ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପହଲଗାମ ହମଲା ପରେ ପାକିସ୍ତାନ ଉପରେ ଭାରତର ‘ କ୍ରିକେଟିଂ ଷ୍ଟ୍ରାଇକ୍‌ ’, ଏହି କମ୍ପାନୀ ରୋକିଲା PSLର ପ୍ରସାରଣ , ଆକ୍ସନରେ ଡ୍ରିମ୍‌-୧୧

Published By : Prameya | April 24, 2025 7:06 PM

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୬ ନୀରିହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ହମଲା ପରେ ପୂରା ଦେଶରେ ଦୁଃଖ ଓ ପ୍ରତିଶୋଧର ମହୋଲ ସୃଷ୍ଟି ହୋଇଛି। ଆତଙ୍କୀଙ୍କୁ ଧରିବା ପାଇଁ ସୁରକ୍ଷାବାହିନୀ ଲଗାତାର ସର୍ଚ୍ଚ ଅପରେସନ ଜାରି ରହିଛି। ଆତଙ୍କବାଦୀ ହମଲା ପରେ କେନ୍ଦ୍ର ସରକାର ମଧ୍ୟ ଆକ୍ସନ ମୋଡ୍‌ରେ ଏବଂ ସେ ପଡୋଶୀ ଦେଶ ବିରୋଧରେ ବଡ଼ ନିଷ୍ପତ୍ତି ନେଇଛନ୍ତି।

PSLକୁ ନେଇ Fancodeର ବଡ଼ ନିଷ୍ପତ୍ତି : ଦେଖିବାକୁ ଗଲେ ପହଲଗାମ ହମଲା ପରେ ପାକିସ୍ତାନକୁ ଚାରିଆଡୁ ଅପମାନ ସହିବାକୁ ପଡ଼ୁଛି। ଏବେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିଏସଏଲ)ରେ ଭାରତ ପକ୍ଷରୁ କ୍ରିକେଟିଂ ଷ୍ଟ୍ରାଇକ୍‌ ହୋଇଛି। ବାସ୍ତବରେ ସ୍ପୋର୍ଟ୍ସ ବ୍ରୋଡକାଷ୍ଟିଂ ପ୍ଲାଟଫର୍ମ ଫ୍ୟାନ୍‌ କୋଡ୍‌ ପାକିସ୍ତାନ ସୁପର ଲିଗ୍‌ (ପିଏସଏଲ)ର ଷ୍ଟ୍ରିମିଂ ରୋକିବାକୁ ନିଷ୍ପତ୍ତି ନେଇଛି। ୨୪ ଅପ୍ରେଲ (ଗୁରୁବାର) ଠାରୁ ପିଏସଏଲ ମ୍ୟାଚ୍‌ର ଷ୍ଟ୍ରିମିଂ ଫ୍ୟାନକୋଡ୍‌ରେ ଉପଲବ୍ଧ ହେବ ନାହିଁ। ଏହି ନିଷ୍ପତ୍ତି ପରେ ପିଏସଏଲ୍‌ର ଡିଜିଟାଲ ଦର୍ଶକଙ୍କ ସଂଖ୍ୟାରେ ଖୁବ୍‌ ହ୍ରାସର ସମ୍ଭାବନା ରହିଛି, ଯାହାର ସିଧା ପ୍ରଭାବ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ରାଜସ୍ୱ ଉପରେ ପଡ଼ିବ। 

ଏହାସହ କ୍ରିକେଟ୍ ଫ୍ୟାଣ୍ଟେସି ଆପ୍‌ ଡ୍ରିମ୍‌-୧୧ ମଧ୍ୟ ପାକିସ୍ତାନ ସୁପର ଲିଗ୍‌ ୨୦୨୫କୁ ନେଇ ବଡ଼ ଆକ୍ସନ ନେଇଛି। ଏବେ ଡ୍ରିମ୍‌-୧୧ ୟୁଜର୍ସ ପାକିସ୍ତାନ ସୁପର ଲିଗ୍‌ (ପିଏସଏଲ)ର ମ୍ୟାଚ୍‌ ପାଇଁ ଏହି ଆପ୍‌ରେ ନିଜର ପସନ୍ଦର ଟିମ୍‌ କରି ପାରିବେ ନାହିଁ। ଡ୍ରିମ୍‌-୧୧ରେ ପିଏସଏଲର ସବୁ ମ୍ୟାଚ୍‌ ନିଜର ପ୍ଲାଟଫର୍ମରୁ ହଟାଇ ନେଇଛି।

