ପ୍ରମୂଖ ଖବର
  • ଜାଡେଜା-ସୁନ୍ଦରଙ୍କ ଅପରାଜିତ ଶତକ, ମାଞ୍ଚେଷ୍ଟର ଟେଷ୍ଟ ଡ୍ର
  • ||
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଅସହ୍ୟ ହେଲା ଯନ୍ତ୍ରଣା, ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁରୋଧ କଲେ ଶିକ୍ଷୟିତ୍ରୀ

Published By : Harapriya Sethi | July 26, 2025 10:38 AM

ଇନ୍ଦୋର,୨୬/୦୭: ଅସହ୍ୟ ହେଲା ଯନ୍ତ୍ରଣା । ନିତିଦିନିଆ କାମ ବି ହୋଇପଡ଼ିଲା କଷ୍ଟକର । ଅସହାୟ ହୋଇ ଶେଷରେ ଇଚ୍ଛାମୃତ୍ୟୁ ପାଇଁ ମହାମହିମଙ୍କୁ କରିଲେ ଅନୁରୋଧ । ଏ ଘଟଣା ହେଉଛି ଇନ୍ଦୋରର । ଜଣେ ଭିନ୍ନକ୍ଷମ ସରକାରୀ ସ୍କୁଲ ଶିକ୍ଷୟିତ୍ରୀ କୁମାରୀ ଚନ୍ଦ୍ରକାନ୍ତ ଜେଥାନୀ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆକୁଳ ନିବେଦନ କରିଛନ୍ତି । 

ହସ୍ପିଟାଲରେ ରହି ଚିକିତ୍ସା ହେଉଥିବା ସମୟରେ ଚନ୍ଦ୍ରକାନ୍ତ ଜେଥାନୀଙ୍କୁ ଭୁଲ୍ ମେଡିସିନ ଦିଆଯାଇଥିଲା । ଏଥିପାଇଁ ଆଜି ତାଙ୍କର ଏହି ଅବସ୍ଥା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ତାଙ୍କୁ ଏକ ଆଶ୍ରମ ପଠାଯାଇଥିଲା ଏବଂ ସେଠାରେ ତାଙ୍କୁ ଆହୁରି ଅଧିକ କଷ୍ଟଦାୟକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । 

ହେଲେ ବର୍ତ୍ତମାନ ସେ ଅତି ସାଙ୍ଘାତିକ ଯନ୍ତ୍ରଣା ଦେଇ ଗତି କରୁଛନ୍ତି । ଯନ୍ତ୍ରଣା ଅସହ୍ୟ ହେବାରୁ ଜେଥାନୀ ରାଷ୍ଟ୍ରପତିଙ୍କୁ ଏକ ଭାବପ୍ରବଣ ନିବେଦନ କରିଛନ୍ତି । ଏତେ କଷ୍ଟ ଆଉ ସେ ସହି ପାରୁ ନାହାନ୍ତି । ତେଣୁ ତାଙ୍କୁ ଇଚ୍ଛାମୃତ୍ୟୁ ଦେବାକୁ ସେ ଅନୁରୋଧ କରିଛନ୍ତି ।  

ଜେଥାନୀ ହ୍ୱିଲ୍‌ଚେୟାରରେ ବସି ପ୍ରତିଦିନ ପାଠ ପଢାନ୍ତି । ଅସୁସ୍ଥ ଥିବା ସତ୍ତ୍ୱେ ସେ ୭ରୁ ୮ ଘଣ୍ଟା ଧରି ପିଲାଙ୍କୁ ପାଠ ପଢାଉଛନ୍ତି। ସେ ତାଙ୍କ ସମ୍ପତ୍ତିକୁ ସରକାରୀ ସ୍କୁଲ ପିଲାଙ୍କୁ ଦାନ କରିଛନ୍ତି । ଏଥି ସହ ଏମ୍‌ଜିଏମ୍‌ କଲେଜକୁ ତାଙ୍କ ଶରୀର ଏବଂ ଅଙ୍ଗଦାନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.