ଅଭିଯୁକ୍ତ ତହବୁର ରାଣାକୁ ଭାରତ ଅଣାଯାଇ ସାରିଛି। ପାକିସ୍ତାନରେ ଜନ୍ମିତ , ୬୪ ବର୍ଷିୟ କାନାଡାର ନାଗରିକ ତହବୁର ରାଣା ଆମେରିକାର ଜେଲ୍‌ରେ ବନ୍ଦୀ ଥିଲା। ପ୍ରତ୍ୟର୍ପଣ ସନ୍ଧି ଅନୁସାରେ ତାକୁ ଭାରତ ଅଣାଯିବା ପରେ ଏନଆଇଏ ଦ୍ୱାରା ଗିରଫ କରାଯାଇଛି। ତହବୁର ରାଣା ନାଁରେ ଭାରତରେ ୧୦ଟି ଗୁରୁତର ଅପରାଧିକ ମାମଲାରେ ମୋକଦମା ଚାଲିବ। ଯେଉଁଥିରେ ଷଡ଼ଯନ୍ତ୍ର , ହତ୍ୟା, ଆତଙ୍କୀ କାର୍ଯ୍ୟକଳାପ ଗୁଡ଼ିକରେ ସଂପୃକ୍ତି ଓ ଠକେଇ ଆଦି ମାମଲା ସାମିଲ ଅଛି। 

ତହବୁର ରାଣାକୁ ଭାରତକୁ ପ୍ରଦାନ କରାଯିବା ମାମଲାରେ ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍‌ର ବୟାନ ସାମ୍ନାକୁ ଆସିଛି। ବୟାନରେ କୁହାଯାଇଛି ଯେ, ଆମେରିକା ୨୦୦୮ର ମୁମ୍ୱାଇ ଆତଙ୍କବାଦୀ ହମଲାର କଥିତ ଷଡ଼ଯନ୍ତ୍ରକାରୀ ତହବୁର ହୁସୈନ ରାଣାକୁ ବୁଧବାର ଭାରତକୁ ପ୍ରଦାନ କରିଛି। 

୨୬/୧୧ ଆତଙ୍କୀ ହମଲାରେ ଯାଇଥିଲା ୧୬୬ଲୋକଙ୍କ ଜୀବନ –

ମୁମ୍ୱାଇ ହମଲା ବେଳେ ୨୬ରୁ୨୯ ନଭେମ୍ୱର ୨୦୦୮ ମଧ୍ୟରେ ଲଶ୍କର-ଏ-ତୈୟବାର ୧୦ ଆତଙ୍କବାଦୀମାନେ ସହରରେ ୧୨ଟି ସ୍ଥାନରେ ହମଲା କରିଥିଲେ, ଯେଉଁଥିରେ ୧୬୬ ଜଣ ଲୋକଙ୍କ ଜୀବନ ଯାଇଥିଲା, ସେଥିରେ ୬ ଆମେରିକୀୟ ନାଗରିକ ମଧ୍ୟ ସାମିଲ ଥିଲେ। ଟ୍ରେନ୍‌, ଷ୍ଟେସନ, ହୋଟେଲ, ରେଷ୍ଟୁରାଣ୍ଟ ଓ ୟେହୁଦୀ କେନ୍ଦ୍ର ଗୁଡ଼ିକୁ ଟାର୍ଗେଟ୍‌ କରାଯାଇ ଥିଲା। ହମଲାରେ ଶହ ଶହ ଲୋକ ଆହତ ହୋଇ ଥିଲେ ଏବଂ ସହରକୁ ୧.୫ ବିଲିୟନ ଡଲାରରୁ ଅଧିକ କ୍ଷତି ହୋଇଛି। 

ଭାରତର ଅଭିଯୋଗ ଯେ, ରାଣା ନିଜର ପିଲାଦିନର ବନ୍ଧୁ ଡେଭିଡ୍‌ କୋଲମ୍ୟାନ ହେଡଲୀକୁ ହମଲାର ଯୋଜନା ଓ ସ୍ଥାନ ଗୁଡ଼ିକରେ ରେକି କରିବାରେ ସାହାଯ୍ୟ କରି ଥିଲା। ରାଣା ମୁମ୍ୱାଇରେ ନିଜର ଇମିଗ୍ରେସନ ବିଜନେସ୍‌ର ଫେକ୍‌ ଶାଖା ଖୋଲିବା ସହ  ହେଡଲୀକୁ ଏହାର ମ୍ୟାନେଜର ନିଯୁକ୍ତ କରି ଥିଲା। ଦୁଇଥର ଫେକ୍‌ କାଗଜପତ୍ର ଜରିଆରେ ଭିସା ଆବେଦନ ଦାଏର କରାଯାଇଥିଲା। 

