ନୂଆଦିଲ୍ଲୀ,୦୨/୦୪: ଆଜିଠୁ ଦେଶର ସର୍ବବୃହତ୍ ବିମାନ କମ୍ପାନି ଇଣ୍ଡିଗୋର ବିମାନ ଭଡ଼ା ମହଙ୍ଗା ହୋଇଛି। ଏୟାର୍ଲାଇନ୍ ଘରୋଇ ଉଡ଼ାଣରେ ସର୍ବାଧିକ ୯୫୦ ଟଙ୍କା ପର୍ଯ୍ୟନ୍ତ ଏବଂ ଅନ୍ତର୍ଜାତୀୟ ବିମାନରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଇନ୍ଧନ ଦେୟ ଲଗାଇଛି ।
ନୂଆ ଦର ଏପ୍ରିଲ ୨ ରାତି ୧୨.୦୧ରୁ ଲାଗୁ ହୋଇଛି । ୧୮ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ଇନ୍ଧନ ସର୍ଚାର୍ଜ ବଢ଼ାଇବାର ନିଷ୍ପତ୍ତି ନେଇଛି । ଏହାପୂର୍ବରୁ କମ୍ପାନି ମାର୍ଚ୍ଚ ୧୪ରେ ଭଡ଼ା ବଢ଼ାଇଥିଲା । କମ୍ପାନି ମୁତାବକ, ବିମାନ ଇନ୍ଧନ ଏଟିଏଫ୍ ମହଙ୍ଗା ହେବା କାରଣରୁ ଭଡ଼ା ବୃଦ୍ଧି ନିଷ୍ପତ୍ତି ନିଆଯାଇଛି । ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(ଆଇଏଟିଏ) ଅନୁସାରେ, ଗତ ମାସକରେ ଜେଟ୍ ଇନ୍ଧନ ଦର ୧୩୦%ରୁ ଊଦ୍ଧ୍ୱର୍ ବଢ଼ିଛି ।
ଅଧିକ ପଢ଼ନ୍ତୁ :- ତେଲ ଦରରେ ନିଆଁ: ଇରାନକୁ ଟ୍ରମ୍ପଙ୍କ ଚେତାବନୀ ପରେ ଦୋହଲିଲା ଅର୍ଥନୀତି, କାଙ୍ଗାଳ ହେବ କି ସେୟାର ବଜାର ?