କହି ରଖୁଛୁ କି , ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଓ ପାକିସ୍ତାନ ସୁପର ଲିଗ୍‌ର ଆୟୋଜନ ପାଖାପାଖି ଏକା ସାଥିରେ ହେଉଛି। ପିଏସଏଲ ୨୦୨୫ର ଆରମ୍ଭ ୧୧ ଅପ୍ରେଲରେ ହୋଇଛି ଏବଂ ଏହାର ଫାଇନାଲ ମୁକାବିଲା ୧୮ ମେ’ରେ ହେବ। ଆଇପିଏଲର ଆରମ୍ଭ ୨୨ ମାର୍ଚ୍ଚରେ ହୋଇଛି ଏବଂ ଟାଇଟଲ ମୁକାବିଲା ୨୫ ମେ’ରେ ଖେଳାଯିବ।

ଆଇପିଏଲ ୨୦୨୫ର ମେଗା ନିଲାମୀ ପରେ ପିଏସଏଲ୍‌ର ଡ୍ରାଫ୍ଟ ହୋଇଥିଲା,ଯାହାକି ସେହି ଖେଳାଳିଙ୍କୁ ସାମିଲ କରାଯାଇ ପାରିବ , ଯିଏ ଆଇପିଏଲ ଅକ୍ସନରେ ଅନସୋଲ୍ଡ ରହି ଥିଲେ। ଏହି ସ୍ଥିତିରେ ଡେଭିଡ୍‌ ୱାର୍ଣ୍ଣର , ଡେରିଲ ମେଚିଲେ , ଜେସନ ହୋଲଡର , ରାସି ଭାନ୍‌ ଡର ହୁସେନ ଓ କେନ୍‌ ୱିଲିୟମସନଙ୍କ ଭଳି ଖେଳିଳିମାନେ ପିଏସଏଲ୍ ଆଡ଼କୁ ଢଳିଛନ୍ତି। ଆଇପିଏଲ୍‌ ୨୦୨୫ରେ ମେଗା ନିଲାମୀରେ ଏହି ଖେଳାଳି ଅନସୋଲ୍ଡ ରହିଥିଲେ।

ପହଲଗାମ ହମଲା ପରେ ପାକିସ୍ତାନ ବିରୋଧରେ ଭାରତ ସରକାର ୫ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ନିଷ୍ପତ୍ତି ଏହା ଯେ , ଭାରତ ଓ ପାକିସ୍ତାନ ସ୍ଥିତ ଅଟାରୀ ବର୍ଡର ଚେକ୍‌ ପୋଷ୍ଟକୁ ବନ୍ଦ କରି ଦିଆ ଯିବ। ଏହି ପଦକ୍ଷେପରେ ଉଭୟ ଦେଶ ମଧ୍ୟରେ ସୀମିତ ଗତିବିଧିରେ ମଧ୍ୟ ରୋକ୍‌ ଲାଗିବ। ଦ୍ୱିତୀୟ ନିଷ୍ପତ୍ତି ଯେ , ପାକିସ୍ତାନରେ ଥିବା ଭାରତର ଦୂତାବାସ ଏବେ ବନ୍ଦ କରାଯିବ। ଏହା କୂଟନୀତିକ ସଂପର୍କରେ ଏକ ବଡ଼ ପରିବର୍ତ୍ତନ ଭାବେ ବିବେଚନା କରାଯାଉଛି। ଏହାସହ ଭାରତ ୩ୟ ଦୃଢ ପଦକ୍ଷେପ ସ୍ୱରୂପ ଇଣ୍ଡସ ୱାଟର ଟ୍ରିଟ୍ (ଜଳ ସନ୍ଧି)କୁ ମଧ୍ୟ ରୋକି ଦେଇଛି। ପାକସ୍ତାନ ଉପରେ ଏହାର ପ୍ରଭାବ ଖୁବ୍‌ ବଡ଼ ଧରଣର ପଡ଼ିବ। 

୪ର୍ଥ ନିଷ୍ପତ୍ତି ଏହା ଯେ, ଭାରତରେ ଥିବା ସବୁ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ୪୮ ଘଣ୍ଟା ଭିତରେ ଦେଶ ଛାଡ଼ିବାକୁ ଆଦେଶ ଦିଆଯାଇଛି। ଏହାସହ ୫ମ ଓ ପ୍ରମୁଖ ନିଷ୍ପତ୍ତି ଏହା ଯେ, ପାକିସ୍ତାନୀଙ୍କୁ ଭାରତର ଭିସା ମିଳିବ ନାହିଁ। ଏହା ବ୍ୟତୀତ ସାର୍କ ଭିସା ଛାଡ଼ ଯୋଜନା ପାକିସ୍ତାନୀ ନାଗରିକଙ୍କୁ ଭାରତ ଆସିବାର ଅନୁମତି ମିଳିବ ନାହିଁ। ପ୍ରଥମରୁ ଜାରି ଭିସା ରଦ୍ଦ କରିଦିଆ ଯାଇଛି ଏବଂ ତାଙ୍କୁ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.