ନୂଆଦିଲ୍ଲୀ,୧୬/୦୮: ସ୍ୱାଧୀନତାର ୭୯ ବର୍ଷ ପରେ ଭରତ ଏକ ଶକ୍ତିଶାଳୀ ଦେଶ ହୋଇପାରିଛି । ଭାରତ ଲଗାତାର ନିଜର ଆର୍ଥିକ, ରଣନୈତିକ ଏବଂ ସାମରିକ ସ୍ଥିତିକୁ ମଜବୁତ କରୁଛି । ସେହିଭଳି ସୈନ୍ୟ ଶକ୍ତିରେ ଆଜି ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶମାନଙ୍କ ଧାଡ଼ିରେ ୪ର୍ଥ ସ୍ଥାନରେ ରହିଛି । ଭରତ ମେକ୍ ଇନ ଇଣ୍ଡିଆ ଜରିଆରେ ସ୍ୱଦେଶୀ ଉପାୟ ସହ ନିଜର ସୈନ୍ୟ ଶକ୍ତି ବଢାଇବାରେ ସଫଳ ହୋଇଛି । ଭାରତର ଅସ୍ତ୍ରାଗାରରେ ଏଭଳି କିଛି ବାଲାଷ୍ଟିକ୍ ମିସାଇଲ୍ ରହିଛି, ଯାହା ଯାହା ପରମାଣୁ ବୋମା ସହ ସମାନ । ଏହା ଛଡ଼ା, ରାଫେଲ୍, ଫାଇଟର୍ ଜେଟ୍ ସହ ଅନେକ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ରହିଛି । ଆସନ୍ତୁ ଆଜି ଭାରତର ସେହି ୫ଟି ଅସ୍ତ୍ର ବିଷୟରେ ଜାଣିବା, ଯାହାର କେବଳ ନାଁ ଶୁଣିବା ମାତ୍ରେ ପାକିସ୍ତାନ ଏବଂ ଚୀନ୍ ଡରରେ ଥରିବା ଆରମ୍ଭ କରିଥାନ୍ତି ।
ଭାରତ ଏବଂ ରୁଷର ମିଳିତ ପ୍ରଚେଷ୍ଟାରେ ବିକଶିତ କରାଯାଇଛି ବ୍ରହ୍ମୋସ ମିସାଇଲ । ଏହା ଭାରତର ଅସ୍ତ୍ରାଗାରରେ ଥିବା ସବୁଠାରୁ ଘାତକ ଅସ୍ତ୍ରମାନଙ୍କ ମଧ୍ୟରୁ ଗୋଟିଏ । ଏହି ମିସାଇଲ ଘଣ୍ଟା ପ୍ରତି ୩୭୦୦ କିଲୋମିଟର ବେଗରେ ଶତ୍ରୁର ବିନାଶ କରିବା ପାଇଁ ମାଡ଼ି ଯାଏ । ଏହି କ୍ରୁଜ୍ ମିସାଇଲର ମାରକ କ୍ଷମତା ୨୯୦ ରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ରହିଥାଏ । ଏହା ଛଡ଼ା ଏହାର ତୀବ୍ର ଗତି ଶତ୍ରୁକୁ ଅତି ଅରାମରେ ଚକମା ଦେଇ ନିଜ ଲକ୍ଷ୍ୟରେ ଜୋରଦାର ଆକ୍ରମଣ କରିବାର କ୍ଷମତା ରଖିଥାଏ । ନିକଟରେ ହୋଇଥିବା ଅପରେସନ୍ ସିନ୍ଦୁରରେ ଭାରତ ତରଫରୁ ବ୍ରହ୍ମୋସ ମିସାଇଲର ବ୍ୟବହାର କରାଯାଇଥିଲା ।
ବ୍ରହ୍ମୋସ କ୍ରୁଜ୍ କ୍ଷେପଣାସ୍ତ୍ର ସହିତ, ଭାରତ ପାଖରେ ଅଗ୍ନି-V ରୂପରେ ସବୁଠାରୁ ଲମ୍ୱା କ୍ଷେପଣାସ୍ତ୍ର ମଧ୍ୟ ଅଛି। ଏହି ଅତ୍ୟନ୍ତ ଘାତକ କ୍ଷେପଣାସ୍ତ୍ର ଯାହା ୫୦୦୦ ରୁ ୮୦୦୦ କିଲୋମିଟର ପର୍ଯ୍ୟନ୍ତ ସଠିକ୍ ଏବଂ ଶକ୍ତିଶାଳୀ ଆକ୍ରମଣ କରିବାକୁ ସକ୍ଷମ। ଭାରତର