ନୂଆଦିଲ୍ଲୀ,୧୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର-ପୂର୍ବକୁ ନୂଆ ରେଳ ଲାଇନ୍ ଉପହାର ଦେଇଛନ୍ତି। ଭାରତୀୟ ରେଳବାଇ ମିଜୋରାମକୁ ପ୍ରଥମ ଟ୍ରେନ୍ ଆଣିଛି। କିନ୍ତୁ, ଏହି ଅଞ୍ଚଳର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏଥି ପାଇଁ ଭାରତ ଏକ ବହୁତ ବଡ଼ ଯୋଜନା ରଖିଛି। ବିଶେଷକରି ଚୀନ୍ ସୀମା (LAC) ନିକଟରେ, ପ୍ରାୟ ୫୦୦ କିଲୋମିଟରର ଏକ ରେଳ ନେଟୱାର୍କ ନିର୍ମାଣ ହେବାକୁ ଯାଉଛି, ଯାହାର ମୂଲ୍ୟ ୩୦୦ ବିଲିୟନ ଡଲାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହି ନେଟୱାର୍କ ଅଧୀନରେ, ଭାରତ ଏହାର ଖାସ୍ ପଡ଼ୋଶୀ ଦେଶ ଭୁଟାନର ସୀମାରୁ ବାଂଲାଦେଶ ଏବଂ ମିଆଁମାର ସୀମା ପର୍ଯ୍ୟନ୍ତ ରେଳ ଲାଇନର ଏକ ନେଟୱାର୍କ ବିଛାଇବାକୁ ଯାଉଛି।
ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଭାରତ ଉତ୍ତର-ପୂର୍ବରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ରେଳ ନେଟୱାର୍କ ବିକଶିତ କରିବା ପାଇଁ ଏକ ବିଶାଳ ପ୍ରକଳ୍ପକୁ ଅନୁମୋଦନ କରିସାରିଛି। ଏହି ୫୦୦ କିଲୋମିଟର ରେଳ ନେଟୱାର୍କ ଚୀନ୍ ସହିତ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଏବଂ ଭୁଟାନ, ବାଂଲାଦେଶ, ମିଆଁମାର ସୀମା ନିକଟରେ ଉତ୍ତର-ପୂର୍ବର ଦୁର୍ଗମ ଅଞ୍ଚଳଗୁଡ଼ିକୁ ସଂଯୋଗ କରିବ। ଏହି ପ୍ରକଳ୍ପର ମୂଲ୍ୟ ୩୦୦ ବିଲିୟନ ଡଲାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ଏବଂ ଏହା ପ୍ରାୟ ଚାରି ବର୍ଷ ମଧ୍ୟରେ ସମାପ୍ତ ହେବ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତ ଉତ୍ତର-ପୂର୍ବ ଅଞ୍ଚଳରେ ସେହି ବିମାନ ଆଡ୍ଡକୁ ପୁଣିଥରେ ଖୋଲି ଦେଇଛି, ଯାହାକି ୧୯୬୨ ଯୁଦ୍ଧ ପରେ ବନ୍ଦ ପଡିଥିଲା। ଏହାକୁ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ (ଏଏଲଜି) କୁହାଯାଉଛି, ଯାହାର ବ୍ୟବହାର ସାମରିକ ହେଲିକପ୍ଟର ଓ ବିମାନ ପାଇଁ କରାଯାଇପାରେ। ଏହାଛଡା ଲଦାଖରେ ମଧ୍ୟ ଏଲଏସି ନିକଟରେ ରେଳ ଲାଇନ୍ ପହଁଞ୍ଚିବା ଉପରେ ଚର୍ଚ୍ଚା ଚାଲିଛି। ଏବେ କାଶ୍ମୀରରୁ ବାରାମୂଳା ପର୍ଯ୍ୟନ୍ତ ଭାରତୀୟ ରେଲଓ୍ବେର ଟ୍ରେନ ଚଳାଚଳ କରୁଛି। ନିକଟରେ ସରିଥିବା ଏସସିଓ ସମ୍ମିଳନୀରେ ଭାରତ-ଚୀନ ମଧ୍ୟରେ ସୁସମ୍ପର୍କ ଗଢି ଉଠିଛି। ଏହି କାରଣୁ ଭାରତ ଏହି ପ୍ରୋଜେକ୍ଟକୁ ଆରମ୍ଭ କରିବାକୁ ଯାଉ