ତହବୁର ରାଣାର ବୟାନରେ ସ୍ପଷ୍ଟ ହୋଇଛି ଏହାର ଭୂମିକା ଓ ଉଦ୍ଦେଶ୍ୟ-

ମୁମ୍ୱାଇ ଆତଙ୍କୀ ହମଲାର ଯାଞ୍ଚ କ୍ରମରେ ଅନେକ ଏମିତି ରାଜ୍‌ ଖୋଲିଛି , ଯେଉଁଥିରେ ତହବୁରର ଭୂମିକା ଓ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି। ଯାଞ୍ଚ ମୁତାବିକ , ତହବୁର ରାଣା ଆତଙ୍କୀ ହମଲା ପରେ ହେଡଲୀକୁ କହିଥିଲା ଯେ, ‘ ଭାରତୀୟମାନେ ଏମିତି ହିଁ ପାଇବା ଉଚିତ୍‌ ଥିଲା ’ । କେବଳ ଏତିକି ନୁହେଁ, ତହବୁର ରାଣା ଏହି ହମଲାରେ ଭାରତୀୟ ଯବାନଙ୍କ ଦ୍ୱାରା ମରିଥିବା ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନର ସର୍ବୋଚ୍ଚ ସାମରିକ ସମ୍ମାନ ‘ନିଶାନ-ଏ-ହୈଦର’ ଦିଆଯିବାକୁ ଦାବି ମଧ୍ୟ କରିଥିଲା। 

୨୦୧୩ରେ ଡେନମାର୍କ ଆତଙ୍କୀ ହମଲାରେ ମିଳିଥିଲା ୧୪ ବର୍ଷର ସଜା –

ରାଣା ଉପରେ ଆତଙ୍କୀ ଷଡ଼ଯନ୍ତ୍ର ଅଭିଯୋଗ ହେବାର ଏହା ପ୍ରଥମ ଅବସର ନଥିଲା। ୨୦୧୩ରେ ଆମେରିକାର ଏକ କୋର୍ଟ ତାକୁ ଲଶ୍କର-ଏ-ତୈୟବାକୁ ସାହାଯ୍ୟ କରିବା ଓ ଡେନମାର୍କରେ ହମଲାର ଷଡ଼ଯନ୍ତ୍ର ରଚିବା ପାଇଁ ୧୪ ବର୍ଷର ସଜା ଶୁଣାଇ ଥିଲେ। 

ଭାରତ ଜୁନ୍‌ ୨୦୨୦ରେ ଆମେରିକାକୁ ରାଣାର ପ୍ରତ୍ୟର୍ପଣ ନେଇ ଦାବି କରିଥିଲେ ଏବଂ ଏହାକୁ ରାଣା ବାରମ୍ୱାର ଆଇନଗତ ଚ୍ୟାଲେଞ୍ଜ ଦେଇଥିଲା। କିନ୍ତୁ ଆମେରିକାର ସବୁ କୋର୍ଟ , ଆପିଲେଟ୍ କୋର୍ଟ ଏବଂ ବିଶେଷକରି ସୁପ୍ରିମକୋର୍ଟ ସବୁ ଆବେଦନକୁ ଖାରଜ କରିଦେଇ ଥିଲେ। ଶେଷରେ ୯ ଅପ୍ରେଲ ୨୦୨୫ରେ ଆମେରିକାର ମାର୍ଶଲ ସର୍ଭିସ ତାକୁ ଭାରତୀୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। 

ଏହି ପ୍ରତ୍ୟର୍ପଣ ଆମେରିକାର ନ୍ୟାୟ ବିଭାଗ , ଏଫବିଆଇ , ବିଦେଶ ମନ୍ତ୍ରାଳୟ ଓ ନୂଆ ଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସର ସହଯୋଗରେ ସମ୍ଭବ ହୋଇଛି। ୨୦୦୮ ମୁମ୍ୱାଇ ହମଲାର ଅଭିଯୁକ୍ତ ତହବୁର ରାଣାକୁ ଭାରତ ଅଣାଯିବାରେ ଭାରତୀୟ କୂଟନୀତିର ବଡ଼ ଉପଲବ୍ଧି ବୋଲି କୁହାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.