ଶତ୍ରୁ ଦେଶ ପାକିସ୍ତାନ ଏବଂ ଚୀନ୍ ବ୍ୟତୀତ, ଏହି କ୍ଷେପଣାସ୍ତ୍ର ବିଶ୍ୱର ଅନେକ ଦେଶକୁ ସହଜରେ ଟାର୍ଗେଟ କରିପାରିବ। ଏହି ହାଇପରସୋନିକ୍ କ୍ଷେପଣାସ୍ତ୍ରର ଗତି ଶବ୍ଦର ଗତି ଅପେକ୍ଷା ୨୪ ଗୁଣ ଅଧିକ, ଯାହା ଘଣ୍ଟା ପ୍ରତି ୨୯,୪୦୧ କିଲୋମିଟର ବେଗରେ ଶତ୍ରୁର ଲକ୍ଷ୍ୟସ୍ଥଳକୁ ସଠିକ୍ ଭାବରେ ଆକ୍ରମଣ କରିପାରିବ।
ଭାରତ ପାଖରେ ସ୍ୱଦେଶୀ ଭାବରେ ବିକଶିତ ଆକାଶ ମିସାଇଲ ସିଷ୍ଟମ ମଧ୍ୟ ରହିଛି, ଯାହା ୩୦ରୁ ୪୫ କିଲେମିଟରର ରେଞ୍ଜ ପର୍ଯ୍ୟନ୍ତ ନିଜଜର ଯେକୌଣସି ଲକ୍ଷ୍ୟକୁ ଗୋଟିଏ ଝଟ୍କାରେ ସଠିକ ଭାବରେ ଆକ୍ରମଣ କରି ଧ୍ୱଂଶ କରିପାରିବ । ଏହି ମିସାଇଲ ସିଷ୍ଟମ ଏତେ ଶକ୍ତିଶାଳୀ ଯେ, ଶତ୍ରୁର ଯେକୌଣସି ଫାଇଟର୍ ଜେଟ୍, ଡ୍ରୋନ୍, କ୍ରୁଜ୍ ଏବଂ ବାଲାଷ୍ଟିକ୍ ମିଲାଇଲକୁ ଆକାଶରେ ହିଁ ଧ୍ୱଂଶ କରିବାର କ୍ଷମତା ରଖିଥାଏ । ଭାରତୀୟ ସେନାରେ ଅପରେସନ୍ ସିନ୍ଦୁର ଚାଲିଥିବା ସମୟରେ ପାକିସ୍ତାନରୁ ଆସିଥିବା ଡ୍ରୋନ୍କୁ ନଷ୍ଟ କରିବା ପାଇଁ ଏହାର ବ୍ୟବହାର କରାଯାଇଥିଲା ।
ଏହାଛଡ଼ା, ଭାରତ ପାଖରେ ସ୍ୱଦେଶୀ ଭାବରେ ବିକଶିତ ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର ପିନାକା ମଧ୍ୟ ରହିଛି । ଯାହା ଏବେ ଜିପିଏସ ଏବଂ ଆଇଏନଏସ ଉପାୟରେ ଏକ ସ୍ୱତନ୍ତ୍ର ରକେଟ ସିଷ୍ଟମ ଭାବରେ ଅପଡେଟ୍ ହୋଇ ଯାଇଛି । ଏହି ଶକ୍ତିଶାଳୀ ରକେଟ ଲଞ୍ଚର ସିଷ୍ଟମ ଥରେ ଟାର୍ଗେଟ ସେଟ୍ କରିବା ପରେ ୨୫ ମିଟର ମଧ୍ୟରେ ଜୋରଦାର ଆକ୍ରମଣ କରିବାର କ୍ଷମତା ରଖିଥାଏ । ଏହି ରକେଟ ସିଷ୍ଟମ ଦ୍ୱାରା ମାତ୍ର ୪୪ ସେକେଣ୍ଡରେ ହିଁ ୭୨ଟି ରକେଟକୁ ନଷ୍ଟ କରାଯାଇପାରିବ ।
ଭାରତର ଆସ୍ତ୍ରାଗାରରେ ସବୁଠରୁ ଆଡଭାନ୍ସ ଯୁଦ୍ଧ ବିମାନ ଭାବରେ ରାଫେଲ ଫାଇଟର ଜେଟ୍ରୁ ସାମିଲ କରାଯାଇଛି । ଭାରତର ଏହି ଶକ୍ତିଶାଳୀ ଯୁଦ୍ଧ ବିମାନକୁ ଫ୍ରାନ୍ସରୁ କିଣାଯାଇଛି, ଯାହା ପରମାଣୁ ଅସ୍ତ୍ର ସାଙ୍ଗରେ ନେଇ ଯାଇପାରିବ । ଏହି ଫାଇଟର୍ ଜେଟ୍ ୧୫୦ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଆକ୍ରମଣ କରିବାରେ ସକ୍ଷମ ।