ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

‘ମୁଁ ଆସୁଛି ସାର୍... ’, ଯେବେ ଟ୍ରମ୍ପଙ୍କୁ ଫୋନ୍ କଲେ ଇଣ୍ଡୋନେସିଆ ରାଷ୍ଟ୍ରପତି, ଭାଇରାଲ ହେଉଛି ଏହି ଭିଡିଓ

Published By : Harapriya Biswal | November 12, 2024 4:29 PM

ନୂଆଦିଲ୍ଲୀ,୧୨।୧୧:  ସବୁଠାରୁ ବଡ ଇସଲାମିକ୍ ଦେଶ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିୟାନ୍ତୋ ଆମେରିକା ଗସ୍ତରେ ଓ୍ବାଶିଂଟନ୍‌ରେ ପହଁଞ୍ଚିଛନ୍ତି। ମଙ୍ଗଳବାର ସେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କରିବେ ସାକ୍ଷାତ। ସେ ନବ ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜିତିବା ନେଇ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଗତ ମାସ ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ସେ ସବୁଠାରୁ ପ୍ରଥମେ ଚୀନ୍‌ ଗସ୍ତରେ ଯାଇଥିଲେ। ଏହାପରେ ଯେତେବେଳେ ସେ ଟ୍ରମ୍ପଙ୍କ ସହ କଥା ହୋଇଥିଲେ, ସେ କହିଥିଲେ କାହାପଟକୁ ନଇଁବାର ରାଜନୀତି କରିବେନି।

ସୁବିୟାନ୍ତୋ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି, ଯଦି ସମ୍ଭବ ହୁଏ ତେବେ ମୁଁ ନିଜେ ଆପଣଙ୍କୁ ଫୋନ୍ କରିବି। ଆପଣ ଯେଉଁଠି ବି ଥିଲେ ମୁଁ ପହଁଞ୍ଚିବି ଓ ମିଶିକି ଆପଣଙ୍କୁ ଶୁଭେଚ୍ଛା ଦେବି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟ୍ରମ୍ପ ତାଙ୍କୁ ଜବାବ ଦେଇଛନ୍ତି, ଆପଣ ଯେତେବେଳେ ଚାହିଁବେ, ଆମେ ପ୍ରସ୍ତୁତ ଅଛୁ। ସେ ନିଜର ବିଜୟକୁ ନେଇ ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି,ଏହା ବହୁତ ବଡ ସଫଳତା। ଗତ ୧୦୦ ବର୍ଷରେ ଏହା ବଡ ବିଜୟ। 

ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ନେଇ ସୁବିୟାନ୍ତୋ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୌଭାଗ୍ୟବଶଃତ ଆପଣଙ୍କ ଜୀବନ ବଞ୍ଚିଗଲା। ଏହାଉପରେ ଟ୍ରମ୍ପ କହିଛନ୍ତି, ହଁ ମୁଁ ବହୁତ ବଡ ଭାଗ୍ୟଶାଳୀ। ମୁଁ ଠିକ୍ ସ୍ଥାନରେ ଥିଲି ଓ ସଠିକ ଦିଗରେ ଥିଲି। ନଚେତ ଆଜି ଆପଣଙ୍କ ସହ କଥା ହୋଇପାରଥାନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.