ପ୍ରମୂଖ ଖବର
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଅପରେସନ ସିନ୍ଦୁରରେ ୧୦୦ ଆତଙ୍କବାଦୀ ନିହତ, ତା ଭିତରେ ଅଛନ୍ତି C-814 ଅପହରଣକାରୀ ଏବଂ ପୁଲୱାମା ଆକ୍ରମଣକାରୀ

Published By : Prameya | May 11, 2025 7:49 PM

ନୂଆଦିଲ୍ଲୀ,୧୧।୫: ‘ଅପରେସନ ସିନ୍ଦୂର’  ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଭଳି କିଛି ସୂଚନା ଦେଇଛି  ଭାରତୀୟ ସେନା। ରବିବାର ଭାରତର ତିନି ସେନା ଦ୍ୱାରା ‘ଅପରେସନ ସିନ୍ଦୂର’ ଉପରେ ଏକ ପ୍ରେସ ବ୍ରିଫିଂ କରାଯାଇଥିଲା। ଏଥିରେ ସେନା ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ବାୟୁସେନା ଡିଜିଏମଓ ଏୟାର ମାର୍ଶାଲ ଅବଧେଶ କୁମାର ଭାରତୀ ଏବଂ ଭାରତୀୟ ନୌସେନା ଭାଇସ୍ ଆଡମିରାଲ ଏଏନ ପ୍ରମୋଦ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଭାରତୀୟ ସେନାର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଅପରେସନ ସିନ୍ଦୂର ବିଷୟରେ କହିଛନ୍ତି। ସେନା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି। ‘ଅପରେସନ ସିନ୍ଦୂର’ ଆତଙ୍କବାଦଙ୍କୁ ଦଣ୍ଡ ଦେବା ଏବଂ ସେମାନଙ୍କର ଆତଙ୍କ ଭିତ୍ତିଭୂମିକୁ ନଷ୍ଟ କରିବାର ସ୍ପଷ୍ଟ ସାମରିକ ଉଦ୍ଦେଶ୍ୟ ସହିତ ସଂକଳ୍ପିତ ହୋଇଥିଲା। 

ମୃତ ଆତଙ୍କୀଙ୍କ ଭିତରେ ମୃତକଙ୍କ ମଧ୍ୟରେ ୟୁସୁଫ ଆଝାର, ଅବଦୁଲ ମଲ୍ଲିକ ରୌଫ, ମୁଦାସିର ଅହମ୍ମଦ ପରି କୁଖ୍ୟାତ ଆତଙ୍କବାଦୀ ଥିଲେ । ୧୯୯୯ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ (IC-814) ଅପହରଣ ଏବଂ ୨୦୧୯ ମସିହାରେ ପୁଲୱାମାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣକାରୀ ଥିଲେ।,ଏହି ଅପରେସନରେ ଭାରତ ପହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା।

୭ ମଇ ସକାଳେ, ସେନା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏକ ଅପରେସନ ଆରମ୍ଭ କରିଥିଲା ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ସେହିପର ୬-୭ ମଇର ଅପରେସନରେ ପାକିସ୍ତାନୀ ସେନାର ୩୦ରୁ ୪୦ ଶୀର୍ଷ ଅଧିକାରୀମାନେ ମଧ୍ୟ ନିହତ ହୋଇଥିଲେ। ୧୦ ତାରିଖରେ ପାକିସ୍ତାନ ସେନାର ଡିଜିଏମଓ ଯୁଦ୍ଧ ବିରତି ପାଇଁ ଅନୁରୋଧ କରିଥିଲେ ଓ ଭାରତୀୟ ସେନା ତାହାକୁ ଗ୍ରହଣ କରିଥିଲା । ତେବେ   ପାକିସ୍ତାନ ଏହାର କିଛି ସମୟ ପରେ ଏହି ବୁଝାମଣାର ଉଲ୍ଲଙ୍ଘନ କରିଥିଲା । ଏହାର ଦୃଢ ଜବାବ ଦିଆଯାଇଥିଲା । ଆସନ୍ତା ୧୨ ତାରିଖ ଦିନ ୧୨ଟା ବେଳେ ପୁଣି ଆଲୋଚନା ପାଇଁ ସ୍ଥିର ହୋଇଛି  ବୋଲି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.