ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଏମ୍ସ ଭୁବନେଶ୍ଵରରେ ଐତିହାସିକ ଅସ୍ତ୍ରୋପଚାର : ୟୁରୋଲୋଜି ଡାକ୍ତରଙ୍କ ଦ୍ୱାରା ସବୁଠୁ ବଡ଼ କିଡନୀ ମାସ୍‌କୁ ସଫଳତାର ସହ ଅପରେସନ

Published By : Rasmita Pradhan | May 30, 2025 2:48 PM

ଭୁବନେଶ୍ଵର, ୩୦/୦୫ : ଭୁବନେଶ୍ଵର ସ୍ଥିତ ଏମ୍ସରେ ଐତିହାସିକ ଅସ୍ତ୍ରୋପଚାର । ୟୁରୋଲୋଜି ଡାକ୍ତରଙ୍କ ଦ୍ୱାରା ସବୁଠୁ ବଡ଼ କିଡନୀ ମାସ୍‌କୁ ସଫଳତାର ସହ ଅପରେସନ କରାଯାଇଛି । ଏହି କିଡନୀ ମାସ୍‌ର ଓଜନ ୮.୭ କିଲୋଗ୍ରାମ ହେବ । ଜଣେ ୫୦ ବର୍ଷୀୟ ବ୍ୟକ୍ତି ଅଟୋସୋମାଲ୍ ଡୋମିନାଣ୍ଟ ପଲିସିଷ୍ଟିକ୍ କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ପରିବାର ଲୋକେ ଭୁବନେଶ୍ବର ସ୍ଥିତ ଏମ୍‌ସରେ ଭର୍ତ୍ତି କରିଥିଲେ । ସେଠାରେ ୟୁରୋଲୋଜି ଡାକ୍ତରୀ ଟିମ୍ ଏହାକୁ ସଫଳତାର ସହ ଅପରେସନ କରି ୮.୭ କିଲୋଗ୍ରାମ ମାଂସ ପିଣ୍ଡୁଳାକୁ ବାହାର କରି ବଡ଼ ମାଇଲଖୁଣ୍ଟ ହାସଲ କରିଛନ୍ତି।     

ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲାର ଜଣେ ବ୍ୟକ୍ତି ଏହି ମାରାତ୍ମକ କିଡନୀ ପୀଡ଼ିତ ଥିଲେ । ମାଂସ ପିଣ୍ଡୁଳା ବୃଦ୍ଧି ଯୋଗୁ ଗୁରୁତର ଭାବେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହି ଅସ୍ତ୍ରୋପଚାର ପରେ ଏବେ ସେ  ଆଶ୍ୱସ୍ତି ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଏମ୍‌ସ ଡାକ୍ତରଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ସୁସ୍ଥ ଅଛନ୍ତି। 

ଏମ୍‌ସ ୟୁରୋଲୋଜି ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ମନୋଜ କୁମାର ଦାସଙ୍କ ନେନୃତ୍ବରେ ଏହି ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ହୋଇଥିଲା । ଏହି ଐତିହାସିକ ଅପରେସନ ବେଳେ ସହୟକ ଡାକ୍ତର ପ୍ରଫେସର ସମ୍ବିତ୍ ତ୍ରିପାଠି ଏବଂ ଯୁବ ରେସିଡେଣ୍ଟ ଡାକ୍ତର ସହର୍ଷ, ଡାକ୍ତର ମିଥଲେଶ, ଡାକ୍ତର ହୁଜୈଫା, ଡାକ୍ତର ସାବକ୍ ଓ ଡାକ୍ତର ସଚିନ୍ ସହାୟତା କରିଥିଲେ । ଏହି ଜଟିଳ ଅସ୍ତ୍ରୋପଚରା ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା । ଦଳଗତ କାର୍ଯ୍ୟ ଏବଂ ସମର୍ପଣ ଭାବରେ ଅଟୋସୋମାଲ୍ ଡୋମିନାଣ୍ଟ ପଲିସିଷ୍ଟିକ୍ କିଡନୀ ଅପରେସନ କରି ସଫଳତା ପାଇଛନ୍ତି ଡାକ୍ତରୀ ଦଳ ।

ଏହି ଚ୍ୟାଲେଞ୍ଜିଂ ଅସ୍ତ୍ରୋପଚାର ଆନାସ୍ଥେସିଆ ଟିମ୍ ଲିଡର ଡକ୍ଟର ପୂଜା ବିହାନୀଙ୍କ ନେତୃତ୍ୱରେ ଏବଂ ରେସିଡେଣ୍ଟ ଡାକ୍ତରଙ୍କ ଦୃଢ ସମର୍ଥନ ଯୋଗୁଁ ସମ୍ଭବ ହୋଇପାରିଥିଲା। ଏହି ଅସ୍ତ୍ରୋପଚାରରେ ନର୍ସିଂ ଅଫିସର ଶ୍ରେୟା ଏବଂ ପରିଣୀତାଙ୍କ ସମେତ ଅନ୍ୟାନ୍ୟ ଓଟି କର୍ମଚାରୀ ଏବଂ ଟେକ୍ନିସିଆନଙ୍କ ମିଳିତ ଅବଦାନ ରହିଛି।

ଏନେଇ ଡକ୍ଟର ଦାସ କହିଛନ୍ତି ଯେ, ଏହା କେବଳ ଚିକିତ୍ସା କ୍ଷେତ୍ରରେ ସଫଳତା ନୁହେଁ ବରଂ ଟିମ୍‌ୱାର୍କ ଏବଂ ବିଶ୍ଵାସର ଏକ ସଫଳ କାହାଣୀ ଥିଲା। ଆମ ଉପରେ ବିଶ୍ଵାସ ରଖିଥିବାରୁ ରୋଗୀ ଏବଂ ତାଙ୍କ ପରିବାରକୁ ଧନ୍ୟବାଦ ଦେଉଛୁ। ଆମ ପ୍ରତିଷ୍ଠାନ ସମର୍ଥନ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ସେ ଏବଂ ଟିମ୍ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ଏବଂ ୟୁରୋଲୋଜି ବିଭାଗର ମୁଖ୍ୟ ଡକ୍ଟର ପ୍ରସାନ୍ତ ନାୟକଙ୍କୁ ତାଙ୍କର ନିରନ୍ତର ସମର୍ଥନ ଏବଂ ଉତ୍ସାହ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ଅସ୍ତ୍ରୋପଚାର ୟୁରୋଲୋଜିରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଏବଂ ଏମ୍ସ ଭୁବନେଶ୍ୱରକୁ ଉନ୍ନତ ଏବଂ ଯତ୍ନବାନ୍ ସେଣ୍ଟର ଭାବେ ପରିଗଣିତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.